IPL ମଝିରେ ଟିମ୍‌ର ହାତ ଛାଡିଲେ ଅଷ୍ଟ୍ରେଲିୟ ଦ୍ରୁତ ବୋଲର, କେତେ କଟିବ ମିଚେଲ୍‌ ଷ୍ଟାର୍କଙ୍କ ଦରମା ?

ନୂଆଦିଲ୍ଲୀ ୧୬।୦୫: ଅଷ୍ଟ୍ରେଲିୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ଆଇପିଏଲ୍‌ ୨୦୨୫ରେ ୧୧ କୋଟି ୭୫ ଲକ୍ଷରେ କିଣିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । କିନ୍ତୁ ଟୁର୍ଣ୍ଣାମେଣ୍ଟ ୧୦ ଦିନ ସ୍ଥଗିତ ରହିବା ପରେ ଷ୍ଟାର୍କ ଭାରତ ଫେରିବାକୁ ମନା କରିଦେଇଛନ୍ତି । ଷ୍ଟାର୍କଙ୍କ ନ ଫେରିବାର କାରଣ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ବୋଲି କୁହାଯାଉଛି । ବାସ୍ତବରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ WTC ଟାଇଟଲ୍ ମ୍ୟାଚ୍ ଆସନ୍ତା ଜୁନ୍ ୧୧ ତାରିଖରୁ ଲର୍ଡସ୍ ଗ୍ରାଉଣ୍ଡରେ ଖେଳାଯିବ । ଏଥିପାଇଁ ସେ ନିଜ ଦେଶ ପାଇଁ ଖେଳିବାକୁ ପ୍ରାଥମିକତା ଦେଇଛନ୍ତି।ଏବେ ପ୍ରଶ୍ନ ଆସୁଛି ସିଜିନ୍ ମଝିରେ ଟିମ୍‌ ଛାଡିବା ଯୋଗୁଁ ମିଚେଲ ଷ୍ଟାର୍କଙ୍କ ଦରମା ପଡିବ କି ପ୍ରଭାବ ? ତେବେ ଉତ୍ତର ହେଉଛି ହଁ । cricket.com AU ଅନୁଯାୟୀ, ଯଦି ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସିଜିନର ଫାଇନାଲରେ ପହଞ୍ଚିଥାଏ, ତେବେ ଷ୍ଟାର୍କଙ୍କୁ ତାଙ୍କର IPL ୨୦୨୫ ଦରମାର ଏକ ତୃତୀୟାଂଶ ଛାଡିବାକୁ ପଡିବ।ଏହାର ଅର୍ଥ ହେଉଛି ଯଦି ବାମହାତୀ ଦ୍ରୁତ ବୋଲର ଆଇପିଏଲ ମଝିରେ ଛାଡିଦିଅନ୍ତି ତେବେ ସେ ୩ କୋଟି ୯୨ ଲକ୍ଷ ଟଙ୍କା ହରାଇବେ। ଯଦି ଏହା ହୁଏ, ତେବେ ଷ୍ଟାର୍କଙ୍କୁ IPL ଦରମା ଭାବରେ କେବଳ ୭ କୋଟି ୮୩ ଲକ୍ଷ ଟଙ୍କା ମିଳିବ। ମିଚେଲ ଷ୍ଟାର୍କ ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ସେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୧ଟି ମ

IPL ମଝିରେ ଟିମ୍‌ର ହାତ ଛାଡିଲେ ଅଷ୍ଟ୍ରେଲିୟ ଦ୍ରୁତ ବୋଲର, କେତେ କଟିବ ମିଚେଲ୍‌ ଷ୍ଟାର୍କଙ୍କ ଦରମା ?

ନୂଆଦିଲ୍ଲୀ ୧୬।୦୫: ଅଷ୍ଟ୍ରେଲିୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ଆଇପିଏଲ୍‌ ୨୦୨୫ରେ ୧୧ କୋଟି ୭୫ ଲକ୍ଷରେ କିଣିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । କିନ୍ତୁ ଟୁର୍ଣ୍ଣାମେଣ୍ଟ ୧୦ ଦିନ ସ୍ଥଗିତ ରହିବା ପରେ ଷ୍ଟାର୍କ ଭାରତ ଫେରିବାକୁ ମନା କରିଦେଇଛନ୍ତି । ଷ୍ଟାର୍କଙ୍କ ନ ଫେରିବାର କାରଣ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ବୋଲି କୁହାଯାଉଛି । ବାସ୍ତବରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ WTC ଟାଇଟଲ୍ ମ୍ୟାଚ୍ ଆସନ୍ତା ଜୁନ୍ ୧୧ ତାରିଖରୁ ଲର୍ଡସ୍ ଗ୍ରାଉଣ୍ଡରେ ଖେଳାଯିବ । ଏଥିପାଇଁ ସେ ନିଜ ଦେଶ ପାଇଁ ଖେଳିବାକୁ ପ୍ରାଥମିକତା ଦେଇଛନ୍ତି।

ଏବେ ପ୍ରଶ୍ନ ଆସୁଛି ସିଜିନ୍ ମଝିରେ ଟିମ୍‌ ଛାଡିବା ଯୋଗୁଁ ମିଚେଲ ଷ୍ଟାର୍କଙ୍କ ଦରମା ପଡିବ କି ପ୍ରଭାବ ? ତେବେ ଉତ୍ତର ହେଉଛି ହଁ । cricket.com AU ଅନୁଯାୟୀ, ଯଦି ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସିଜିନର ଫାଇନାଲରେ ପହଞ୍ଚିଥାଏ, ତେବେ ଷ୍ଟାର୍କଙ୍କୁ ତାଙ୍କର IPL ୨୦୨୫ ଦରମାର ଏକ ତୃତୀୟାଂଶ ଛାଡିବାକୁ ପଡିବ।

ଏହାର ଅର୍ଥ ହେଉଛି ଯଦି ବାମହାତୀ ଦ୍ରୁତ ବୋଲର ଆଇପିଏଲ ମଝିରେ ଛାଡିଦିଅନ୍ତି ତେବେ ସେ ୩ କୋଟି ୯୨ ଲକ୍ଷ ଟଙ୍କା ହରାଇବେ। ଯଦି ଏହା ହୁଏ, ତେବେ ଷ୍ଟାର୍କଙ୍କୁ IPL ଦରମା ଭାବରେ କେବଳ ୭ କୋଟି ୮୩ ଲକ୍ଷ ଟଙ୍କା ମିଳିବ। ମିଚେଲ ଷ୍ଟାର୍କ ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ସେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୧ଟି ମ୍ୟାଚରେ ୧୪ଟି ୱିକେଟ୍ ନେଇଛନ୍ତି । ଯଦି ଟିମ୍‌ ପ୍ଲେଅଫରେ ପହଞ୍ଚେ ତେବେ ସେମାନେ ନିଶ୍ଚିତ ଭାବରେ ଷ୍ଟାର୍କଙ୍କୁ ମିସ୍ କରିବେ । ସେ ନକଆଉଟରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଥାନ୍ତେ । ଯାହା ଗତବର୍ଷ KKR ପାଇଁ କରିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍ ଖେଳି ୧୩ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଯଦି ଡିସିକୁ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ପଡ଼େ, ତେବେ ସେମାନଙ୍କୁ ଅତି କମରେ ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ । ଯଦି ଦଳ ତିନୋଟି ମ୍ୟାଚ୍ ରୁ ଦୁଇଟିରେ ହାରିଯାଏ, ତେବେ ତାକୁ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ।