କଚ୍ଚାତିବୁ ଦ୍ବୀପକୁ ନେଇ ଶ୍ରୀଲଙ୍କା ବିଦେଶ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ- ‘୫୦ ବର୍ଷ ତଳେ ହୋଇଥିଲା...
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ କଚ୍ଚାତିବୁ ଦ୍ବୀପକୁ ନେଇ ଭାରତରେ ରାଜନୀତିକ ହଲଚଳ ମଧ୍ୟରେ ଶ୍ରୀଲଙ୍କା ବିଦେଶ ମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି। ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ଅଲୀ ସାବରୀ କହିଛନ୍ତ ଶ୍ରୀଲଙ୍କାକୁ ୫୦ ବର୍ଷ ତଳେ ଭାରତ ତରଫରୁ ଦିଆଯାଇଥିବା ଏକ ବିବାଦୀୟ ଦ୍ବୀପ ଉପରେ ପୁଣି କଥାବାର୍ତ୍ତା ଆରମ୍ଭ କରିବାର କୌଣସି ଆବଶ୍ୟକତା ନାହିଁ।ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ଅଲୀ ସାବରୀ ସ୍ଥାନୀୟ ଟିଭି ଚ୍ୟାନେଲ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ‘‘ ଏହା ଏକ ଏଭଳି ସମସ୍ୟା ଯାହା ଉପରେ ୫୦ ବର୍ଷ ତଳେ ଚର୍ଚ୍ଚା ହୋଇଥିଲା ଆଉ ଏହାର ସମାଧାନ କରାଯାଇଥିଲା ଏବଂ ଏହା ଉପରେ ଆଗକୁ ଚର୍ଚ୍ଚା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ପ୍ରସଙ୍ଗ ପୁଣି ଉଠିପାରେ।’’ ସେ ଆହୁରି କହିଛନ୍ତି ଏପର୍ଯ୍ୟନ୍ତ କେହିବି ଦ୍ବୀପର ସ୍ଥିତି ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠାଇନାହାଁନ୍ତି।’’ ପ୍ରକୃତରେ ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ କଚ୍ଚାତିବୁ ଦ୍ବୀପକୁ ନେଇ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଗତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମର ରିପୋର୍ଟ ଆଧାରରେ କଂଗ୍ରେସକୁ ଟାର୍ଗେଟ କିରିଥିଲେ। ସେ ଅଭିଯୋଗ ଲଗାଇଥିଲେ ଯେ, କଂଗ୍ରେସ ଜାଣିଶୁଣି କଚ୍ଚାତିବୁ ଦ୍ବୀପ ଶ୍ରୀଲଙ୍କାକୁ ଦେଇଥିଲା। ବିଜେପି ଏହି ପ୍ରସଙ୍ଗ ଉଠାଇ କହିଛି ଯେ, ୧୯୭୪ରେ କଂଗ୍ରେସ ଏକ ବୁଝା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ କଚ୍ଚାତିବୁ ଦ୍ବୀପକୁ ନେଇ ଭାରତରେ ରାଜନୀତିକ ହଲଚଳ ମଧ୍ୟରେ ଶ୍ରୀଲଙ୍କା ବିଦେଶ ମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି। ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ଅଲୀ ସାବରୀ କହିଛନ୍ତ ଶ୍ରୀଲଙ୍କାକୁ ୫୦ ବର୍ଷ ତଳେ ଭାରତ ତରଫରୁ ଦିଆଯାଇଥିବା ଏକ ବିବାଦୀୟ ଦ୍ବୀପ ଉପରେ ପୁଣି କଥାବାର୍ତ୍ତା ଆରମ୍ଭ କରିବାର କୌଣସି ଆବଶ୍ୟକତା ନାହିଁ।
ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ଅଲୀ ସାବରୀ ସ୍ଥାନୀୟ ଟିଭି ଚ୍ୟାନେଲ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ‘‘ ଏହା ଏକ ଏଭଳି ସମସ୍ୟା ଯାହା ଉପରେ ୫୦ ବର୍ଷ ତଳେ ଚର୍ଚ୍ଚା ହୋଇଥିଲା ଆଉ ଏହାର ସମାଧାନ କରାଯାଇଥିଲା ଏବଂ ଏହା ଉପରେ ଆଗକୁ ଚର୍ଚ୍ଚା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ପ୍ରସଙ୍ଗ ପୁଣି ଉଠିପାରେ।’’ ସେ ଆହୁରି କହିଛନ୍ତି ଏପର୍ଯ୍ୟନ୍ତ କେହିବି ଦ୍ବୀପର ସ୍ଥିତି ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠାଇନାହାଁନ୍ତି।’’
ପ୍ରକୃତରେ ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ କଚ୍ଚାତିବୁ ଦ୍ବୀପକୁ ନେଇ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଗତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମର ରିପୋର୍ଟ ଆଧାରରେ କଂଗ୍ରେସକୁ ଟାର୍ଗେଟ କିରିଥିଲେ। ସେ ଅଭିଯୋଗ ଲଗାଇଥିଲେ ଯେ, କଂଗ୍ରେସ ଜାଣିଶୁଣି କଚ୍ଚାତିବୁ ଦ୍ବୀପ ଶ୍ରୀଲଙ୍କାକୁ ଦେଇଥିଲା। ବିଜେପି ଏହି ପ୍ରସଙ୍ଗ ଉଠାଇ କହିଛି ଯେ, ୧୯୭୪ରେ କଂଗ୍ରେସ ଏକ ବୁଝାମଣା ଅନୁଯାୟୀ ଦ୍ବୀପକୁ ଶ୍ରୀଲଙ୍କାକୁ ନେଇ ଭାରତୀୟ ମତ୍ସ୍ୟଜୀବୀଙ୍କ ସହ ଅନ୍ୟାୟ କରିଛି କାରଣ ବୁଝାମଣା ପରେ ସେମାନଙ୍କୁ ଦ୍ବୀପରେ ମାଛ ଧରିବା ପ୍ରତିବନ୍ଧକ ହୋଇଥିଲା।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସକୁ ଘେରିଥିଲେ। ସେ କହିଥିଲେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାରଙ୍କ ଉଦାସୀନତା କାରଣରୁ ୨୮୫ ଏକର ପରିବ୍ୟାପ୍ତ ଏହି ଦ୍ବୀପ ଶ୍ରୀଲଙ୍କା ଭାଗକୁ ଚାଲିଯାଇଥିଲା।
ସୂଚନାଥାଉକି, କଚ୍ଚାତିବୁ ଦ୍ବୀପ ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ ରହିଛି। ଯାହା ବଙ୍ଗୋପସାଗରକୁ ଆରବ ସାଗର ସହ ଯୋଡ଼ୁଛି। ୨୮୫ ଏକରରେ ବ୍ୟାପ୍ତ ଏହି ଦ୍ବୀପର ସୁରକ୍ଷା ଶ୍ରୀଲଙ୍କା ନୌସେନାର ଏକ ଗ୍ରୁପ୍ କରିଥାଏ। ଏଥିରେ ସାମୁଦ୍ରିକ ଅଞ୍ଚଳ ସହ ଦ୍ବୀପରେ ଥିବା ସେଣ୍ଟ ଆନ୍ଥୋନୀ ଚର୍ଚ୍ଚା ରକ୍ଷା ମଧ୍ୟ ରହିଛି। ୧୯୭୪ରେ ଶ୍ରୀଲଙ୍କା ସହ ଐତିହାସିକ ସାମୁଦ୍ରିକ ସୀମା ବୁଝାମଣା ଅନୁଯାୟୀ ଭାରତ ସରକାର କଚ୍ଚାତିବୁ ଶ୍ରୀଲଙ୍କାକୁ ଦେଇଥିଲା। ଏହି ବୁଝାମଣା ଦ୍ବାରା ଶ୍ରୀଲଙ୍କା ସହ ସାମୁଦ୍ରିକ ସୀମା ଏବଂ ଅନ୍ୟ ବିବାଦକୁ ସମାଧାନ ରାସ୍ତା ସଫା ହୋଇଥିଲା। ଆହୁରି ମଧ୍ୟ ଭାରତକୁ ଓ୍ବାଡ୍ଜ ବ୍ୟାଙ୍କ ଏବଂ ଏହାର ସଂସାଧନ ଉପରେ ମଧ୍ୟ ଅଧିକାର ମିଳିଥିଲା।