ଏବର୍ଷ ଅପରାହ୍ନ ୫ଟାରେ ହେବ ରଥଟଣା, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ: ଏବର୍ଷ ଅପରାହ୍ନ ୫ଟାରେ ହେବ ରଥଟଣା। ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ନିଯୋଗ ସଦସ୍ୟ ସାମିଲ ହୋଇଥିଲେ। ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ଅନୁମୋଦନ ଦିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇଛନ୍ତି। ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ବୈଠକରେ ଚୂଡ଼ାନ୍ତ କରାଯାଇଛି।ଚଳିତ ବର୍ଷ ରଥଯାତ୍ରା ଆମ ସମସ୍ତଙ୍କ ପାଇଁ ଚାଲେଞ୍ଜ। ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତ ନିଯୋଗର ସହଯୋଗ ଲୋଡ଼ା ଯାଇଛି। ଆସନ୍ତାକାଲି ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ରଥଯାତ୍ରା ଦିନ ଅପରାହ୍ନ ୫ଟାରେ ରଥଟଣା ହେବ। ୬ଟାରେ ସକାଳ ଧୂପ ସରିବା ପରେ ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ଆସିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ତେବେ ରଥଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ ଆଜି ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଅଧ୍ୟକ୍ଷତା କରିଥିଲ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର, ଛତିଶା ନିଯୋଗର ସମସ୍ତ ସେବା

ଏବର୍ଷ ଅପରାହ୍ନ ୫ଟାରେ ହେବ ରଥଟଣା, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ: ଏବର୍ଷ ଅପରାହ୍ନ ୫ଟାରେ ହେବ ରଥଟଣା। ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ନିଯୋଗ ସଦସ୍ୟ ସାମିଲ ହୋଇଥିଲେ। ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ଅନୁମୋଦନ ଦିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇଛନ୍ତି। ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ବୈଠକରେ ଚୂଡ଼ାନ୍ତ କରାଯାଇଛି।

ଚଳିତ ବର୍ଷ ରଥଯାତ୍ରା ଆମ ସମସ୍ତଙ୍କ ପାଇଁ ଚାଲେଞ୍ଜ। ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତ ନିଯୋଗର ସହଯୋଗ ଲୋଡ଼ା ଯାଇଛି। ଆସନ୍ତାକାଲି ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ରଥଯାତ୍ରା ଦିନ ଅପରାହ୍ନ ୫ଟାରେ ରଥଟଣା ହେବ। ୬ଟାରେ ସକାଳ ଧୂପ ସରିବା ପରେ ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ଆସିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ତେବେ ରଥଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ ଆଜି ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଅଧ୍ୟକ୍ଷତା କରିଥିଲ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର, ଛତିଶା ନିଯୋଗର ସମସ୍ତ ସେବାୟତ ପ୍ରତିନିଧିଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ। ତେବେ ଏହି ବୈଠକରେ ରଥଯାତ୍ରା ଓ ବାହୁଡା ଯାତ୍ରା ବ୍ୟବସ୍ଥାବଳୀକୁ ମଧ୍ୟ ଛତିଶା ନିଯୋଗ ଅନୁମୋଦନ କରିଛନ୍ତି।