ଅଜବ ଗାଁ: ଯେଉଁଠି ଯମରାଜାଙ୍କ ପାଇଁ No Entry, ୧୦୦ ବର୍ଷ ଭିତରେ କେହି ବି ଜଣେ ମରିନାହାନ୍ତି
ଦୁନିଆରେ ଏପରି ଅନେକ ସ୍ଥାନ ଅଛି , ଯାହା ବିଷୟରେ ଜାଣି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୁଅନ୍ତି। ଏପରି ଏକ ଅନନ୍ୟ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଗତ ୧୦୦ ବର୍ଷ ମଧ୍ୟରେ ଜଣେ ହେଲେ ବି ବ୍ୟକ୍ତି ମୃତ୍ୟୁବରଣ କରିନାହାନ୍ତି। ଏହି ସ୍ଥାନ ବିଷୟରେ ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ ମାତ୍ର ଏହା ସତ। ଏହା ଜାଣି ମନରେ ଏକ ପ୍ରଶ୍ନ ଉଠୁଥିବ ଯେ, ଏଠାରେ କ’ଣ କେହି ରହନ୍ତି ନାହିଁ? ଆଜ୍ଞା […] The post ଅଜବ ଗାଁ: ଯେଉଁଠି ଯମରାଜାଙ୍କ ପାଇଁ No Entry, ୧୦୦ ବର୍ଷ ଭିତରେ କେହି ବି ଜଣେ ମରିନାହାନ୍ତି appeared first on Dharitri Odia News.
ଦୁନିଆରେ ଏପରି ଅନେକ ସ୍ଥାନ ଅଛି , ଯାହା ବିଷୟରେ ଜାଣି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୁଅନ୍ତି। ଏପରି ଏକ ଅନନ୍ୟ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଗତ ୧୦୦ ବର୍ଷ ମଧ୍ୟରେ ଜଣେ ହେଲେ ବି ବ୍ୟକ୍ତି ମୃତ୍ୟୁବରଣ କରିନାହାନ୍ତି। ଏହି ସ୍ଥାନ ବିଷୟରେ ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ ମାତ୍ର ଏହା ସତ। ଏହା ଜାଣି ମନରେ ଏକ ପ୍ରଶ୍ନ ଉଠୁଥିବ ଯେ, ଏଠାରେ କ’ଣ କେହି ରହନ୍ତି ନାହିଁ? ଆଜ୍ଞା ହଁ, ଏଠାରେ ଲୋକମାନେ ରୁହନ୍ତି କିନ୍ତୁ ଗତ ୧୦୦ ବର୍ଷ ମଧ୍ୟରେ କେହି ମରିନାହାନ୍ତି।
ଆମେ ଉତ୍ତର ମେରୁରେ ଅବସ୍ଥିତ ଲଙ୍ଗ ଇୟରବେନ ସହର ବିଷୟରେ କହୁଛୁ। ଏହି ସ୍ଥାନଟି ବର୍ଷସାରା ଅତ୍ୟନ୍ତ ଥଣ୍ଡା ରହିଥାଏ। ଯାହା ଯୋଗୁ ଏଠାରେ ମୃତଦେହ ପଚିବା ପ୍ରାୟ ଅସମ୍ଭବ। ଏଠାକାର ତାପମାତ୍ରା ଏକ ଡିପ୍ ଫ୍ରିଜର ପରି। ଯାହା ଯୋଗୁ ଏଠାକାର ସରକାର ଲୋକଙ୍କ ମୃତ୍ୟୁକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି। ଏଠାରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ପ୍ରତିବର୍ଷ ମେ’ରୁ ଜୁଲାଇ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟ ଅସ୍ତ ହୁଏ ନାହିଁ। ସେଥିପାଇଁ ପ୍ରତିବର୍ଷ ଏହି ସ୍ଥାନରେ ଲଗାତର ୭୬ ଦିନ ପାଇଁ ଦିନ ଥାଏ।
ମାତ୍ର ଦୁଇ ହଜାର ଜନସଂଖ୍ୟା ବିଶିଷ୍ଟ ଏକ ଅନନ୍ୟ ସହର
ଏଠାରେ ରହୁଥିବା ଅଧିକାଂଶ ଲୋକ ଖ୍ରୀଷ୍ଟିଆନ ଧର୍ମର ଅନୁଗାମୀ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଠାରେ ଶେଷ ମୃତ୍ୟୁ ୧୯୧୭ରେ ହୋଇଥିଲା। ସେତେବେଳେ ମୃତଦେହକୁ ସେଠାରେ କବର ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ମୃତଦେହ ପଚିଯାଇ ନାହିଁ ଏବଂ ଏଥିରେ ଥିବା ଭାଇରସ୍ ଏବେ ବି ସମ୍ପୂର୍ଣ୍ଣ ସକ୍ରିୟ ଅଛି। ତେଣୁ ସହରରେ ଲୋକଙ୍କୁ ରକ୍ଷା କରିବା ପାଇଁ, ସରକାର ଏଠାରେ ମୃତ୍ୟୁକୁ ନିଷିଦ୍ଧ କରିଛନ୍ତି।
୨୦୦୦ ପରେ ସରକାର ଏକ ବ୍ୟବସ୍ଥା କରିଛନ୍ତି ଯେ, ଯେତେବେଳେ କାହାର ମୃତ୍ୟୁ ହେବାକୁ ଯାଉଥିବ ତାଙ୍କୁ ହେଲିକପ୍ଟର ସାହାଯ୍ୟରେ ଅନ୍ୟ ସ୍ଥାନକୁ ପଠାଯିବାର ବ୍ୟବସ୍ଥା କରିଛନ୍ତି। ତା’ପରେ ସେହି ବ୍ୟକ୍ତିଙ୍କ ଶେଷକୃତ୍ୟ ସେହି ସ୍ଥାନରେ କରାଯାଏ।
The post ଅଜବ ଗାଁ: ଯେଉଁଠି ଯମରାଜାଙ୍କ ପାଇଁ No Entry, ୧୦୦ ବର୍ଷ ଭିତରେ କେହି ବି ଜଣେ ମରିନାହାନ୍ତି appeared first on Dharitri Odia News.