ଲଜ୍ଜାଜନକ ରେକର୍ଡ ନିଜ ନାମରେ କଲେ ଚହଲ

ଚେନ୍ନାଇ,୨୪।୫: ଆଇପିଏଲ୍‌ ୨୦୨୪ରେ ଦମ୍‌ଦାର ଆରମ୍ଭ କରିଥିଲେ ଯୁଜବେନ୍ଦ୍ର ଚହଲ। ଏହାକୁ ନେଇ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ତାଙ୍କୁ ଚୟନ କରାଯାଇଛି। ହେଲେ ଆଇପିଏଲ୍‌ର ଦ୍ୱିତୀୟ ଭାଗରେ ସେ ନିରାଶ କରୁଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ କ୍ୱାଲିଫାୟାର ୨ରେ ସେ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି, ଯାହାକୁ ସେ କେବେ ମନେ ରଖିବାକୁ ଚାହିଁବେ ନାହିଁ। ବୋଲିଂ କରି ସେ ଏହି ସିଜନରେ ୩୦ ଛକା ସହ ୫୨୦ରୁ ଅଧିକ ରନ୍‌ ବି ଦେଇଛନ୍ତି। […] The post ଲଜ୍ଜାଜନକ ରେକର୍ଡ ନିଜ ନାମରେ କଲେ ଚହଲ appeared first on Dharitri Odia News.

ଲଜ୍ଜାଜନକ ରେକର୍ଡ ନିଜ ନାମରେ କଲେ ଚହଲ

ଚେନ୍ନାଇ,୨୪।୫: ଆଇପିଏଲ୍‌ ୨୦୨୪ରେ ଦମ୍‌ଦାର ଆରମ୍ଭ କରିଥିଲେ ଯୁଜବେନ୍ଦ୍ର ଚହଲ। ଏହାକୁ ନେଇ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ତାଙ୍କୁ ଚୟନ କରାଯାଇଛି। ହେଲେ ଆଇପିଏଲ୍‌ର ଦ୍ୱିତୀୟ ଭାଗରେ ସେ ନିରାଶ କରୁଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ କ୍ୱାଲିଫାୟାର ୨ରେ ସେ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି, ଯାହାକୁ ସେ କେବେ ମନେ ରଖିବାକୁ ଚାହିଁବେ ନାହିଁ। ବୋଲିଂ କରି ସେ ଏହି ସିଜନରେ ୩୦ ଛକା ସହ ୫୨୦ରୁ ଅଧିକ ରନ୍‌ ବି ଦେଇଛନ୍ତି।

ହାଇଦ୍ରାବାଦ ବିପକ୍ଷ ୪ ଓଭରରେ ଚହଲ ୩୪ ରନ୍‌ ଦେଇଛନ୍ତି। ଏଥିସହ ସେ ଏକ ଖରାପ ରେକର୍ଡ ନିଜ ନାମରେ କରିଛନ୍ତି। ଆଇପିଏଲ୍‌ ୨୦୨୪ରେ ଚହଲ ଏଯାବତ ୫୨୦ରୁ ଅଧିକ ରନ୍‌ ଦେଇସାରିଛନ୍ତି। ଏଭଳି କରି ଲିଗ୍‌ ଇତିହାସରେ ସେ ପ୍ରଥମ ବୋଲର୍‌ ପାଲଟିଛନ୍ତି। ସେହିଭଳି ତାଙ୍କ ବଲ୍‌ରେ ଏହି ସିଜନରେ ୩୦ ଛକା ମରାଯାଇଛି। ଏଥିସହ ତାଙ୍କ ନାମରେ ମୋଟ ୨୨୩ ଛକା ହୋଇଛି। ଏହି ମାମଲାରେ ସେ ପିୟୂଷ ଚାଓ୍ବଲାକୁ ପଛରେ ପକାଇଛନ୍ତି। ଏବେ ଚୟଲ ବିଶ୍ୱକପ୍‌ ପାଇଁ ଆମେରିକା ଯିବେ। ତେଣୁ ଭାରତୀୟ ପ୍ରଶଂସକମାନେ ସେ ଏହି ଖରାପ ରେକର୍ଡକୁ ନ ଦୋହରାନ୍ତୁ ବୋଲି ଚାହିଁବେ।

The post ଲଜ୍ଜାଜନକ ରେକର୍ଡ ନିଜ ନାମରେ କଲେ ଚହଲ appeared first on Dharitri Odia News.