କେହି କାହାକୁ ଖରାରେ କାମ କରାଇଲେ କାର୍ଯ୍ୟାନୁଷ୍ଠାନ,ପିକ୍ ଆଓ୍ବାରରେ…
ଭୁବନେଶ୍ୱର, ୩୧।୫(ଅସମାପିକା ସାହୁ) – ଅସହ୍ୟ ଗ୍ରୀଷ୍ମପ୍ରବାହ ସାରା ରାଜ୍ୟରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛି। ଅଂଶୁଘାତରେ ବହୁ ଜୀବନ ଯାଇଥିବାବେଳେ ପ୍ରତିଦିନ ଅଭିଯୋଗ ବଢ଼ି ଚାଲିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥିତିରେ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ପରାମର୍ଶ ଦେଇଛନ୍ତି। ଗ୍ରୀଷ୍ମପ୍ରବାହର ପିକ୍ ଆଓ୍ବାର୍ ହେଉଛି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା। ଏହି ସମୟ ଭିତରେ ସବୁଠୁ ଅଧିକ ସତର୍କ ରହିଲେ ଅଂଶୁଘାତରୁ ବର୍ତ୍ତି ପାରିବା। ଖରାରେ କୌଣସି […] The post କେହି କାହାକୁ ଖରାରେ କାମ କରାଇଲେ କାର୍ଯ୍ୟାନୁଷ୍ଠାନ,ପିକ୍ ଆଓ୍ବାରରେ… appeared first on Dharitri Odia News.
ଭୁବନେଶ୍ୱର, ୩୧।୫(ଅସମାପିକା ସାହୁ) – ଅସହ୍ୟ ଗ୍ରୀଷ୍ମପ୍ରବାହ ସାରା ରାଜ୍ୟରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛି। ଅଂଶୁଘାତରେ ବହୁ ଜୀବନ ଯାଇଥିବାବେଳେ ପ୍ରତିଦିନ ଅଭିଯୋଗ ବଢ଼ି ଚାଲିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥିତିରେ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ପରାମର୍ଶ ଦେଇଛନ୍ତି।
ଗ୍ରୀଷ୍ମପ୍ରବାହର ପିକ୍ ଆଓ୍ବାର୍ ହେଉଛି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା। ଏହି ସମୟ ଭିତରେ ସବୁଠୁ ଅଧିକ ସତର୍କ ରହିଲେ ଅଂଶୁଘାତରୁ ବର୍ତ୍ତି ପାରିବା। ଖରାରେ କୌଣସି କାମ କରିବା ନାହିଁ। ପିକ୍ ଆଓ୍ବାରରେ ଯଦି କେହି କାହାକୁ ଖରାରେ କାମ କରାନ୍ତି, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ଆର୍ସି ସତ୍ୟବ୍ରତ ସାହୁ କହିଛନ୍ତି।
The post କେହି କାହାକୁ ଖରାରେ କାମ କରାଇଲେ କାର୍ଯ୍ୟାନୁଷ୍ଠାନ,ପିକ୍ ଆଓ୍ବାରରେ… appeared first on Dharitri Odia News.