୧୨ ଦିନ ପୂରିଲାନି ବାହାଘର, ଜଙ୍ଗଲରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ

ସୋର ୨୫।୦୩ : ପାଦରୁ ଲିଭିନି ଅଳତା, ହାତରୁ ଲିଭିନି ମେହେନ୍ଦୀ । ୧୨ ଦିନ ବି ତିଷ୍ଠିଲାନି ଖୁସିର ସଂସାର । ବିବାହର ୧୨ ଦିନ ପରେ ମିଳିଲା ନବବଧୂର ଝୁଲନ୍ତା ମୃତଦେହ । ସେପଟେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଖବର ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ସୋର ଥାନା ଗୋପିନାଥପୁର ପଞ୍ଚାୟତ ଉପରଗଡ (ବାଘ ଆମ୍ପୁଡା) ଗାଁରୁ ଆସିଛି ଦୁଃଖଦ ଖବର।ସୋମବାର ଦିନ ଜଣେ ନବବଧୁର ଝୁଲନ୍ତା ମୃତଦେହ ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି । ନବଵଧୁ ଗୌରୀ ପାଖ ଜଙ୍ଗଲରେ ଝୁଲନ୍ତା ଅଵସ୍ଥାରେ ଲୋକ ମାନେ ଦେଖିବାକୁ ପାଇଥିଲେ ।ଏଵିଷୟର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।  ତେବେ ମୃତ ନଵବଧୂ ଗୌରୀ ମୁଦୁଲିଙ୍କର ଘର ଖଇରା ଥାନା ଗାଭର ଗାଁର ବୋଲି ଜଣାପଡିଛି । ମୃତ ଗୌରୀ ମୁଦୁଲି ଙ୍କ ସହିତ ଉପରଗଡ(ବାଘଆମ୍ପୁଡା) ଗାଁର ଵସନ୍ତ ସିଂଙ୍କ ସହିତ ଵୈଦିକ ରୀତିନୀତିରେ ବାର ଦିନ ପୂର୍ବେ ବିଵାହ ସମ୍ପନ୍ନ ହୋଇଥିଲା । ସୋମବାର ଭୋର  ଗୌରୀଙ୍କ ଶାଶୁ ଘର ଲୋକଙ୍କ ଠାରୁ ଖବରପାଇ ଯାଇ ପହଞ୍ଚିଲା ବେଳେକୁ ତାର ମୃତ୍ୟୁ ହୋଇସାରିଛି । ତାକୁ ତାର ସ୍ୱାମୀ ଓ ପରିବାର ଲୋକ ମାରି ଦେଇଥିବାର ଥାନାରେ ଭାଇ ରମେଶ ମୁଦୁଲି  ଅଭିଯୋଗ କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜଵତ କରି ଘଟଣାର ତଦନ୍ତ ଚଳାଇଛି । କିପରି ଓ କାହିଁକି ଗୌରୀଙ୍କ ମୃତ୍ୟୁ ହେଲା। ସେନେଇ ଛାନ୍‌ଭିନ୍ ଜାରି ରଖିଛି

୧୨ ଦିନ ପୂରିଲାନି ବାହାଘର, ଜଙ୍ଗଲରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ

ସୋର ୨୫।୦୩ : ପାଦରୁ ଲିଭିନି ଅଳତା, ହାତରୁ ଲିଭିନି ମେହେନ୍ଦୀ । ୧୨ ଦିନ ବି ତିଷ୍ଠିଲାନି ଖୁସିର ସଂସାର । ବିବାହର ୧୨ ଦିନ ପରେ ମିଳିଲା ନବବଧୂର ଝୁଲନ୍ତା ମୃତଦେହ । ସେପଟେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । 

ଖବର ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ସୋର ଥାନା ଗୋପିନାଥପୁର ପଞ୍ଚାୟତ ଉପରଗଡ (ବାଘ ଆମ୍ପୁଡା) ଗାଁରୁ ଆସିଛି ଦୁଃଖଦ ଖବର।ସୋମବାର ଦିନ ଜଣେ ନବବଧୁର ଝୁଲନ୍ତା ମୃତଦେହ ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି । ନବଵଧୁ ଗୌରୀ ପାଖ ଜଙ୍ଗଲରେ ଝୁଲନ୍ତା ଅଵସ୍ଥାରେ ଲୋକ ମାନେ ଦେଖିବାକୁ ପାଇଥିଲେ ।ଏଵିଷୟର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।  

ତେବେ ମୃତ ନଵବଧୂ ଗୌରୀ ମୁଦୁଲିଙ୍କର ଘର ଖଇରା ଥାନା ଗାଭର ଗାଁର ବୋଲି ଜଣାପଡିଛି । ମୃତ ଗୌରୀ ମୁଦୁଲି ଙ୍କ ସହିତ ଉପରଗଡ(ବାଘଆମ୍ପୁଡା) ଗାଁର ଵସନ୍ତ ସିଂଙ୍କ ସହିତ ଵୈଦିକ ରୀତିନୀତିରେ ବାର ଦିନ ପୂର୍ବେ ବିଵାହ ସମ୍ପନ୍ନ ହୋଇଥିଲା । ସୋମବାର ଭୋର  ଗୌରୀଙ୍କ ଶାଶୁ ଘର ଲୋକଙ୍କ ଠାରୁ ଖବରପାଇ ଯାଇ ପହଞ୍ଚିଲା ବେଳେକୁ ତାର ମୃତ୍ୟୁ ହୋଇସାରିଛି । ତାକୁ ତାର ସ୍ୱାମୀ ଓ ପରିବାର ଲୋକ ମାରି ଦେଇଥିବାର ଥାନାରେ ଭାଇ ରମେଶ ମୁଦୁଲି  ଅଭିଯୋଗ କରିଛନ୍ତି । 

ଅନ୍ୟପଟେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜଵତ କରି ଘଟଣାର ତଦନ୍ତ ଚଳାଇଛି । କିପରି ଓ କାହିଁକି ଗୌରୀଙ୍କ ମୃତ୍ୟୁ ହେଲା। ସେନେଇ ଛାନ୍‌ଭିନ୍ ଜାରି ରଖିଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ମଧ୍ୟ ନେଇପାରେ ପୋଲିସ ।