ଚଳନ୍ତା ଟ୍ରେନରେ ଶୋଇଥିବା ଯାତ୍ରୀଙ୍କ ଉପରେ ଗରମ ଚା ଢାଳିଦେଲା ଭେଣ୍ଡର, ଦଳାଚକଟାରେ ୨ ମୃତ
ବିନା : ପୁଣେ ଏକ୍ସପ୍ସେସ୍ ଟ୍ରେନରେ ଚା ବିକ୍ରେତାଙ୍କ ଅସାବଧାନତା ଯୋଗୁ ଶନିବାର ଦଳଚକଟା ଯୋଗୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ କେତେକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଟ୍ରେନରେ ଚା ବିକୁଥିବା ଭେଣ୍ଡରକୁ ଜିଆରପି ଗିରଫ କରିଛି। ଏହି ଘଟଣା ସକାଳ ପ୍ରାୟ ସାଢେ ୬ଟା ବେଳେ ଚଳନ୍ତା ଟ୍ରେନରେ ହୋଇଛି। ମୃତାହତଙ୍କ ଚିହ୍ନଟ ନିମନ୍ତେ ଉଦ୍ୟମ କରାଯାଉଛି। ମଧ୍ୟପ୍ରଦେଶ ବିନାର କରୋନ୍ଦା ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ଟ୍ରେନ ନମ୍ବର ୧୫୦୨୯ର ଜେନରାଲ କୋଚରେ ଚା ବିକ୍ରି କରୁଥିବା ଭେଣ୍ଡରଙ୍କ ଅସାବଧାନତା ଯୋଗୁ ଯାତ୍ରୀଙ୍କ ଉପରେ ଗରମ ଚା ଢାଳି ହୋଇଯାଇଛି। ବିକ୍ରେତା ଥର୍ମାଫ୍ଲାସରେ ଚା ରଖି ବିକ୍ରି କରୁଥିଲା। ତେବେ ଥର୍ମାଫ୍ଲାସର ଢାଙ୍କୁଣୀ ସେ ଠିକରେ ବନ୍ଦ କରିନଥିଲା। ଫଳରେ ଗରମ ଚା ଯାତ୍ରୀଙ୍କ ଉପରେ ଢାଳି ଯାଇଥିଲା। ଗୋଣ୍ଡାର ବିଶ୍ୱନାଥ (୨୭), ମହାରାଜଗଞ୍ଜର ମନିଷ (୨୫) ଓ ଗୋରଖପୁରର ଦୀପକ (୩୨) ଗରମ ଚା ପଡିବାରୁ ଫୋଟକା ହୋଇଯାଇଛନ୍ତି। ଏମାନେ ଜେନରାଲ କୋଚର ତଳେ ଶୋଇଥିଲେ। ଗରମ ଚା ଢାଳିଯିବାରୁ ଟ୍ରେନରେ ଦଉଡାଧାପଡା ହୋଇଥିଲା। ଏଥିରେ ଦୁଇ ଜଣଯାତ୍ରୀ ଚଳନ୍ତା ଟ୍ରେନରୁ ଡେଇଁ ପଡିଥିଲେ। ଫଳରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି। ଜିଆରପି ଇନିସପେକ୍ଟର ବବିତା କଠେରିୟା ଚା ବିକ୍ରେତାଙ୍କ ଅସାବଧାନତା ଯୋଗୁ ଏହି ଘଟଣା ଘଟିଥିବା କହି
ବିନା : ପୁଣେ ଏକ୍ସପ୍ସେସ୍ ଟ୍ରେନରେ ଚା ବିକ୍ରେତାଙ୍କ ଅସାବଧାନତା ଯୋଗୁ ଶନିବାର ଦଳଚକଟା ଯୋଗୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ କେତେକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଟ୍ରେନରେ ଚା ବିକୁଥିବା ଭେଣ୍ଡରକୁ ଜିଆରପି ଗିରଫ କରିଛି। ଏହି ଘଟଣା ସକାଳ ପ୍ରାୟ ସାଢେ ୬ଟା ବେଳେ ଚଳନ୍ତା ଟ୍ରେନରେ ହୋଇଛି। ମୃତାହତଙ୍କ ଚିହ୍ନଟ ନିମନ୍ତେ ଉଦ୍ୟମ କରାଯାଉଛି।
ମଧ୍ୟପ୍ରଦେଶ ବିନାର କରୋନ୍ଦା ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ଟ୍ରେନ ନମ୍ବର ୧୫୦୨୯ର ଜେନରାଲ କୋଚରେ ଚା ବିକ୍ରି କରୁଥିବା ଭେଣ୍ଡରଙ୍କ ଅସାବଧାନତା ଯୋଗୁ ଯାତ୍ରୀଙ୍କ ଉପରେ ଗରମ ଚା ଢାଳି ହୋଇଯାଇଛି। ବିକ୍ରେତା ଥର୍ମାଫ୍ଲାସରେ ଚା ରଖି ବିକ୍ରି କରୁଥିଲା। ତେବେ ଥର୍ମାଫ୍ଲାସର ଢାଙ୍କୁଣୀ ସେ ଠିକରେ ବନ୍ଦ କରିନଥିଲା। ଫଳରେ ଗରମ ଚା ଯାତ୍ରୀଙ୍କ ଉପରେ ଢାଳି ଯାଇଥିଲା। ଗୋଣ୍ଡାର ବିଶ୍ୱନାଥ (୨୭), ମହାରାଜଗଞ୍ଜର ମନିଷ (୨୫) ଓ ଗୋରଖପୁରର ଦୀପକ (୩୨) ଗରମ ଚା ପଡିବାରୁ ଫୋଟକା ହୋଇଯାଇଛନ୍ତି। ଏମାନେ ଜେନରାଲ କୋଚର ତଳେ ଶୋଇଥିଲେ।
ଗରମ ଚା ଢାଳିଯିବାରୁ ଟ୍ରେନରେ ଦଉଡାଧାପଡା ହୋଇଥିଲା। ଏଥିରେ ଦୁଇ ଜଣଯାତ୍ରୀ ଚଳନ୍ତା ଟ୍ରେନରୁ ଡେଇଁ ପଡିଥିଲେ। ଫଳରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି। ଜିଆରପି ଇନିସପେକ୍ଟର ବବିତା କଠେରିୟା ଚା ବିକ୍ରେତାଙ୍କ ଅସାବଧାନତା ଯୋଗୁ ଏହି ଘଟଣା ଘଟିଥିବା କହିଛନ୍ତି। ଚା ଢାଳିଯିବାରୁ କୋଚରେ ଦଳାଚକଟା ହୋଇଥିଲା। ଫଳରେ ଲୋକେ ଟ୍ରେନରୁ ଡେଇଁ ପ୍ରାଣ ହରାଇଥିବା ବେଳେ ଗରମ ଚାରେ ଫୋଟକା ହୋଇଯାଇଛନ୍ତି। ଅଟକ ଚା ବିକ୍ରେତାକୁ ପଚରା ଉଚରା କରାଯାଉଛି।