ହତ୍ୟା ନା ଆତ୍ମହତ୍ୟା ? ବିଶ୍ୱବିଦ୍ୟାଳୟ ପରିସରରୁ ଅଧ୍ୟାପକ ଓ ଝିଅଙ୍କ ମୃତଦେବ ଠାବ

ନୂଆଦିଲ୍ଲୀ ୧୧।୦୩: ହରିୟାଣାର ହିସାରସ୍ଥିତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ପ୍ରଫେସର ଏବଂ ତାଙ୍କର ୮ବର୍ଷର ଝିଅର ମୃତଦେହ ମିଳିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ଖେଳିଯାଇଛି। ଏନେଇ ପୋଲିସ କହିଛି ଯେ ରବିବାର ସନ୍ଧ୍ୟାରେ ହିସାରାର ଲାଲା ଲାଜପତ ରାୟ ପଶୁ ଚିକିତ୍ସା ଏବଂ ବିଜ୍ଞାନ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଉଭୟଙ୍କ ମୃତଦେହ ମିଳିଛି।ମୃତକଙ୍କ ନାମ ସନ୍ଦୀପ ଗୋୟଲ ବୋଲି ଜଣାପଡିଛି । ଯିଏ ହିସାରର ଲାଲା ଲଜପତ ରାୟ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ତାଙ୍କ ଝିଅକୁ ମାତ୍ର ୮ବର୍ଷ । ଗୋୟଲ ଏବଂ ତାଙ୍କ ପରିବାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ରହୁଥିଲେ। ଏହା ସହ ପୋଲିସ ଆହୁରି କହିଛି ଯେ ସେମାନଙ୍କ ଗଳା କଟାଯାଇଥିବା ଅବସ୍ଥାରେ ହିଁ ମିଳିଛି । ରିପୋର୍ଟ ଅନୁଯାୟୀ ଗୋୟଲ ଡିପ୍ରେସନରେ ଥିଲେ ଏବଂ ଡାକ୍ତରଙ୍କ ଠାରୁ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ମୃତ୍ୟୁ ଘଟଣାରେ ଅଧିକ ତଦନ୍ତ ଚାଲିଛି। ଏହା ମଧ୍ୟ ଦାବି କରାଯାଇଛି ଯେ ପ୍ରଫେସର ପ୍ରଥମେ ତାଙ୍କ ଏକମାତ୍ର ଝିଅର ଗଳାକୁ ସର୍ଜିକାଲ ବ୍ଲେଡରେ କାଟିବା ପରେ ନିଜ ପେଟ ଏବଂ ହାତକୁ ବ୍ଲେଡରେ ଆକ୍ରମଣ କରିଥିଲେ।ପ୍ରଫେସର କ୍ୟାମ୍ପସର ସମାନ କ୍ୱାର୍ଟରରେ ରହୁଥିଲେ ଏବଂ ରବିବାର ସନ୍ଧ୍ୟାରେ ନିଜ ଝିଅକୁ ଦୋକାନକୁ ନେଇଯିବା ବାହାନାରେ ଘରୁ

ହତ୍ୟା ନା ଆତ୍ମହତ୍ୟା ? ବିଶ୍ୱବିଦ୍ୟାଳୟ ପରିସରରୁ ଅଧ୍ୟାପକ ଓ ଝିଅଙ୍କ ମୃତଦେବ ଠାବ

ନୂଆଦିଲ୍ଲୀ ୧୧।୦୩: ହରିୟାଣାର ହିସାରସ୍ଥିତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ପ୍ରଫେସର ଏବଂ ତାଙ୍କର ୮ବର୍ଷର ଝିଅର ମୃତଦେହ ମିଳିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ଖେଳିଯାଇଛି। ଏନେଇ ପୋଲିସ କହିଛି ଯେ ରବିବାର ସନ୍ଧ୍ୟାରେ ହିସାରାର ଲାଲା ଲାଜପତ ରାୟ ପଶୁ ଚିକିତ୍ସା ଏବଂ ବିଜ୍ଞାନ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଉଭୟଙ୍କ ମୃତଦେହ ମିଳିଛି।

ମୃତକଙ୍କ ନାମ ସନ୍ଦୀପ ଗୋୟଲ ବୋଲି ଜଣାପଡିଛି । ଯିଏ ହିସାରର ଲାଲା ଲଜପତ ରାୟ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ତାଙ୍କ ଝିଅକୁ ମାତ୍ର ୮ବର୍ଷ । ଗୋୟଲ ଏବଂ ତାଙ୍କ ପରିବାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ରହୁଥିଲେ। ଏହା ସହ ପୋଲିସ ଆହୁରି କହିଛି ଯେ ସେମାନଙ୍କ ଗଳା କଟାଯାଇଥିବା ଅବସ୍ଥାରେ ହିଁ ମିଳିଛି । ରିପୋର୍ଟ ଅନୁଯାୟୀ ଗୋୟଲ ଡିପ୍ରେସନରେ ଥିଲେ ଏବଂ ଡାକ୍ତରଙ୍କ ଠାରୁ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ମୃତ୍ୟୁ ଘଟଣାରେ ଅଧିକ ତଦନ୍ତ ଚାଲିଛି। ଏହା ମଧ୍ୟ ଦାବି କରାଯାଇଛି ଯେ ପ୍ରଫେସର ପ୍ରଥମେ ତାଙ୍କ ଏକମାତ୍ର ଝିଅର ଗଳାକୁ ସର୍ଜିକାଲ ବ୍ଲେଡରେ କାଟିବା ପରେ ନିଜ ପେଟ ଏବଂ ହାତକୁ ବ୍ଲେଡରେ ଆକ୍ରମଣ କରିଥିଲେ।

ପ୍ରଫେସର କ୍ୟାମ୍ପସର ସମାନ କ୍ୱାର୍ଟରରେ ରହୁଥିଲେ ଏବଂ ରବିବାର ସନ୍ଧ୍ୟାରେ ନିଜ ଝିଅକୁ ଦୋକାନକୁ ନେଇଯିବା ବାହାନାରେ ଘରୁ ବାହାରିଥିଲେ। ପ୍ରାୟ ଏକ ଘଣ୍ଟା ପରେ ସେ ଆଉ ଫେରି ନଥିଲେ, ପ୍ରଫେସରଙ୍କ ପତ୍ନୀ ଏବଂ ମା ତାଙ୍କୁ ଫୋନ କରିଥିଲେ କିନ୍ତୁ ସେ ଫୋନ୍ ଉଠାଇ ନଥିଲେ। ଏହା ପରେ ଦୁହେଁ ପ୍ରଫେସରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଦହିଁଙ୍କ ମୃତଦେହ ମିଳିଥିଲା  

ଇସ୍ରାଏଲ ଉପରେ କିଛି ମିନିଟ୍ ଭିତରେ ୩୭ ରକେଟ୍ ମାଡ କଲା ହିଜବୁଲାହ, କହିଲା-ନେଉଛୁ ପ୍ରତିଶୋଧ