କାହିଁକି ଭାଙ୍ଗିଲା ନାଗା-ସାମନ୍ଥାଙ୍କ ବିବାହ ? ଅଲଗା ହେବା ପରେ ଅଭିନେତ୍ରୀ କରିଥିଲେ ଖୁଲାସା

ମୁମ୍ଵାଇ ୦୪।୧୨; ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ ପ୍ରଭୃ ୨୦୧୭ ରେ ବିବାହ କରିଥିଲେ। ସେମାନଙ୍କର ବିବାହ ଫଟୋ ଏବେ ଖୁବ୍‌ ଭାଇରାଲ ହୋଇଥିଲା। ପ୍ରଶଂସକମାନେ ଉଭୟଙ୍କ କେମେଷ୍ଟ୍ରିକୁ ଖୁବ୍‌ ପସନ୍ଦ କରନ୍ତି। କିନ୍ତୁ ତା’ପରେ ୨୦୨୧ ମସିହାରେ ଦୁହେଁ ଛାଡପତ୍ର ଘୋଷଣା କରିଥିଲେ।ଛାଡପତ୍ର ଘୋଷଣା ପ୍ରଶଂସକଙ୍କୁ ଚକିତ କରି ଦେଇଥିଲା।  ସେ ଏହି ପୋଷ୍ଟରେ ଲେଖିଛନ୍ତି - ଆମର ପ୍ରଶଂସକଙ୍କ ପାଇଁ ... ବହୁ ଚିନ୍ତା ଏବଂ ବୁଝାମଣା ପରେ ଆମେ ସ୍ୱାମୀ-ସ୍ତ୍ରୀ ଭାବରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ପ୍ରଶଂସକମାନେ ଆମକୁ ସମର୍ଥନ କରିବେ ଏବଂ ଏହି କଷ୍ଟ ସମୟରେ ଆମକୁ ଗୋପନୀୟତା ପ୍ରଦାନ କରିବେ ବୋଲି ଆମେ ଆଶା କରୁଛୁ।ଏହା ପରେ ସାମନ୍ଥା ଏବଂ ନାଗା କାହିଁକି ଅଲଗା ହୋଇଗଲେ।  ସେନେଇ ଅନେକ ଆଲୋଚନା ହୋଇଥିଲା। ଅନେକ ପ୍ରକାରର ଗସିପ୍‌ ମଧ୍ୟ ସାମ୍ନାକୁ ଆସିଲା । ରିପୋର୍ଟ ଅନୁଯାୟୀ, ନାଗାଙ୍କ ପରିବାର ସାମନ୍ଥାଙ୍କ ବୋଲ୍ଡ ଭୂମିକା ପାଇଁ ବିରୋଧ କରୁଥିଲେ। ଉଭୟଙ୍କ ଜୀବନର ଭିନ୍ନ ଲକ୍ଷ୍ୟ ମଧ୍ୟ ଏହା ପଛର କାରଣ ଥିଲା । ଏହା ବିଷୟରେ କଥାବାର୍ତ୍ତା କରୁଥିବାବେଳେ ନାଗା କହିଥିଲେ ଯେ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ନିଷ୍ପତ୍ତି।ସେ କହିଥିଲେ ଯେ ଏହା ତାଙ୍କ ଜୀବନର ଦୁର୍ଭାଗ୍ୟଜନକ ଏବଂ ଯନ୍ତ୍ରଣାଦାୟକ ନିଷ୍ପତ୍ତି। 'ସାମନ୍ଥା ଏବଂ ମୁଁ ଏକାଠି ଅଲଗା ହେବାର ନିଷ୍ପତ୍ତି ନେଇଥିଲୁ। ଏହି ନିଷ୍ପତ୍ତି ଶାନ୍ତିପୂର୍ଣ୍ଣ ଭାବେ ନିଆଯାଇଥିଲା। ଆମ

କାହିଁକି ଭାଙ୍ଗିଲା ନାଗା-ସାମନ୍ଥାଙ୍କ ବିବାହ ? ଅଲଗା ହେବା ପରେ ଅଭିନେତ୍ରୀ କରିଥିଲେ ଖୁଲାସା

ମୁମ୍ଵାଇ ୦୪।୧୨; ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ ପ୍ରଭୃ ୨୦୧୭ ରେ ବିବାହ କରିଥିଲେ। ସେମାନଙ୍କର ବିବାହ ଫଟୋ ଏବେ ଖୁବ୍‌ ଭାଇରାଲ ହୋଇଥିଲା। ପ୍ରଶଂସକମାନେ ଉଭୟଙ୍କ କେମେଷ୍ଟ୍ରିକୁ ଖୁବ୍‌ ପସନ୍ଦ କରନ୍ତି। କିନ୍ତୁ ତା’ପରେ ୨୦୨୧ ମସିହାରେ ଦୁହେଁ ଛାଡପତ୍ର ଘୋଷଣା କରିଥିଲେ।

ଛାଡପତ୍ର ଘୋଷଣା ପ୍ରଶଂସକଙ୍କୁ ଚକିତ କରି ଦେଇଥିଲା।  ସେ ଏହି ପୋଷ୍ଟରେ ଲେଖିଛନ୍ତି - ଆମର ପ୍ରଶଂସକଙ୍କ ପାଇଁ ... ବହୁ ଚିନ୍ତା ଏବଂ ବୁଝାମଣା ପରେ ଆମେ ସ୍ୱାମୀ-ସ୍ତ୍ରୀ ଭାବରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ପ୍ରଶଂସକମାନେ ଆମକୁ ସମର୍ଥନ କରିବେ ଏବଂ ଏହି କଷ୍ଟ ସମୟରେ ଆମକୁ ଗୋପନୀୟତା ପ୍ରଦାନ କରିବେ ବୋଲି ଆମେ ଆଶା କରୁଛୁ।

ଏହା ପରେ ସାମନ୍ଥା ଏବଂ ନାଗା କାହିଁକି ଅଲଗା ହୋଇଗଲେ।  ସେନେଇ ଅନେକ ଆଲୋଚନା ହୋଇଥିଲା। ଅନେକ ପ୍ରକାରର ଗସିପ୍‌ ମଧ୍ୟ ସାମ୍ନାକୁ ଆସିଲା । ରିପୋର୍ଟ ଅନୁଯାୟୀ, ନାଗାଙ୍କ ପରିବାର ସାମନ୍ଥାଙ୍କ ବୋଲ୍ଡ ଭୂମିକା ପାଇଁ ବିରୋଧ କରୁଥିଲେ। ଉଭୟଙ୍କ ଜୀବନର ଭିନ୍ନ ଲକ୍ଷ୍ୟ ମଧ୍ୟ ଏହା ପଛର କାରଣ ଥିଲା । ଏହା ବିଷୟରେ କଥାବାର୍ତ୍ତା କରୁଥିବାବେଳେ ନାଗା କହିଥିଲେ ଯେ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ନିଷ୍ପତ୍ତି।

ସେ କହିଥିଲେ ଯେ ଏହା ତାଙ୍କ ଜୀବନର ଦୁର୍ଭାଗ୍ୟଜନକ ଏବଂ ଯନ୍ତ୍ରଣାଦାୟକ ନିଷ୍ପତ୍ତି। 'ସାମନ୍ଥା ଏବଂ ମୁଁ ଏକାଠି ଅଲଗା ହେବାର ନିଷ୍ପତ୍ତି ନେଇଥିଲୁ। ଏହି ନିଷ୍ପତ୍ତି ଶାନ୍ତିପୂର୍ଣ୍ଣ ଭାବେ ନିଆଯାଇଥିଲା। ଆମେ ପରସ୍ପରର ଜୀବନ ଲକ୍ଷ୍ୟ ଏବଂ ସମ୍ମାନ ସହିତ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛୁ।  

ଏ ବିଷୟରେ କଥାବାର୍ତ୍ତା କରି ସାମନ୍ଥା କହିଥିଲେ - 'ଜଣେ ମହିଳା ହେବା, କାମ କରିବା, ଗ୍ଲାମର ଦୁନିଆରେ ରହିବା, ପ୍ରେମରେ ପଡ଼ିବା ଏବଂ ପରେ ବାହାରକୁ ଆସିବା, ଏସବୁ ପାଇଁ ବହୁତ ସାହସ ଦରକାର । ମୋର ଏହି ଯାତ୍ରା ପାଇଁ ମୁଁ ଗର୍ବିତ । ମୋତେ ଅବମାନନା କର ନାହିଁ । ମୋର ଆଶା ଯେ ମୋର ଗୋପନୀୟତାକୁ ସମ୍ମାନ ଦିଆଯିବ ।

ବର୍ତ୍ତମାନ ନାଗା ଚୈତନ୍ୟ ତାଙ୍କ ଜୀବନରେ ଆଗକୁ ବଢିଛନ୍ତି। ସେ ଡିସେମ୍ବର ୪ରେ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କର ବିବାହ ପୂର୍ବରୁ କାର୍ଯ୍ୟକ୍ରମର ଫଟୋ ଭାଇରାଲ୍ ।

ସେମାନଙ୍କର ବିବାହ ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଆୟୋଜିତ ହେବ। ସେମାନଙ୍କ ବିବାହ ରୀତିନୀତି ତେଲୁଗୁ ବ୍ରାହ୍ମଣ ପରମ୍ପରା ଅନୁଯାୟୀ କରାଯିବ ଏବଂ ବିବାହ ରୀତି ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ।