ଦିଲ୍ଲୀରେ ଫୁଟିଲା ପଦ୍ମ । ୨୭ବର୍ଷ ପରେ ବନବାସରୁ ଫେରିବା ପରେ ବିଜେପି ଶିବିରରେ ପ୍ରବଳ ଉତ୍ସାହ ଓ ଖୁସି ।
କନକ ବ୍ୟୁରୋ : ଦିଲ୍ଲୀରେ ଫୁଟିଲା ପଦ୍ମ, ଫିଟିଗଲା ଝାଡୁ, ଉଠିପାରିଲାନି ହାତ । ୨୭ବର୍ଷ ପରେ ବନବାସରୁ ଫେରିବା ପରେ ବିଜେପି । ଦିଲ୍ଲୀ ବିଧାନସଭାର ୭୦ ଆସନରୁ ୪୮ ଆସନ ଦଖଲ କରି ବିଜେପି ଆପ୍ର ଦୁର୍ଗ ଭୁଶୁଡ଼ାଇ ଦେଇଛି । ଆପ୍ର ଶୀର୍ଷ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପରାଜୟର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଆତିଶୀ ୩୫ ଶହ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଦଳର ଅନେକ ତୁଙ୍ଗ ନେତାଙ୍କ ପରାଜୟ ଆପ୍କୁ ଦୋହଲାଇ ଦେଇଛି ଏବଂ ଦଳ ୨୨ ଆସନରେ ସୀମିତ ରହିଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ପୁଣି ଦିଲ୍ଲୀରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି । ଦଳ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ ଏବଂ ଲଗାତାର ତୃତୀୟ ଥର ପାଇଁ ବିପର୍ୟ୍ୟୟ ମୁଣ୍ଡାଇଛି । ଏହି ନିର୍ବାଚନ ଫଳାଫଳ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଥିବା ବେଳେ ଇଣ୍ଡି ମେଣ୍ଟର ଭବିଷ୍ୟତ ନେଇ ମଧ୍ୟ ବଡ଼ ଚ୍ୟାଲେଞ୍ଜ ଆଣିଛି ।

କନକ ବ୍ୟୁରୋ : ଦିଲ୍ଲୀରେ ଫୁଟିଲା ପଦ୍ମ, ଫିଟିଗଲା ଝାଡୁ, ଉଠିପାରିଲାନି ହାତ । ୨୭ବର୍ଷ ପରେ ବନବାସରୁ ଫେରିବା ପରେ ବିଜେପି । ଦିଲ୍ଲୀ ବିଧାନସଭାର ୭୦ ଆସନରୁ ୪୮ ଆସନ ଦଖଲ କରି ବିଜେପି ଆପ୍ର ଦୁର୍ଗ ଭୁଶୁଡ଼ାଇ ଦେଇଛି । ଆପ୍ର ଶୀର୍ଷ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପରାଜୟର ସମ୍ମୁଖୀନ ହୋଇଛନ୍ତି ।
ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଆତିଶୀ ୩୫ ଶହ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଦଳର ଅନେକ ତୁଙ୍ଗ ନେତାଙ୍କ ପରାଜୟ ଆପ୍କୁ ଦୋହଲାଇ ଦେଇଛି ଏବଂ ଦଳ ୨୨ ଆସନରେ ସୀମିତ ରହିଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ପୁଣି ଦିଲ୍ଲୀରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି । ଦଳ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ ଏବଂ ଲଗାତାର ତୃତୀୟ ଥର ପାଇଁ ବିପର୍ୟ୍ୟୟ ମୁଣ୍ଡାଇଛି । ଏହି ନିର୍ବାଚନ ଫଳାଫଳ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଥିବା ବେଳେ ଇଣ୍ଡି ମେଣ୍ଟର ଭବିଷ୍ୟତ ନେଇ ମଧ୍ୟ ବଡ଼ ଚ୍ୟାଲେଞ୍ଜ ଆଣିଛି ।