ହୋଟେଲ୍‌ ଝରକାରୁ ସହଯୋଗ ମାଗିଲେ ଆମେରିକାର ଅବୈଧ ପ୍ରବାସୀ: ଅଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଅବୈଧ ପ୍ରବାସୀଙ୍କୁ ନିଜ ଦେଶରୁ ତଡ଼ୁଛନ୍ତି ଟ୍ରମ୍ପ ସରକାର। ଏଥିପାଇଁ ପ୍ରଥମେ ପ୍ରବାସୀଙ୍କୁ ଧରି ପାନାମାର ଏକ ହୋଟେଲ୍‌ରେ ରଖାଯାଉଛି। ଏହାପରେ ସେଠାରୁ ଏକ ବିମାନ ଯୋଗେ ସେମାନଙ୍କ ହୋତଗୋଡ଼ ବାନ୍ଧି ନିଜ ନିଜ ଦେଶରେ ଛାଡ଼ି ଦିଆଯାଉଛି। ନିର୍ବାସିତଙ୍କ ମଧ୍ୟରେ କେବଳ ଭାରତୀୟ ନାଗରିକ ନୁହଁନ୍ତି ନେପାଳ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ଚୀନ୍, ଭିଏତନାମ ଏବଂ ଇରାନ ଆଦି ଦେଶଗୁଡ଼ିକର ନାଗରିକମାନେ ରହୁଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ବର୍ତ୍ତମାନ ପ୍ରାୟ ୩୦୦ ପ୍ରବାସୀଙ୍କୁ ନିର୍ବାସନ ପାଇଁ ପାନାମାର ଏକ ହୋଟେଲ୍‌ରେ ରଖାଯାଇଛି। ହେଲେ ଏବେ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। କାରଣ ହୋଟେଲ୍‌ରେ ରହିଥିବା ପ୍ରବାସୀମାନେ ହୋଟେଲ୍ ଝରକାରୁ ସଂକେତ ଦେଇ ସହଯୋଗ ମାଗୁଥିବା ଦେଖା ଯାଉଛି। ଅନ୍ତର୍ଜାତୀୟ ମିଡିଆ ଆସୋସିଏଟ୍ ପ୍ରେସ୍‌ର ରିପୋର୍ଟ ଅନୁଯାୟୀ ହୋଟେଲ୍ ଭିତରେ ଥାଇ ପ୍ରବାସୀମାନେ ଝରକାରେ ‘ଦୟାକରି ସହଯୋଗ ରନ୍ତୁ’, ‘ଆମେ ଏଠି ସୁରକ୍ଷିତ ନାହୁଁ।’ ଲେଖାଥିବା ପ୍ଲାକାର୍ଡ ଧରି ସହଯୋଗ ମାଗୁଥିବାର ଦେଖାଯାଉଛି। ପାନାମା ସହରରେ ଥିବା ଡିକାପୋଲିସ ହୋଟେଲ୍‌ରେ ରହୁଥିବା ପ୍ରବାସୀମାନେ ଏଭଳି ସହଯୋଗ ଭିକ୍ଷା କରୁଥିବା ବିଭିନ୍ନ ଗଣମାଧ୍ୟମରେ ଫଟୋ ସହିତ ଖବର ପ୍ରକାଶ ପାଇଛି। ତେବେ ହୋଟେଲ୍ ବାହାରେ ପାନାମା ସୁରକ୍ଷା କର୍ମୀ ଓ ପୁଲିସଙ୍କର କଡ଼ା ପ୍ରହରା ରହିଥିବାର ଦେଖିବାକୁ ମିଳିଛ

ହୋଟେଲ୍‌ ଝରକାରୁ ସହଯୋଗ ମାଗିଲେ ଆମେରିକାର ଅବୈଧ ପ୍ରବାସୀ: ଅଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଅବୈଧ ପ୍ରବାସୀଙ୍କୁ ନିଜ ଦେଶରୁ ତଡ଼ୁଛନ୍ତି ଟ୍ରମ୍ପ ସରକାର। ଏଥିପାଇଁ ପ୍ରଥମେ ପ୍ରବାସୀଙ୍କୁ ଧରି ପାନାମାର ଏକ ହୋଟେଲ୍‌ରେ ରଖାଯାଉଛି। ଏହାପରେ ସେଠାରୁ ଏକ ବିମାନ ଯୋଗେ ସେମାନଙ୍କ ହୋତଗୋଡ଼ ବାନ୍ଧି ନିଜ ନିଜ ଦେଶରେ ଛାଡ଼ି ଦିଆଯାଉଛି। 

ନିର୍ବାସିତଙ୍କ ମଧ୍ୟରେ କେବଳ ଭାରତୀୟ ନାଗରିକ ନୁହଁନ୍ତି ନେପାଳ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ଚୀନ୍, ଭିଏତନାମ ଏବଂ ଇରାନ ଆଦି ଦେଶଗୁଡ଼ିକର ନାଗରିକମାନେ ରହୁଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ବର୍ତ୍ତମାନ ପ୍ରାୟ ୩୦୦ ପ୍ରବାସୀଙ୍କୁ ନିର୍ବାସନ ପାଇଁ ପାନାମାର ଏକ ହୋଟେଲ୍‌ରେ ରଖାଯାଇଛି। ହେଲେ ଏବେ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। କାରଣ ହୋଟେଲ୍‌ରେ ରହିଥିବା ପ୍ରବାସୀମାନେ ହୋଟେଲ୍ ଝରକାରୁ ସଂକେତ ଦେଇ ସହଯୋଗ ମାଗୁଥିବା ଦେଖା ଯାଉଛି। 

ଅନ୍ତର୍ଜାତୀୟ ମିଡିଆ ଆସୋସିଏଟ୍ ପ୍ରେସ୍‌ର ରିପୋର୍ଟ ଅନୁଯାୟୀ ହୋଟେଲ୍ ଭିତରେ ଥାଇ ପ୍ରବାସୀମାନେ ଝରକାରେ ‘ଦୟାକରି ସହଯୋଗ ରନ୍ତୁ’, ‘ଆମେ ଏଠି ସୁରକ୍ଷିତ ନାହୁଁ।’ ଲେଖାଥିବା ପ୍ଲାକାର୍ଡ ଧରି ସହଯୋଗ ମାଗୁଥିବାର ଦେଖାଯାଉଛି। ପାନାମା ସହରରେ ଥିବା ଡିକାପୋଲିସ ହୋଟେଲ୍‌ରେ ରହୁଥିବା ପ୍ରବାସୀମାନେ ଏଭଳି ସହଯୋଗ ଭିକ୍ଷା କରୁଥିବା ବିଭିନ୍ନ ଗଣମାଧ୍ୟମରେ ଫଟୋ ସହିତ ଖବର ପ୍ରକାଶ ପାଇଛି। ତେବେ ହୋଟେଲ୍ ବାହାରେ ପାନାମା ସୁରକ୍ଷା କର୍ମୀ ଓ ପୁଲିସଙ୍କର କଡ଼ା ପ୍ରହରା ରହିଥିବାର ଦେଖିବାକୁ ମିଳିଛି। ତଳେ ସୁରକ୍ଷାକର୍ମୀ ଛିଡ଼ା ହୋଇ ପ୍ରହରା ଦେଉଥିବା ବେଳେ ହୋଟେଲ୍ ଉପରୁ ପ୍ରବାସୀମାନେ ଏଭଳି ପ୍ଲାକାର୍ଡ ଦେଖାଇ କାହିଁକି ସହଯୋଗ ମାଗୁଛନ୍ତି ସେ ନେଇ ପ୍ରଶ୍ନ ଉଠିଛି। 

ସେପଟେ ଏନେଇ ପାନାମା ସୁରକ୍ଷା ମନ୍ତ୍ରୀ ଫ୍ରାଙ୍କ ଆବ୍ରେଗୋ କହିଛନ୍ତି ଯେ ପ୍ରବାସୀମାନଙ୍କୁ "ସେମାନଙ୍କ ସ୍ୱାଧୀନତାରୁ ବଞ୍ଚିତ କରାଯାଉ ନାହିଁ । ସେମାନେ ସେମାନଙ୍କ ସୁରକ୍ଷା ପାଇଁ ଆମ ହେପାଜତରେ ଅଛନ୍ତି।" ସାମ୍ବାଦିକଙ୍କୁ ସୂଚନା ଦେଇ ଆବ୍ରେଗୋ କହିଛନ୍ତି ଆମେରିକା ସହିତ ହୋଇଥିବା ପ୍ରବାସ ଚୁକ୍ତି ଅନୁସାରେ, ନିର୍ବାସିତମାନଙ୍କୁ ଚିକିତ୍ସା ସହାୟତା ଏବଂ ଖାଦ୍ୟପାନୀୟ ଦିଆଯାଉଛି।

ନିର୍ବାସନ ପ୍ରକ୍ରିୟାରେ ଆମେରିକା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଆମେିରିକାର ଅନୁରୋଧକ୍ରମେ ପାନାମା ଏଥିରେ ସହଯୋଗ କରୁଛି। ପ୍ରବାସୀମାନଙ୍କୁ ନେଇ ପାନାମାର ହୋଟେଲ୍‌ଗୁଡ଼ିକରେ ରଖାଯାଉଛି। ତେବେ ଏଥିପାଇଁ ଆବଶ୍ୟକ ହେଉଥିବା ସମସ୍ତ ଖର୍ଚ୍ଚ କିନ୍ତୁ ଆମେରିକା ବହନ କରୁଛି।   


ଆବ୍ରେଗୋ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ନିଜ ଦେଶକୁ ଫେରିବାକୁ ଚାହୁଁ ନାହାନ୍ତି ସେମାନଙ୍କୁ କଲମ୍ବିଆକୁ ଲାଗି ପାନାମାର ସୀମା ନିକଟରେ ଡାରିଏନ୍ ଜଙ୍ଗଲରେ ଥିବା ଏକ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯିବ। ଏହାପରେ ଅନ୍ତର୍ଜାତୀୟ ପ୍ରବାସ ସଂଗଠନ ଏବଂ ଜାତିସଂଘ ଶରଣାର୍ଥୀ ଏଜେନ୍ସି ସେମାନଙ୍କୁ ଅନ୍ୟ ଏକ ଦେଶରେ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା କରିବେ। ସୂଚନା ଥାଉକି ଏହି ଡାରିଏନ ଗତ କିଛି ବର୍ଷଗୁଡ଼ିକରେ ଦକ୍ଷିଣ ଆମେରିକାରୁ ଆମେରିକା ସୀମାକୁ ଯାତ୍ରା କରୁଥିବା ପ୍ରବାସୀମାନଙ୍କ ପାଇଁ ମୁଖ୍ୟ ରାସ୍ତା ପାଲଟିଛି। 

ପାନାମା ମନ୍ତ୍ରୀଙ୍କ ଅନୁଯାୟୀ, ବୁଧବାର ସନ୍ଧ୍ୟା ସୁଦ୍ଧା ହୋଟେଲ୍‌ରେ ରହୁଥିବା ଅବୈଧ ପ୍ରବାସୀଙ୍କ ମଧ୍ୟରୁ ପାଖାପାଖି ୧୭୧ ଜଣ ସ୍ୱେଚ୍ଛାକୃତ ଭାବରେ ନିଜ ଦେଶକୁ ଫେରିବାକୁ ରାଜି ହୋଇଥିବା ବେଳେ ଅନ୍ୟ ଦେଶକୁ ଯିବାକୁ ଚାହୁଁଥିବା ୯୭ ଜଣଙ୍କୁ ଡାରିଏନର ଏକ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଖୁବ୍‌ଶୀଘ୍ର ଆଉ ୮ ଜଣଙ୍କୁ ବି ଏହି କ୍ୟାମ୍ପକୁ ସ୍ଥାନାନ୍ତର କରାଯିବ ବୋଲି ଆବ୍ରେଗୋ କହିଛନ୍ତି। 

ସୂଚନା ଥାଉକି ଫେବୃଆରୀ ୫ ତାରିଖ ପରଠାରୁ ଏପର୍ଯନ୍ତ ଆମେରିକା ୩ଟି ପର୍ଯ୍ୟାୟରେ ୩୩୨ ଜଣ ଭାରତୀୟ ଆବୈଧ ପ୍ରବାସୀଙ୍କୁ ଆଣି ଭାରତରେ ଛାଡ଼ି ସାରିଲାଣି। ସମସ୍ତଙ୍କୁ C-୧୭ ସାମରିକ ବିମାନରେ ଅଣାଯାଇ ଅମୃତସରରେ ଛଡ଼ାଯାଇଛି।