ଗାଁରେ ପଶିଲେ ୧୨ଟିକିଆ ହାତୀ ପଲ, ଯୁବକଙ୍କୁ ଟେକି ଫୋପାଡ଼ିଦେଲେ
କାଳିଆପାଣି,୧୭।୧(ଅସିତ୍ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଁସୋଳ ପଞ୍ଚାୟତ ମହୁଲଖାଲ ଗାଁରେ ୧୨ଟି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଉକ୍ତ ହାତୀ ଘୁସୁରିପଦା ଗାଁର ଜଣେ ଯୁବକଙ୍କୁ ଟେକି ଫୋପାଡି ଦେଇଛନ୍ତିି। ସେ ହେଲେ ଘୁସୁରିପଦା ଗାଁର କନ୍ଦା ମୁଣ୍ଡା। ବୁଧବାର ସକାଳୁ ଢେଙ୍କାନାଳ ଜିଲା ଭୁବନ ବ୍ଲକ ଦେଇ ଉକ୍ତ ହାତୀପଲ ଯାଜପୁର ରାଁସୋଳ ଗାଁରେ ପଶିଥିଲେ। ସେଠାରୁ ଘୁସୁରିପଦା ଗାଁ ନାଳକୂଳରେ ଜଙ୍ଗଲ ଆଡ଼କୁ ଯାଉଥିବା ସମୟରେ ଘୁସୁରିପଦା ଗାଁର କନ୍ଦା […] The post ଗାଁରେ ପଶିଲେ ୧୨ଟିକିଆ ହାତୀ ପଲ, ଯୁବକଙ୍କୁ ଟେକି ଫୋପାଡ଼ିଦେଲେ appeared first on Dharitri Odia News.
କାଳିଆପାଣି,୧୭।୧(ଅସିତ୍ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଁସୋଳ ପଞ୍ଚାୟତ ମହୁଲଖାଲ ଗାଁରେ ୧୨ଟି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଉକ୍ତ ହାତୀ ଘୁସୁରିପଦା ଗାଁର ଜଣେ ଯୁବକଙ୍କୁ ଟେକି ଫୋପାଡି ଦେଇଛନ୍ତିି। ସେ ହେଲେ ଘୁସୁରିପଦା ଗାଁର କନ୍ଦା ମୁଣ୍ଡା।
ବୁଧବାର ସକାଳୁ ଢେଙ୍କାନାଳ ଜିଲା ଭୁବନ ବ୍ଲକ ଦେଇ ଉକ୍ତ ହାତୀପଲ ଯାଜପୁର ରାଁସୋଳ ଗାଁରେ ପଶିଥିଲେ। ସେଠାରୁ ଘୁସୁରିପଦା ଗାଁ ନାଳକୂଳରେ ଜଙ୍ଗଲ ଆଡ଼କୁ ଯାଉଥିବା ସମୟରେ ଘୁସୁରିପଦା ଗାଁର କନ୍ଦା ମୁଣ୍ଡା ଶୌଚ ହେବାକୁ ଯାଇଥିଲେ। କନ୍ଦା ଅଚାନକ ହାତୀ ଦେଖି ଦୌଡ଼ି ପଳାଉଥିବା ବେଳେ ହାତୀ ଶୁଣ୍ଢରେ ଟେକି ଫିଙ୍ଗି ଦେଇଥିଲା। ଗୁରୁତର ବସ୍ଥାରେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଖବର ପାଇ ରାଁସୋଳ ଫରେଷ୍ଟର ନରେଶ କୁମାର ଟୁଡୁ ବନ କର୍ମଚାରୀ ପହଞ୍ଚି ମହୁଲଖାଲ ଗାଁ ଜଙ୍ଗଲରେ ଜଗିଥିବା ଦେଖିବାକୁ ମିଳିଛି।
The post ଗାଁରେ ପଶିଲେ ୧୨ଟିକିଆ ହାତୀ ପଲ, ଯୁବକଙ୍କୁ ଟେକି ଫୋପାଡ଼ିଦେଲେ appeared first on Dharitri Odia News.