ଦୀର୍ଘାୟୁ ହେବାର ସହଜ ଉପାୟ
ଦୀର୍ଘାୟୁ ହେବାକୁ କିଏ ବା ନ ଚାହେଁ? ହେଲେ କେବଳ କହିଦେଲେ ତ ହେବ ନାହିଁ ଏଥିପାଇଁ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ବିଶେଷଭାବରେ ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ସତର୍କ ରହିବା ଦରକାର। ହେଲେ ଦୀର୍ଘାୟୁ ହେବା ପଛରେ ଆଉ ଏକ ସହଜ ତଥା ସରଳ ଉପାୟ ରହିଛି। ଏ ବିଷୟରେ ନିକଟରେ ସୂଚନା ଦେଇଛନ୍ତି ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ। ବିଶେଷଭାବରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା କେତେକାଂଶରେ ଉପକାରୀ ସାବ୍ୟସ୍ତ ହୋଇଥାଏ। […] The post ଦୀର୍ଘାୟୁ ହେବାର ସହଜ ଉପାୟ appeared first on Dharitri Odia News.
ଦୀର୍ଘାୟୁ ହେବାକୁ କିଏ ବା ନ ଚାହେଁ? ହେଲେ କେବଳ କହିଦେଲେ ତ ହେବ ନାହିଁ ଏଥିପାଇଁ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ବିଶେଷଭାବରେ ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ସତର୍କ ରହିବା ଦରକାର। ହେଲେ ଦୀର୍ଘାୟୁ ହେବା ପଛରେ ଆଉ ଏକ ସହଜ ତଥା ସରଳ ଉପାୟ ରହିଛି। ଏ ବିଷୟରେ ନିକଟରେ ସୂଚନା ଦେଇଛନ୍ତି ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ। ବିଶେଷଭାବରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା କେତେକାଂଶରେ ଉପକାରୀ ସାବ୍ୟସ୍ତ ହୋଇଥାଏ। ଯଦି ଜଣେ ବୟସ୍କ ବ୍ୟକ୍ତି ନିୟମିତ ବ୍ୟାୟାମ କରନ୍ତି, ତେବେ ତାଙ୍କର ଆୟୁ କେତେକାଂଶରେ ବୃଦ୍ଧି ପାଇଥାଏ ବୋଲି ସେମାନେ ଜାଣିପାରିଛନ୍ତି। ପ୍ରାୟ ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସର୍ଭେ ପରିସରଭୁକ୍ତ କରିଥିଲେ। ସେମାନେ ନିୟମିତ ବ୍ୟାୟାମ କରିବା ଦ୍ୱାରା ତାହା କେଉଁ ପ୍ରକାର ସୁପ୍ରଭାବ ସେମାନଙ୍କ ଶରୀର ଉପରେ ପଡୁଛି ତାହାକୁ ତନ୍ନ ତନ୍ନ କରି ପରୀକ୍ଷା କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ଯେ ଏମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତିଙ୍କର ଆୟୁ ବୃଦ୍ଧି ପାଉଥିବାର ସେମାନେ ଜାଣିପାରିଥିଲେ। ହେଲେ ଜଣେ ବୟସ୍କ ବ୍ୟକ୍ତି ନିଜର ସାମର୍ଥ୍ୟ ଅନୁସାରେ ହିଁ ବ୍ୟାୟାମ କରିବା ଦରକାର।
The post ଦୀର୍ଘାୟୁ ହେବାର ସହଜ ଉପାୟ appeared first on Dharitri Odia News.