ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ଆଶାକର୍ମୀ ସଂଘ
କେନ୍ଦୁଝର,୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତୀୟ ମଜଦୂର ସଂଘ ସହବନ୍ଧିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ କର୍ମଚାରୀମାନଙ୍କ ସମସ୍ୟାକୁ ନେଇ ଏକ ଦାବିପତ୍ର ଜିଲା ପ୍ରଶାସନ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ପୂର୍ବରୁ ବହୁବାର ଦାବିପତ୍ର ଦିଆଯାଇଥିଲେ ହେଁ କେବଳ ପ୍ରତିଶ୍ରୁତି ମଧ୍ୟ ମିଳିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ଆନ୍ଦୋଳନକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯାହା ଓଡ଼ିଶାରେ କାର୍ଯ୍ୟରତ ଆଶାକର୍ମୀମାନଙ୍କୁ ନିରାଶ କରିଛି […] The post ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ଆଶାକର୍ମୀ ସଂଘ appeared first on Dharitri Odia News.
କେନ୍ଦୁଝର,୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତୀୟ ମଜଦୂର ସଂଘ ସହବନ୍ଧିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ କର୍ମଚାରୀମାନଙ୍କ ସମସ୍ୟାକୁ ନେଇ ଏକ ଦାବିପତ୍ର ଜିଲା ପ୍ରଶାସନ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ପୂର୍ବରୁ ବହୁବାର ଦାବିପତ୍ର ଦିଆଯାଇଥିଲେ ହେଁ କେବଳ ପ୍ରତିଶ୍ରୁତି ମଧ୍ୟ ମିଳିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ଆନ୍ଦୋଳନକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯାହା ଓଡ଼ିଶାରେ କାର୍ଯ୍ୟରତ ଆଶାକର୍ମୀମାନଙ୍କୁ ନିରାଶ କରିଛି ବୋଲି କହିଛନ୍ତି। ଓଡିଶା ଆଶାକର୍ମୀ ସଂଘ କେନ୍ଦୁଝର ଜିଲା ତରଫରୁ ଉକ୍ତ ଦାବିଗୁଡ଼ିକ ପୂରଣ କରିବାକୁ ନିବେଦନ କରିଛନ୍ତି। ବିଭିନ୍ନ ଦାବି ମଧ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିଶନକୁ ସ୍ଥାୟୀ କରିବା, ଆଶାକର୍ମୀମାନଙ୍କୁ ସରକାର ମାନ୍ୟତା ପ୍ରଦାନ, ଯେ ପର୍ଯ୍ୟନ୍ତ ସରକାର ମାନ୍ୟତା ଦିଆଯାଇ ନାହିଁ ସେମାନଙ୍କୁ ମାସିକ ୧୮,୦୦୦ ଟଙ୍କା ଭତ୍ତା ପ୍ରଦାନ, ଯୋଗ୍ୟତା ଭିତ୍ତିକ ଆଶାକର୍ମୀମାନଙ୍କୁ ପଦୋନ୍ନତି, ଆଶାକର୍ମୀମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା, ଅବସର ନେଉଥିବା କର୍ମୀମାନଙ୍କୁ ଏକ କାଳୀନ ୫ ଲକ୍ଷ ଟଙ୍କା ପ୍ରଦାନ ସହ ମାସିକ ୫ ହଜାର ଟଙ୍କା ପେନ୍ସନ୍ ବ୍ୟବସ୍ଥା ଆଦି ଦାବି କରିଛନ୍ତ।
ସେହିପରି କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ଆଶାକର୍ମୀକୁ ମୃତ୍ୟୁକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହିତ ପରିବାରରେ ଜଣକୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ସଂଘର ଜିଲା ସଭାପତି ପ୍ରମିଳା ମହାନ୍ତ, ସମ୍ପାଦିକା ମୀନା ମହାନ୍ତଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଥିଲେ।
The post ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ଆଶାକର୍ମୀ ସଂଘ appeared first on Dharitri Odia News.