ଡାକ୍ତର ତୁଷାର ପାଇଲେ ଗ୍ଲୋବାଲ ହେଲ୍‌ଥ କେୟାର ଆୱାର୍ଡ

ଭବାନୀପାଟଣା,୧୩।୧୦(ଉତ୍ତମ କୁମାର ଦାଶ): ହାଇଦ୍ରାବାଦ ସୋଜାଇଗୁଡାରେ ଅବସ୍ଥିତ ପାର୍କ ହୋଟେଲରେ ରବିବାର ଗ୍ଲୋବାଲ ହେଲ୍‌ଥ କେୟାରଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡାଇଗ୍ନୋଷ୍ଟିକ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲାର ଡାକ୍ତର ତୁଷାର ମେହେରଙ୍କୁ ଚଳିତ ବର୍ଷ ପାଇଁ ଗ୍ଲୋବାଲ ହେଲ୍‌ଥ କେୟାର ଆୱାର୍ଡରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାରକୁ କ୍ରିକେଟ କିମ୍ବଦନ୍ତୀ ତଥା ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ତାଙ୍କୁ ପ୍ରଦାନ କରିଥିଲେ। ଡାକ୍ତର ତୁଷାର ୨୦୧୭ରୁ ୨୦୨୩ ଯାଏ ଛତିଶଗଡ଼ର ଦୁର୍ଗ […] The post ଡାକ୍ତର ତୁଷାର ପାଇଲେ ଗ୍ଲୋବାଲ ହେଲ୍‌ଥ କେୟାର ଆୱାର୍ଡ appeared first on Dharitri Odia News.

ଡାକ୍ତର ତୁଷାର ପାଇଲେ ଗ୍ଲୋବାଲ ହେଲ୍‌ଥ କେୟାର ଆୱାର୍ଡ

ଭବାନୀପାଟଣା,୧୩।୧୦(ଉତ୍ତମ କୁମାର ଦାଶ): ହାଇଦ୍ରାବାଦ ସୋଜାଇଗୁଡାରେ ଅବସ୍ଥିତ ପାର୍କ ହୋଟେଲରେ ରବିବାର ଗ୍ଲୋବାଲ ହେଲ୍‌ଥ କେୟାରଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଡାଇଗ୍ନୋଷ୍ଟିକ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲାର ଡାକ୍ତର ତୁଷାର ମେହେରଙ୍କୁ ଚଳିତ ବର୍ଷ ପାଇଁ ଗ୍ଲୋବାଲ ହେଲ୍‌ଥ କେୟାର ଆୱାର୍ଡରେ ସମ୍ମାନିତ କରାଯାଇଛି।

ଏହି ପୁରସ୍କାରକୁ କ୍ରିକେଟ କିମ୍ବଦନ୍ତୀ ତଥା ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ତାଙ୍କୁ ପ୍ରଦାନ କରିଥିଲେ। ଡାକ୍ତର ତୁଷାର ୨୦୧୭ରୁ ୨୦୨୩ ଯାଏ ଛତିଶଗଡ଼ର ଦୁର୍ଗ ଓ ୨୦୨୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଡାଇଗ୍ନୋଷ୍ଟିକ ସେବା ଆରମ୍ଭ କରି ଲୋକଙ୍କୁ ସେବା ଯୋଗାଇବା ସହ ଏହି ସମ୍ପର୍କରେ ସଚେତନତା କରୁଛନ୍ତି।

ବିଶେଷ କରି ଜିଲାର ଦୁର୍ଗମ ଆଦିବାସୀ ଗରିବ ଶ୍ରେଣୀର ଲୋକେ ଡାଇଗ୍ନୋଷ୍ଟିକ ସେବା ପାଇ ଉପକୃତ ହେଉଛନ୍ତି। ଏହି ପୁରସ୍କାର ପାଇଁ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଡାକ୍ତର ତୁଷାରଙ୍କ ଘର କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ଗ୍ରାମରେ ହୋଇଥିବା ବେଳେ ସେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ପୁଅ।

The post ଡାକ୍ତର ତୁଷାର ପାଇଲେ ଗ୍ଲୋବାଲ ହେଲ୍‌ଥ କେୟାର ଆୱାର୍ଡ appeared first on Dharitri Odia News.