ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର ୪।୮: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ସ୍ଲୁଇସ୍ ଗେଟ୍ । ପୂର୍ବରୁ ୬ଟି ଗେଟ୍ ଖୋଲିଥିବା ବେଳେ ଏବେର ୪ଟି ଗେଟ୍ ମିଶାଇ ସମୁଦାୟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରୁ ଇନଫ୍ଲୋ ବଢିବା ପରେ ଏଭଳି ନିଷ୍ପତ୍ତି ନେଇଛି ଡ୍ଯାମ୍ କର୍ତ୍ତୃପକ୍ଷ । ଡ୍ୟାମ୍‌ର ବାମପାର୍ଶ୍ବର ୭ଟି ଗେଟ୍ ଖୋଲାଥିବା ବେଳେ ଡାହାଣ ପାର୍ଶ୍ବର ୩ଟି ଗେଟ୍ ଖୋଲା ରହିଛି । ବର୍ତ୍ତମାନ ପ୍ରତି ସେକେଣ୍ଡରେ ୨ ଲକ୍ଷ ୮ ହଜାର ୬୬୫ କ୍ଯୁସେକ ଜଳ ପ୍ରବେଶ କରୁଛି । ଇନଫ୍ଲୋ ବଢିବା ଫଳରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୯.୬୭ ଫୁଟରେ ପହଞ୍ଚିଛି ।ସେହିଭଳି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୨୭ ଫୁଟ ରହିଥିବା ବେଳେ ମୋଟ୍ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା । ବାମ ପାର୍ଶ୍ବରେ ୪ଟି ଏବଂ ଡାହାଣ ପାର୍ଶ୍ବର ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା । ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୬୦ ହଜାର ୭୯୧ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ବେଳେ ୧ ଲକ୍ଷ ୨୬ ହଜାର ୭୭୦ କ୍ୟୁସେକ ଜଳ ପ୍ରବେଶ କରୁଥିଲା ।You Can Read:ରାସ୍ତାର ୧୦ଫୁଟ ତଳକୁ ଖସିଲା କାର୍, ବାମ ପଟ ରାସ୍ତାରୁ ଯାଇ ଡାହାଣ ପଟ ରାସ୍ତା ତଳକୁ ଖସିଛି 

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର ୪।୮: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ସ୍ଲୁଇସ୍ ଗେଟ୍ । ପୂର୍ବରୁ ୬ଟି ଗେଟ୍ ଖୋଲିଥିବା ବେଳେ ଏବେର ୪ଟି ଗେଟ୍ ମିଶାଇ ସମୁଦାୟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରୁ ଇନଫ୍ଲୋ ବଢିବା ପରେ ଏଭଳି ନିଷ୍ପତ୍ତି ନେଇଛି ଡ୍ଯାମ୍ କର୍ତ୍ତୃପକ୍ଷ । ଡ୍ୟାମ୍‌ର ବାମପାର୍ଶ୍ବର ୭ଟି ଗେଟ୍ ଖୋଲାଥିବା ବେଳେ ଡାହାଣ ପାର୍ଶ୍ବର ୩ଟି ଗେଟ୍ ଖୋଲା ରହିଛି । ବର୍ତ୍ତମାନ ପ୍ରତି ସେକେଣ୍ଡରେ ୨ ଲକ୍ଷ ୮ ହଜାର ୬୬୫ କ୍ଯୁସେକ ଜଳ ପ୍ରବେଶ କରୁଛି । ଇନଫ୍ଲୋ ବଢିବା ଫଳରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୯.୬୭ ଫୁଟରେ ପହଞ୍ଚିଛି ।

ସେହିଭଳି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୨୭ ଫୁଟ ରହିଥିବା ବେଳେ ମୋଟ୍ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା । ବାମ ପାର୍ଶ୍ବରେ ୪ଟି ଏବଂ ଡାହାଣ ପାର୍ଶ୍ବର ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା । ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୬୦ ହଜାର ୭୯୧ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ବେଳେ ୧ ଲକ୍ଷ ୨୬ ହଜାର ୭୭୦ କ୍ୟୁସେକ ଜଳ ପ୍ରବେଶ କରୁଥିଲା ।

You Can Read:

ରାସ୍ତାର ୧୦ଫୁଟ ତଳକୁ ଖସିଲା କାର୍, ବାମ ପଟ ରାସ୍ତାରୁ ଯାଇ ଡାହାଣ ପଟ ରାସ୍ତା ତଳକୁ ଖସିଛି