ବିବାହର ପ୍ରଲୋଭନ ଦେଖାଇ ୨୧ ବର୍ଷ ଧରି ନର୍ସଙ୍କୁ ଦୁଷ୍କର୍ମ! ବନ୍ଧାହେଲେ ଲାବ୍ ଟେକନିସିଆନ

ଭଦୋହୀ ୩୧/୦୮: ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ୨୧ ବର୍ଷ ଧରି ଦୁଷ୍କର୍ମ । ଆଉ ବିବାହ ନାଁ ଧରିଲେ ମିଳୁଥିଲା ଅକଥନୀୟ ନିର୍ଯାତନା । ଏମିତିକି ସୀମା ଟପିଯାଉଥିଲା ବର୍ବରତା । ଆଉ ଉପାୟ ନପାଇ ଥାର ଦ୍ୱାରସ୍ଥ ହେଲେ ଯୁବତୀ । ଶେଷରେ ନୃଶଂସ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଉତ୍ତରପ୍ରଦେଶ ଭଦୋହିରେ ଘଟିଛି ଏପରି ଅମାନବୀୟ ଘଟଣା । ପୀଡ଼ିତା ଜଣେ ନର୍ସ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ଜଣେ ଲ୍ୟାବ ଆସିଷ୍ଟାଣ୍ଟ ବୋଲି ଜଣାପଡିଛି । ସେହିଭଳି ଅଭିଯୁକ୍ତଙ୍କ ବୟସ ୫୯ ବର୍ଷ ହୋଇଥିବା ବେଳେ ପୀଡ଼ିତାଙ୍କ ବୟସ ୩୬ ବର୍ଷ।ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ସେ ୧୫ ବର୍ଷର ହୋଇଥିବା ବେଳେ ନିଜ ପରିବାର ସହ ଏକ ଆପାର୍ଟମେଣ୍ଟରେ ବାରଣାସୀରେ ରହୁଥିଲେ । ସେତେବେଳେ ଅଭିଯୁକ୍ତ ବି ଉକ୍ତ ଆପାର୍ଟମେଣ୍ଟରେ ରହୁଥିଲେ । ପାଠ ପଢ଼ାରେ ସାହାଯ୍ୟ କରିବା ବାହାନାରେ ଅଭିଯୁକ୍ତ ପୀଡ଼ିତାଙ୍କୁ ସେତେବେଳୁ ଯୌନ ଶୋଷଣ କରୁଥିଲେ । ଏ ବିଷୟରେ କାହାକୁ ନକହିବାକୁ ଧମକ ଚମକ ବି ଦେଉଥିଲେ । ଏହାର ଫାଇଦା ନେଇ ଲଗାତାର ଭାବେ ପୀଡ଼ିତାଙ୍କ ଶୋଷଣ କରୁଥିଲେ ସେ । ପରେ ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାହାରେ ଏହାକୁ ପ୍ରଘଟ କରି ନ ଥିଲେ। ତେବେ ପୀଡ଼ିତା ଏହାରି ଭିତରେ ସ୍ୱାସ୍ଥ୍ୟକେନ୍ଦ୍ରରେ ନର୍ସ ଭାବେ ଚାକିରି ପାଇବା ସହ ସରକାରୀ କ୍ୱାର୍ଟର୍ସରେ ରହିଥିଲେ । ଅଭିଯୁକ୍ତ ଜଣକ ସେଠାକୁ ଯାଇ ମଧ୍ୟ ନର୍ସଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ଯେବେ ନର୍ସ

ବିବାହର ପ୍ରଲୋଭନ ଦେଖାଇ ୨୧ ବର୍ଷ ଧରି ନର୍ସଙ୍କୁ ଦୁଷ୍କର୍ମ! ବନ୍ଧାହେଲେ ଲାବ୍ ଟେକନିସିଆନ

ଭଦୋହୀ ୩୧/୦୮: ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ୨୧ ବର୍ଷ ଧରି ଦୁଷ୍କର୍ମ । ଆଉ ବିବାହ ନାଁ ଧରିଲେ ମିଳୁଥିଲା ଅକଥନୀୟ ନିର୍ଯାତନା । ଏମିତିକି ସୀମା ଟପିଯାଉଥିଲା ବର୍ବରତା । ଆଉ ଉପାୟ ନପାଇ ଥାର ଦ୍ୱାରସ୍ଥ ହେଲେ ଯୁବତୀ । ଶେଷରେ ନୃଶଂସ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । 

ଉତ୍ତରପ୍ରଦେଶ ଭଦୋହିରେ ଘଟିଛି ଏପରି ଅମାନବୀୟ ଘଟଣା । ପୀଡ଼ିତା ଜଣେ ନର୍ସ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ଜଣେ ଲ୍ୟାବ ଆସିଷ୍ଟାଣ୍ଟ ବୋଲି ଜଣାପଡିଛି । ସେହିଭଳି ଅଭିଯୁକ୍ତଙ୍କ ବୟସ ୫୯ ବର୍ଷ ହୋଇଥିବା ବେଳେ ପୀଡ଼ିତାଙ୍କ ବୟସ ୩୬ ବର୍ଷ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ସେ ୧୫ ବର୍ଷର ହୋଇଥିବା ବେଳେ ନିଜ ପରିବାର ସହ ଏକ ଆପାର୍ଟମେଣ୍ଟରେ ବାରଣାସୀରେ ରହୁଥିଲେ । ସେତେବେଳେ ଅଭିଯୁକ୍ତ ବି ଉକ୍ତ ଆପାର୍ଟମେଣ୍ଟରେ ରହୁଥିଲେ । 

ପାଠ ପଢ଼ାରେ ସାହାଯ୍ୟ କରିବା ବାହାନାରେ ଅଭିଯୁକ୍ତ ପୀଡ଼ିତାଙ୍କୁ ସେତେବେଳୁ ଯୌନ ଶୋଷଣ କରୁଥିଲେ । ଏ ବିଷୟରେ କାହାକୁ ନକହିବାକୁ ଧମକ ଚମକ ବି ଦେଉଥିଲେ । ଏହାର ଫାଇଦା ନେଇ ଲଗାତାର ଭାବେ ପୀଡ଼ିତାଙ୍କ ଶୋଷଣ କରୁଥିଲେ ସେ । ପରେ ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାହାରେ ଏହାକୁ ପ୍ରଘଟ କରି ନ ଥିଲେ। ତେବେ ପୀଡ଼ିତା ଏହାରି ଭିତରେ ସ୍ୱାସ୍ଥ୍ୟକେନ୍ଦ୍ରରେ ନର୍ସ ଭାବେ ଚାକିରି ପାଇବା ସହ ସରକାରୀ କ୍ୱାର୍ଟର୍ସରେ ରହିଥିଲେ । 

ଅଭିଯୁକ୍ତ ଜଣକ ସେଠାକୁ ଯାଇ ମଧ୍ୟ ନର୍ସଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ଯେବେ ନର୍ସ ଜଣକ ବିବାହ କଥା କହୁଥିଲେ ସେ ତାଙ୍କୁ ପ୍ରବଳ ପିଟୁଥିଲେ । ଏଥିରେ ଅତିଷ୍ଠ ହୋଇ ନର୍ସଜଣକ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ପୀଡ଼ିତା ନର୍ସଙ୍କ ଡାକ୍ତରୀ ମାଇନା କରାଯାଇଛି।