ପୁରୀ ବେଳାଭୂମିରୁ ନର କଙ୍କାଳ ଉଦ୍ଧାର
ପୁରୀ : ପୁରୀ ବେଳାଭୂମିରେ ମଣିଷ କଙ୍କାଳ ଓ ଖପୁରୀ ଉଦ୍ଧାର । ଗତକାଲି ବିଳମ୍ବିତ ରାତିରେ ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ ପଡିଥିବା ଦେଖିବାକୁ ମିଳିଥିଲା। ଖପୁରୀଟି ଏକ ପୁରୁଷର ବୋଲି ଶାର୍ଟରୁ ଅନୁମାନ କରାଯାଉଛି । ତେବେ ନର କଙ୍କାଳ ବେଳାଭୂମିରେ ପଡିଥିବା ଖବର ପାଇ ବଳିଆପଣ୍ଡା ଥାନା ପୁଲିସ ଖପୁରୀ ଓ ଶରୀର ଅଂଶ ବିଶେଷକୁ ଜବତ କରି […]

ପୁରୀ : ପୁରୀ ବେଳାଭୂମିରେ ମଣିଷ କଙ୍କାଳ ଓ ଖପୁରୀ ଉଦ୍ଧାର । ଗତକାଲି ବିଳମ୍ବିତ ରାତିରେ ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ ପଡିଥିବା ଦେଖିବାକୁ ମିଳିଥିଲା। ଖପୁରୀଟି ଏକ ପୁରୁଷର ବୋଲି ଶାର୍ଟରୁ ଅନୁମାନ କରାଯାଉଛି ।
ତେବେ ନର କଙ୍କାଳ ବେଳାଭୂମିରେ ପଡିଥିବା ଖବର ପାଇ ବଳିଆପଣ୍ଡା ଥାନା ପୁଲିସ ଖପୁରୀ ଓ ଶରୀର ଅଂଶ ବିଶେଷକୁ ଜବତ କରି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଏଫ ଏମ ଡି ଡିପାର୍ଟମେଣ୍ଟକୁ ପଠାଯାଇଛି। ରିପୋର୍ଟ ଆଧାରରେ ତଦନ୍ତ କରାଯିବ। ଅନ୍ୟପଟେ ଏହି ମୃତ ଦେହ କାହାର ତାହା ଜଣାପଡି ନାହିଁ । ମୃତଦେହ ଚିହ୍ନଟ ପାଇଁ ପୁଲିସର ଉଦ୍ୟମ ଆରମ୍ଭ ହୋଇଛି।
ଉଳ୍ଲେଖଯୋଗ୍ୟ ଗତ ୧୪ ତାରିଖରେ ବେଳଭୂମିରୁ ବାଲେଶ୍ୱର ସୋର ଅଂଚଳର ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଯାହାର ପରିଚୟ ମିଳିଥିଲା କିନ୍ତୁ ଏହି ସ୍କେଲିଟନର ପରିଚୟ ମିଳିନାହିଁ।