୨୦୨୮ ସୁଦ୍ଧା ମହାକାଶରେ ଭାରତୀୟ ଷ୍ଟେସନ: ଇସ୍ରୋ ମୁଖ୍ୟ

ଗାନ୍ଧୀନଗର: ଭାରତ ୨୦୨୮ ସୁଦ୍ଧା ପ୍ରଥମ ମହାକାଶ ଷ୍ଟେସନ ବନାଇବାକୁ ଲକ୍ଷ୍ୟ ରଖିଛି। ୨୦୩୫ ସୁଦ୍ଧା ମନୁଷ୍ୟକୁ ମହାକାଶକୁ ପଠାଇବାକୁ ଚାହୁଁଛି। ଦଶମ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଟରେ ସାମିଲ ହୋଇ ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଭାରତ ମହାକାଶ ଷ୍ଟେସନ ପ୍ରତିଷ୍ଠା ପାଇଁ ବର୍ତ୍ତମାନର ଲଞ୍ଚର କ୍ଷମତା ବ୍ୟବହାର କରିବ। ଏଥିରେ ସଫଳତା ମିଳିବା ପରେ ପରୀକ୍ଷାନିରୀକ୍ଷା ପାଇଁ ମହାକାଶକୁ ବୈଜ୍ଞାନିକଙ୍କୁ ପଠାଯିବ। ଏହି ଷ୍ଟେସନ ଦ୍ବାରା ଆର୍ଥିକ ଲାଭ […]

୨୦୨୮ ସୁଦ୍ଧା ମହାକାଶରେ ଭାରତୀୟ ଷ୍ଟେସନ: ଇସ୍ରୋ ମୁଖ୍ୟ
isro

ଗାନ୍ଧୀନଗର: ଭାରତ ୨୦୨୮ ସୁଦ୍ଧା ପ୍ରଥମ ମହାକାଶ ଷ୍ଟେସନ ବନାଇବାକୁ ଲକ୍ଷ୍ୟ ରଖିଛି। ୨୦୩୫ ସୁଦ୍ଧା ମନୁଷ୍ୟକୁ ମହାକାଶକୁ ପଠାଇବାକୁ ଚାହୁଁଛି। ଦଶମ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଟରେ ସାମିଲ ହୋଇ ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଭାରତ ମହାକାଶ ଷ୍ଟେସନ ପ୍ରତିଷ୍ଠା ପାଇଁ ବର୍ତ୍ତମାନର ଲଞ୍ଚର କ୍ଷମତା ବ୍ୟବହାର କରିବ। ଏଥିରେ ସଫଳତା ମିଳିବା ପରେ ପରୀକ୍ଷାନିରୀକ୍ଷା ପାଇଁ ମହାକାଶକୁ ବୈଜ୍ଞାନିକଙ୍କୁ ପଠାଯିବ। ଏହି ଷ୍ଟେସନ ଦ୍ବାରା ଆର୍ଥିକ ଲାଭ ମଧ୍ୟ ମିଳିବ। ବ୍ୟବସାୟିକ କାର୍ଯ୍ୟ ହାସଲ ପାଇଁ ଏହାକୁ ବ୍ୟବହାର କରାଯିବ। ଭବିଷ୍ୟତରେ କେବଳ ପୃଥିବୀରୁ ରଣନୈତିକ କାର୍ଯ୍ୟକଳାପ ପ୍ରସ୍ତୁତ କରାଯିବ ନାହିଁ। ଏଥିପାଇଁ ମହାକାଶ ପ୍ରମୁଖ ଭୂମିକା ନିର୍ବାହ କରିବ।