ଜୟସଲମେରରେ ପ୍ରଥମ ଥର ଖସି ପଡ଼ିଲା ତେଜସ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଜୟସଲମେରରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ତେଜସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ଜୟସଲମେରରେ ଏକ କଲୋନିରେ ଆଜି ତେଜସର ଅପରେସନାଲ ଟ୍ରେନିଂ ଉଡ଼ାଣ ସମୟରେ ଏହି ଦୁର୍ଘଟଣା ହୋଇଛି। ସ୍ବଦେଶୀ ଢାଞ୍ଚାରେ ନିର୍ମିତ ହୋଇଥିବା ଏହି ଯୁଦ୍ଧ ବିମାନ ପ୍ରଥମ ଥର ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ତେବେ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଛନ୍ତି। ଦୁର୍ଘଟଣାର କାରଣ ଜାଣିବାପାଇଁ କୋର୍ଟ ଏନକ୍ବାରି ଆରମ୍ଭ ହୋଇଛି ବୋଲି […]

ଜୟସଲମେରରେ ପ୍ରଥମ ଥର ଖସି ପଡ଼ିଲା ତେଜସ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଜୟସଲମେରରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ତେଜସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ଜୟସଲମେରରେ ଏକ କଲୋନିରେ ଆଜି ତେଜସର ଅପରେସନାଲ ଟ୍ରେନିଂ ଉଡ଼ାଣ ସମୟରେ ଏହି ଦୁର୍ଘଟଣା ହୋଇଛି। ସ୍ବଦେଶୀ ଢାଞ୍ଚାରେ ନିର୍ମିତ ହୋଇଥିବା ଏହି ଯୁଦ୍ଧ ବିମାନ ପ୍ରଥମ ଥର ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ତେବେ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଛନ୍ତି। ଦୁର୍ଘଟଣାର କାରଣ ଜାଣିବାପାଇଁ କୋର୍ଟ ଏନକ୍ବାରି ଆରମ୍ଭ ହୋଇଛି ବୋଲି ଭାରତୀୟ ବାୟୁସେନା ଏକ ବିବୃତି ଜାରି କରି କହିଛି। ରାଜସ୍ଥାନର ପୋଖରାନ ମରୁଭୂମିଠାରୁ ପ୍ରାୟ ୧୦୦ କିମି ଦୂରରେ ଆଜି ଏହି ଦୁର୍ଘଟଣା ହୋଇଥିଲା।