ଦେବଗଡ଼ର କିଲିମାଞ୍ଜୋର ପର୍ବତ ଆରୋହଣକାରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼:ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜୋର ପର୍ବତ ଆରୋହଣ କରିଥବା ଦେବଗଡ଼ ଜିଲ୍ଲାର ଶଶିଭୂଷଣ ମାଝୀଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।କେନ୍ଦ୍ରମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ଦେବଗଡ଼ ଜିଲ୍ଲାର ଶଶିଭୂଷଣ ମାଝୀ ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜୋର ପର୍ବତ ଆରୋହଣ କରି ସଫଳତା ହାସଲ କରିଛନ୍ତି। ଶଶିଭୂଷଣଙ୍କ ପରି ଯୁବ ପର୍ବତାରୋହୀଙ୍କ ଏକାଗ୍ରତା ଓ ଇଚ୍ଛାଶକ୍ତି ଯୁବବର୍ଗଙ୍କୁ ଆଗକୁ ବଢିବା ପାଇଁ ସର୍ବଦା ପ୍ରେରିତ କରିବ […] The post ଦେବଗଡ଼ର କିଲିମାଞ୍ଜୋର ପର୍ବତ ଆରୋହଣକାରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ appeared first on Odisha.News.

ଦେବଗଡ଼ର କିଲିମାଞ୍ଜୋର  ପର୍ବତ ଆରୋହଣକାରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼:ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜୋର ପର୍ବତ ଆରୋହଣ କରିଥବା ଦେବଗଡ଼ ଜିଲ୍ଲାର ଶଶିଭୂଷଣ ମାଝୀଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।କେନ୍ଦ୍ରମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ଦେବଗଡ଼ ଜିଲ୍ଲାର ଶଶିଭୂଷଣ ମାଝୀ ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜୋର ପର୍ବତ ଆରୋହଣ କରି ସଫଳତା ହାସଲ କରିଛନ୍ତି। ଶଶିଭୂଷଣଙ୍କ ପରି ଯୁବ ପର୍ବତାରୋହୀଙ୍କ ଏକାଗ୍ରତା ଓ ଇଚ୍ଛାଶକ୍ତି ଯୁବବର୍ଗଙ୍କୁ ଆଗକୁ ବଢିବା ପାଇଁ ସର୍ବଦା ପ୍ରେରିତ କରିବ । ଆଗାମୀ ଦିନରେ ଆମ ରାଜ୍ୟ ଓ ଦେଶ ପାଇଁ ସେ ଆହୁରି ସଫଳତା ଆଣିବେ ବୋଲି ମୋର ବିଶ୍ୱାସ ।
ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଗତ ୧୫ ତାରିଖରେ ଦେବଗଡ ଜିଲ୍ଲା ଗସ୍ତରେ ଥିବା ବେଳେ ସେଠାରେ ଶଶିଭୂଷଣଙ୍କୁ ଭେଟି ଏହି ପର୍ବତାରୋହଣ ଯାତ୍ରା ପାଇଁ ସଫଳତା କାମନା କରିଥିଲେ।

The post ଦେବଗଡ଼ର କିଲିମାଞ୍ଜୋର ପର୍ବତ ଆରୋହଣକାରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ appeared first on Odisha.News.