ଭଙ୍ଗା ବ୍ରିଜ ଉପରେ ବାଇକ ଦୁର୍ଘଟଣାଗ୍ରସ୍ତ,ଚାଳକ ମୃତ
ଯାଜପୁର : ଭୁଶୁଡି ପଡିଥିବା ବ୍ରିଜ ଉପରେ ବାଇକ ଦୁର୍ଘଟଣା ଘଟି ଚାଳକଙ୍କ ମୃତ୍ୟୁ ଘଟିଛି I ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ୧୬ ନଂ ଜାତୀୟ ରାଜପଥରେ ଏକ ଅଘଟଣ ଦେଖିବାକୁ ମିଳିଛି । ମୃତ ଯୁବକ ଜଣଙ୍କ ହେଲେ କୁଆଖିଆ ଥାନା ନଠୁଆବର ଗାଁର ବିଶ୍ୱଜିତ ପଣ୍ଡା । ଆଜି ସକାଳେ ସ୍ଥାନୀୟ ଲୋକେ ଭଙ୍ଗ ବ୍ରିଜ ତଳେ ବାଇକ ସହ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ I ସଙ୍ଗେ ସଙ୍ଗେ କୁଆଖିଆ ପୋଲିସକୁ […]

ଯାଜପୁର : ଭୁଶୁଡି ପଡିଥିବା ବ୍ରିଜ ଉପରେ ବାଇକ ଦୁର୍ଘଟଣା ଘଟି ଚାଳକଙ୍କ ମୃତ୍ୟୁ ଘଟିଛି I ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ୧୬ ନଂ ଜାତୀୟ ରାଜପଥରେ ଏକ ଅଘଟଣ ଦେଖିବାକୁ ମିଳିଛି । ମୃତ ଯୁବକ ଜଣଙ୍କ ହେଲେ କୁଆଖିଆ ଥାନା ନଠୁଆବର ଗାଁର ବିଶ୍ୱଜିତ ପଣ୍ଡା । ଆଜି ସକାଳେ ସ୍ଥାନୀୟ ଲୋକେ ଭଙ୍ଗ ବ୍ରିଜ ତଳେ ବାଇକ ସହ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ I ସଙ୍ଗେ ସଙ୍ଗେ କୁଆଖିଆ ପୋଲିସକୁ ଖବର ଦେଇଥିଲେ I ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଚିହ୍ନଟ କରି ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଡାକ୍ତରଖାନାକୁ ପଠାଇଛି I
ସୂଚନା ଅନୁସାରେ , ଗତ ୮ ମାସ ହେବ ଜାତୀୟ ରାଜପଥରେ ଏହି ବ୍ରିଜଟି ୧୦ ଫୁଟ ତଳକୁ ଭୁଶୁଡି ପଡିଥିଲା । ଯାହା ଏପର୍ଯ୍ୟନ୍ତ ମରାମତି ହୋଇନାହିଁ । ବ୍ରିଜ ମରାମତି ପାଇଁ ସ୍ଥାନୀୟବାସୀଙ୍କ ତରଫରୁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ଏନଏଚଏଆଇ ଏଥିପ୍ରତି କର୍ଣ୍ଣପାତ କରୁ ନାହିଁ I ତେବେ ଆଜିର ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି I