ଆତଙ୍କୀ ହମଲାରେ ୪ ଯବାନ ସହିଦ
ଜାମ୍ମୁ : ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ବିଳମ୍ବିତ ରାତିରେ ଆତଙ୍କୀ ହମଲାରେ ୪ ଯବାନ ସହିଦ ହୋଇଛନ୍ତି I ସହିଦଙ୍କ ମଧ୍ୟରେ ଜଣେ ସେନା ଅଧିକାରୀ ଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ଡୋଡାର ଦେଶା ଜଙ୍ଗଲରେ କିଛି ଆତଙ୍କୀ ଲୁଚିଥିବା ଖବର ମିଳିଥିଲା। ଏହାପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ କାଶ୍ମୀର ସ୍ପେଶାଲ୍ ଅପରେସନ୍ସ ଗ୍ରୁପ ଅପରେସନ୍ ଆରମ୍ଭ କରିଥିଲେ। ଗୁଳିବିନିମୟ ବେଳେ ୫ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୪ […]

ଜାମ୍ମୁ : ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ବିଳମ୍ବିତ ରାତିରେ ଆତଙ୍କୀ ହମଲାରେ ୪ ଯବାନ ସହିଦ ହୋଇଛନ୍ତି I ସହିଦଙ୍କ ମଧ୍ୟରେ ଜଣେ ସେନା ଅଧିକାରୀ ଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ଡୋଡାର ଦେଶା ଜଙ୍ଗଲରେ କିଛି ଆତଙ୍କୀ ଲୁଚିଥିବା ଖବର ମିଳିଥିଲା। ଏହାପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ କାଶ୍ମୀର ସ୍ପେଶାଲ୍ ଅପରେସନ୍ସ ଗ୍ରୁପ ଅପରେସନ୍ ଆରମ୍ଭ କରିଥିଲେ। ଗୁଳିବିନିମୟ ବେଳେ ୫ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୪ ଜଣ ସହିଦ ହୋଇଥିବା ଖବର ଆସିଛି । ଏନେଇ ଭାରତୀୟ ସେନା ସୋସିଆଲ ମିଡିଆ ୱେବସାଇଟ ଏକ୍ସରେ ଟୁଇଟ୍ କରି କହିଛି ଯେ ଉଗ୍ରବାଦୀଙ୍କ ସହ ଏନକାଉଣ୍ଟରରେ କ୍ୟାପଟେନ ବ୍ରଜେଶ ଥାପା, ନାଏକ ଡି ରାଜେଶ, ସିପାହୀ ବିଜେନ୍ଦ୍ର ଏବଂ ସିପାହୀ ଅଜୟ ନିହତ ହୋଇଛନ୍ତି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଭାରତୀୟ ସେନାର ସମସ୍ତ ପଦବୀ ତରଫରୁ କ୍ୟାପଟେନ ବ୍ରଜେଶ ଥାପା, ନାଏକ ଡି ରାଜେଶ, ସିପାହୀ ବିଜେନ୍ଦର ଏବଂ ସିପାହୀ ଅଜୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସୋସିଆଲ ମିଡିଆ ୱେବସାଇଟ ଏକ୍ସରେ ଏକ ପୋଷ୍ଟରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆତଙ୍କବାଦ ବିରୋଧୀ ଅଭିଯାନ ଚାଲିଛି ଏବଂ ଆତଙ୍କବାଦକୁ ନିପାତ କରିବା ପାଇଁ ଆମ ସୈନିକମାନେ ପ୍ରତିଶ୍ରୁତିବଦ୍ଧ ବୋଲି ରାଜନାଥ ସିଂହ କହିଛନ୍ତି।
ସୂଚନାନୁସାରେ,ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁସାରେ ରାଷ୍ଟ୍ରୀୟ ରାଇଫଲ ଓ ଜମ୍ମୁ-କାଶ୍ମୀର ପୁଲିସର ମିଳିତ ସର୍ଚ୍ଚ ଅପରେସନ୍ ସମୟରେ ଏହି ଗୁଳିବିନିମୟ ହୋଇଥିଲା। ଏଥିରେ ସେନାର ଜଣେ କ୍ୟାପ୍ଟେନଙ୍କ ସମେତ ୪ ଜଣ ସହିଦ ହୋଇଛନ୍ତି। ଗତକାଲିଠାରୁ ଜମ୍ମୁ କାଶ୍ମୀର ଡୋଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ଚାଲିଥିଲା। ତେବେ ଏହି ଘଟଣାରେ ଅଞ୍ଚଳକୁ ସିଲ୍ କରି ସୁରକ୍ଷାକର୍ମୀଙ୍କ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି।
ଆତଙ୍କବାଦୀ ସଙ୍ଗଠନ କଶ୍ମୀର ଟାଇଗର୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈସ- ଇ- ମହମ୍ମଦ ସହ ଏହି ସଙ୍ଗଠନର ସମ୍ପର୍କ ଥିବା ଜଣାଯାଇଛି।
Four Indian Army soldiers including an officer have been killed in action during an encounter with terrorists in the Doda area of Jammu and Kashmir. The operations are still going on. More details awaited: Defence officials https://t.co/N7qxseN5jh pic.twitter.com/5fePA8Mihd
— ANI (@ANI) July 16, 2024