ରକ୍ତମୁଖା ମାଓବାଦୀ : ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା
ମାଲକାନଗିରି: ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଘରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା । ମୃତକ ହେଲେ ହିଡ଼ମା ସୋଡି,ବୟସ ୪୧ ବର୍ଷ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର କେସାମୁଣ୍ଡି ଗାଁରେ ଏହି ବର୍ବରକାଣ୍ଡ ଭିଆଇଛନ୍ତି ମାଓବାଦୀ। ଘଟଣା ସ୍ଥଳରେ ମାଓ ପୋଷ୍ଟର ଥିବା ଦେଖିବାକୁ ମିଳିଛି। ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ ବୋଲିପୋଷ୍ଟରରେ ଉଲ୍ଲେଖ ରଖାଯାଇଛି। ପୋଲିସ ସହ […]

ମାଲକାନଗିରି: ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଘରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା । ମୃତକ ହେଲେ ହିଡ଼ମା ସୋଡି,ବୟସ ୪୧ ବର୍ଷ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର କେସାମୁଣ୍ଡି ଗାଁରେ ଏହି ବର୍ବରକାଣ୍ଡ ଭିଆଇଛନ୍ତି ମାଓବାଦୀ।
ଘଟଣା ସ୍ଥଳରେ ମାଓ ପୋଷ୍ଟର ଥିବା ଦେଖିବାକୁ ମିଳିଛି। ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ ବୋଲିପୋଷ୍ଟରରେ ଉଲ୍ଲେଖ ରଖାଯାଇଛି। ପୋଲିସ ସହ ମିଶି ମାଓ ବିରୋଧୀ କାର୍ଯ୍ୟକଳାପ କରୁଥିବାରୁ ତାକୁ ପ୍ରଜା କୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଛି ।
ଗତ କିଛିଦିନ ହେବ ପୋଲିସର ଏନକାଉଣ୍ଟରରେ ଅନେକ ମାଓବାଦୀ ନିହତ ପରେ ଏବେ ମାଓ ସଙ୍ଗଠନ ରକ୍ତମୁଖା ହୋଇପଡିଛି। ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି । ତେବେ ମୃତ ଯୁବକ ପ୍ରକୃତରେ ପୋଲିସ ଇନଫର୍ମର ଠିଲେକି ନାହିଁ ଜଣାପଡିନାହିଁ ।