ବିବାଦ ପରେ ପଞ୍ଜାବ କିଙ୍ଗ୍ସରୁ ବାଦ୍‌ ପଡ଼ିଲେ ଶିଖର ଧାଓ୍ବନ୍‌! ସାମ୍ନାକୁ ଆସିଲା ବଡ଼ ଅପ୍‌ଡେଟ୍‌…

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ ପ୍ରାରମ୍ଭିକ ୬ ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଘରୋଇ ମଇଦାନ ସହ ବାହାରେ ମଧ୍ୟ ଦଳ ପରାଜିତ ହେଉଛି। ଅନ୍ତିମ ଓଭରରେ ହିଁ ଦଳଠାରୁ ମ୍ୟାଚ୍‌ ହାତଛଡ଼ା ହୋଇଯାଉଛି। ଗୋଟିଏ ପଟେ ଏହାକୁ ନେଇ ଚାପ ବଢ଼ୁଥିବା ବେଳେ ରାଜସ୍ଥାନ ବିପକ୍ଷରେ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏବେ ଏହାକୁ ନେଇ ଶିଖର ଧାଓ୍ବନ ବାହାର ହେବା ଖବର ଦଳ ପାଇଁ ଶୁଭଙ୍କର ନୁହେଁ। ମାର୍ଚ୍ଚ ୧୩ରେ ଖେଳାଯାଇଥିବା ମୁକାବିଲାରେ […] The post ବିବାଦ ପରେ ପଞ୍ଜାବ କିଙ୍ଗ୍ସରୁ ବାଦ୍‌ ପଡ଼ିଲେ ଶିଖର ଧାଓ୍ବନ୍‌! ସାମ୍ନାକୁ ଆସିଲା ବଡ଼ ଅପ୍‌ଡେଟ୍‌… appeared first on Dharitri Odia News.

ବିବାଦ ପରେ ପଞ୍ଜାବ କିଙ୍ଗ୍ସରୁ ବାଦ୍‌ ପଡ଼ିଲେ ଶିଖର ଧାଓ୍ବନ୍‌! ସାମ୍ନାକୁ ଆସିଲା ବଡ଼ ଅପ୍‌ଡେଟ୍‌…

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ ପ୍ରାରମ୍ଭିକ ୬ ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଘରୋଇ ମଇଦାନ ସହ ବାହାରେ ମଧ୍ୟ ଦଳ ପରାଜିତ ହେଉଛି। ଅନ୍ତିମ ଓଭରରେ ହିଁ ଦଳଠାରୁ ମ୍ୟାଚ୍‌ ହାତଛଡ଼ା ହୋଇଯାଉଛି। ଗୋଟିଏ ପଟେ ଏହାକୁ ନେଇ ଚାପ ବଢ଼ୁଥିବା ବେଳେ ରାଜସ୍ଥାନ ବିପକ୍ଷରେ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏବେ ଏହାକୁ ନେଇ ଶିଖର ଧାଓ୍ବନ ବାହାର ହେବା ଖବର ଦଳ ପାଇଁ ଶୁଭଙ୍କର ନୁହେଁ।

ମାର୍ଚ୍ଚ ୧୩ରେ ଖେଳାଯାଇଥିବା ମୁକାବିଲାରେ ପଞ୍ଜାବ ଟିମ୍‌ ଅନ୍ତିମ ଓଭରରେ ମୁକାବିଲା ହାରି ଯାଇଥିଲା। ଏହି ମ୍ୟାଚ୍‌ରେ ରାଜସ୍ଥାନ ବିପକ୍ଷରେ ଶିଖର ଧାଓ୍ବନ ନେତୃତ୍ୱ ନେଇ ନ ଥିଲେ। ତାଙ୍କ ସ୍ଥାନ ସାମ କରନ୍‌ ଅଧିନାୟକ ହୋଇଥିଲେ। କିଛି ଲୋକଙ୍କୁ ପଞ୍ଜାବର ଏହି ଗେମ୍‌ ପ୍ଲାନ୍‌ ଠିକ୍‌ ଲାଗି ନ ଥିଲା। ଜିତେଶ ଶର୍ମା ଦଳରେ ଥାଉ ଥାଉ କ’ଣ ପାଇଁ ସାମ କରନ୍‌ ଅଧିନାୟକ ହୋଇଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କାରଣ ଆଇପିଏଲ୍‌ ଆରମ୍ଭରୁ ଅଧିନାୟକଙ୍କ ଫଟୋଶୁଟ୍‌ ବେଳେ ପଞ୍ଜାବ ପକ୍ଷରୁ ଧାଓ୍ବନଙ୍କ ଅନୁପସ୍ଥିତିରେ ଜିତେଶ ଥିଲେ।

ମ୍ୟାଚ୍‌ ପରେ ବଡ଼ ଅପଡେଟ୍‌ ଦେଇ ଦଳର ହେଡ୍‌ ଅଫ୍‌ କ୍ରିକେଟ କହିଛନ୍ତି ଯେ, ଧାଓ୍ବନ ଆହତ। ତାଙ୍କ କାନ୍ଧରେ ଆଘାତ ଲାଗିଥିବାରୁ ସେ ଅତିକମ୍‌ରେ ୭ରୁ ୧୦ ଦିନ ଯାଏ ବାହାରେ ରହିବେ। କହିବାକୁ ଗଲେ ଆଗାମୀ ଦୁଇ ମ୍ୟାଚ୍‌ ଲାଗି ସେ ଉପଲବ୍ଧ ରହିବେ ନାହିଁ।

The post ବିବାଦ ପରେ ପଞ୍ଜାବ କିଙ୍ଗ୍ସରୁ ବାଦ୍‌ ପଡ଼ିଲେ ଶିଖର ଧାଓ୍ବନ୍‌! ସାମ୍ନାକୁ ଆସିଲା ବଡ଼ ଅପ୍‌ଡେଟ୍‌… appeared first on Dharitri Odia News.