ସୋନୁ ସୁଦଙ୍କ ବଢିଲା ଅଡୁଆ: ଗିରଫ ଓ୍ବାରେଣ୍ଟ୍‌ ଜାରି

ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ଏକ ଠକେଇ ମାମଲାରେ ସାକ୍ଷ୍ୟ ଦେବାକୁ ହାଜର ନ ହେବା ପରେ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାଟି ଲୁଧିଆନାର ଓକିଲ ରାଜେଶ ଖାନ୍ନା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ, ମୋହିତ ଶୁକ୍ଳା ନାମକ ଜଣେ ବ୍ୟକ୍ତି ତାଙ୍କୁ ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମୋହିତ ଶୁକ୍ଳା ତାଙ୍କୁ ଏକ ନକଲି ‘ରିଜିକା କଏନ’ରେ ନିବେଶ କରିବାକୁ ଉସ୍‌କାଇଥିଲେ […] The post ସୋନୁ ସୁଦଙ୍କ ବଢିଲା ଅଡୁଆ: ଗିରଫ ଓ୍ବାରେଣ୍ଟ୍‌ ଜାରି appeared first on Dharitri Odia News.

ସୋନୁ ସୁଦଙ୍କ ବଢିଲା ଅଡୁଆ: ଗିରଫ ଓ୍ବାରେଣ୍ଟ୍‌ ଜାରି

ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ଏକ ଠକେଇ ମାମଲାରେ ସାକ୍ଷ୍ୟ ଦେବାକୁ ହାଜର ନ ହେବା ପରେ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।
ଏହି ମାମଲାଟି ଲୁଧିଆନାର ଓକିଲ ରାଜେଶ ଖାନ୍ନା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ, ମୋହିତ ଶୁକ୍ଳା ନାମକ ଜଣେ ବ୍ୟକ୍ତି ତାଙ୍କୁ ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମୋହିତ ଶୁକ୍ଳା ତାଙ୍କୁ ଏକ ନକଲି ‘ରିଜିକା କଏନ’ରେ ନିବେଶ କରିବାକୁ ଉସ୍‌କାଇଥିଲେ ଏବଂ ସୋନୁ ସୁଦଙ୍କୁ ଏହି ମାମଲାରେ ସାକ୍ଷ୍ୟ ଦେବାର ଥିଲା।
କୋର୍ଟ ଅନେକ ଥର ସମନ ପଠାଇବା ସତ୍ତ୍ୱେ, ଅଭିନେତା ସୋନୁ ସେଗୁଡ଼ିକୁ ଅଣଦେଖା କରିଥିଲେ। ଏହା ଉପରେ କୋର୍ଟ ଏବେ ଗିରଫ ପରୱାନା ଜାରି କରିଛନ୍ତି। କୋର୍ଟ ଆଦେଶରେ କୁହାଯାଇଛି, ସୋନୁ ସୁଦଙ୍କୁ ବିଧିବଦ୍ଧ ଭାବରେ ସମନ କିମ୍ବା ୱାରେଣ୍ଟ ଜାରି କରାଯାଇଛି କିନ୍ତୁ ସେ ହାଜର ହୋଇନାହାଁନ୍ତି। ସୋନୁଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ୱାରେଣ୍ଟଟି ମୁମ୍ବାଇର ଅନ୍ଧେରୀ ପଶ୍ଚିମରେ ଥିବା ଓଶିୱାରା ପୋଲିସ ଷ୍ଟେଶନକୁ ପଠାଯାଇଛି, ଯେଉଁଥିରେ ଅଭିନେତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୦ ତାରିଖରେ ହେବ।

The post ସୋନୁ ସୁଦଙ୍କ ବଢିଲା ଅଡୁଆ: ଗିରଫ ଓ୍ବାରେଣ୍ଟ୍‌ ଜାରି appeared first on Dharitri Odia News.