ମଝି ଆକାଶରେ ପାଇଲଟ ଅସୁସ୍ଥ ହେବାରୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଲା

ନୂଆଦିଲ୍ଲୀ: ଗୁଜରାଟର ମେହସନା ଜିଲ୍ଲାରେ ଆଜି ଏକ ଘରୋଇ ବିମାନ ଏକାଡେମିର ପ୍ରଶିକ୍ଷଣ ପାଇଁ ଉଦ୍ଦିଷ୍ଟ ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ବିମାନ ଚଳାଉଥିବା ମହିଳା ପାଇଲଟ୍‌ ହଠାତ ମଝି ଆକାଶରେ ଅସୁସ୍ଥ ହୋଇ ପଡ଼ିବାରୁ ଏହି ଦୁର୍ଘଟଣା ହୋଇଥିଲା। ପାଇଲଟ୍‌ ଜଣଙ୍କ ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଘଟଣାର ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି। ଉଚରପି ନିକଟରେ ଆଜି ଏହି ବିମାନ […]

ମଝି ଆକାଶରେ ପାଇଲଟ ଅସୁସ୍ଥ ହେବାରୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଲା

ନୂଆଦିଲ୍ଲୀ: ଗୁଜରାଟର ମେହସନା ଜିଲ୍ଲାରେ ଆଜି ଏକ ଘରୋଇ ବିମାନ ଏକାଡେମିର ପ୍ରଶିକ୍ଷଣ ପାଇଁ ଉଦ୍ଦିଷ୍ଟ ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ବିମାନ ଚଳାଉଥିବା ମହିଳା ପାଇଲଟ୍‌ ହଠାତ ମଝି ଆକାଶରେ ଅସୁସ୍ଥ ହୋଇ ପଡ଼ିବାରୁ ଏହି ଦୁର୍ଘଟଣା ହୋଇଥିଲା। ପାଇଲଟ୍‌ ଜଣଙ୍କ ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଘଟଣାର ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି। ଉଚରପି ନିକଟରେ ଆଜି ଏହି ବିମାନ ଦୁର୍ଘଟଣା ହୋଇଛି।