ରାଜ୍ କୁମାରଙ୍କ ଗିରଫ ପ୍ରସଙ୍ଗରେ ଆପର ଟିପ୍ପଣୀ, ସମଗ୍ର ବିଜେପି ତାଙ୍କୁ ଦୁର୍ନୀତିଗ୍ରସ୍ତ କହୁଥିଲା

ନୂଆଦିଲ୍ଲୀ: ଦିଲ୍ଲୀର ଶାସକ ଆପ୍ ଦଳ ଆଜି କହିଛି ଏହାର ମନ୍ତ୍ରୀ ରାଜ୍ କୁମାର ଆନନ୍ଦ ଆଜି ଦଳ ଛାଡ଼ି ଦେଇଛନ୍ତି। ତଦନ୍ତକାରୀ ସଂସ୍ଥାର ଚାପରେ ମନ୍ତ୍ରୀ ରାଜ କୁମାର ଆନନ୍ଦ ଦଳ ଛାଡ଼ିଛନ୍ତି ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ରାଜ କୁମାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସ୍କାନରରେ ଥିଲେ ଏବଂ ଗତବର୍ଷ ତାଙ୍କ ଘର ସର୍ଚ୍ଚ କରାଯାଇଥିଲା। ଆନନ୍ଦ କ୍ୟାବିନେଟରୁ ଇସ୍ତଫା ଦେବା ସହ ଦଳରୁ ଇସ୍ତଫା ଦେଇଛନ୍ତି। ଉକ୍ତ ପ୍ରସଙ୍ଗରେ ଟିପ୍ପଣୀ ରଖି […]

ରାଜ୍ କୁମାରଙ୍କ ଗିରଫ ପ୍ରସଙ୍ଗରେ ଆପର ଟିପ୍ପଣୀ, ସମଗ୍ର ବିଜେପି ତାଙ୍କୁ ଦୁର୍ନୀତିଗ୍ରସ୍ତ କହୁଥିଲା

ନୂଆଦିଲ୍ଲୀ: ଦିଲ୍ଲୀର ଶାସକ ଆପ୍ ଦଳ ଆଜି କହିଛି ଏହାର ମନ୍ତ୍ରୀ ରାଜ୍ କୁମାର ଆନନ୍ଦ ଆଜି ଦଳ ଛାଡ଼ି ଦେଇଛନ୍ତି। ତଦନ୍ତକାରୀ ସଂସ୍ଥାର ଚାପରେ ମନ୍ତ୍ରୀ ରାଜ କୁମାର ଆନନ୍ଦ ଦଳ ଛାଡ଼ିଛନ୍ତି ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ରାଜ କୁମାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସ୍କାନରରେ ଥିଲେ ଏବଂ ଗତବର୍ଷ ତାଙ୍କ ଘର ସର୍ଚ୍ଚ କରାଯାଇଥିଲା। ଆନନ୍ଦ କ୍ୟାବିନେଟରୁ ଇସ୍ତଫା ଦେବା ସହ ଦଳରୁ ଇସ୍ତଫା ଦେଇଛନ୍ତି। ଉକ୍ତ ପ୍ରସଙ୍ଗରେ ଟିପ୍ପଣୀ ରଖି ଆପ ନେତା ସୌରଭ ଭରଦ୍ବାଜ କହିଛନ୍ତି, ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗତ ନଭେମ୍ବରରେ ରାଜ କୁମାର ଆନନ୍ଦଙ୍କ ଘରେ ଚଢ଼ଉ କରିଥିଲା। ସେତେବେଳେ ସମଗ୍ର ବିଜେପି କହୁଥିଲା ଯେ ରାଜ୍ କୁମାର ଆନନ୍ଦ ହେଉଛନ୍ତି ଦୁର୍ନୀତିଗ୍ରସ୍ତ। ଆପକୁ ଭାଙ୍ଗିବା ଲକ୍ଷ୍ୟରେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ କରିଛି ବୋଲି ଭରଦ୍ବାଜ କହିଛନ୍ତି। ଆପ୍ ଦଳର ପ୍ରତି ମନ୍ତ୍ରୀ ଏବଂ ବିଧାୟକ ପରୀକ୍ଷା ସାମ୍ନା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବରିଷ୍ଠ ଆପ୍ ନେତା ଏବଂ ଦିଲ୍ଲୀ ମନ୍ତ୍ରୀ ଅତିଶୀ ପୂର୍ବରୁ ଅଭିଯୋଗ କରିଥିଲେ ଯେ ବିଜେପି ତାଙ୍କ ଦଳର ଅନେକ ନେତାଙ୍କ ସହ ଯୋଗାଯୋଗରେ ରହିଥିଲା। ବିଜେପି ତାଙ୍କୁ ମଧ୍ୟ ଦଳରେ ଯୋଗ ଦିଅ ନଚେତ ଜେଲ୍ ଯିବ ଧମକ ଦେଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହି କାରଣ ପାଇଁ ବିଜେପି ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲା।