ପିଏମ୍-ଉଷା ଯୋଜନା : ଓଡ଼ିଶାକୁ ୬୭୦ କୋଟି ଟଙ୍କାର ଅନୁଦାନ
ଭୁବନେଶ୍ବର : ପିଏମ୍-ଉଷା ଯୋଜନାରେ ଓଡ଼ିଶାକୁ ୬୭୦ କୋଟି ଟଙ୍କା ଅନୁଦାନ । ଶିକ୍ଷା ଓ ଗବେଷଣାର ବିକାଶ ପାଇଁ ପ୍ରତି ବିଶ୍ବବିଦ୍ୟାଳୟକୁ ଶହେ କୋଟି ଟଙ୍କା ପ୍ରଦାନ କରାଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟରେ ପିଏମ୍-ଉଷା ତୃତୀୟ ପ୍ରୋଜେକ୍ଟ ଆପ୍ରୁଭାଲ ବୋର୍ଡ଼ ବୈଠକରେ ଏହି ଆର୍ଥିକ ଅନୁମୋଦନ ପାରିତ ହୋଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ରେଭେନ୍ସା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଏବଂ ସମ୍ବଲପୁର […]

ଭୁବନେଶ୍ବର : ପିଏମ୍-ଉଷା ଯୋଜନାରେ ଓଡ଼ିଶାକୁ ୬୭୦ କୋଟି ଟଙ୍କା ଅନୁଦାନ । ଶିକ୍ଷା ଓ ଗବେଷଣାର ବିକାଶ ପାଇଁ ପ୍ରତି ବିଶ୍ବବିଦ୍ୟାଳୟକୁ ଶହେ କୋଟି ଟଙ୍କା ପ୍ରଦାନ କରାଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟରେ ପିଏମ୍-ଉଷା ତୃତୀୟ ପ୍ରୋଜେକ୍ଟ ଆପ୍ରୁଭାଲ ବୋର୍ଡ଼ ବୈଠକରେ ଏହି ଆର୍ଥିକ ଅନୁମୋଦନ ପାରିତ ହୋଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ରେଭେନ୍ସା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ୪ଶହ କୋଟି ଟଙ୍କା ମିଳିବ ।
୪ଟି ବର୍ଗରେ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ମାନଙ୍କରେ ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବା ଦିଗରେ ୩୯ଟି ପ୍ରସ୍ତାବ ନିମନ୍ତେ ୬୭୦ କୋଟି ଖର୍ଚ୍ଚ ହେବ । ରେଭେନ୍ସା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ମୟୁରଭଞ୍ଜର ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଶିକ୍ଷା ଓ ଗବେଷଣାର ବିକାଶ ନିମନ୍ତେ ସର୍ବମୋଟ୍ ୪୦୦ କୋଟି ଟଙ୍କା ପାଇବେ ।
ସେହିପରି ଭାବେ ଆକାଂକ୍ଷୀ ଜିଲ୍ଲା ମାନଙ୍କରେ ଥିବା ବିଶ୍ବବିଦ୍ୟାଳୟ ଯଥା କୋରାପୁଟର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପାଇଁ ୨୦କୋଟି ଟଙ୍କା, କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨୦କୋଟି ଟଙ୍କା, ବଲାଙ୍ଗିରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କା ପ୍ରଦାନ କରାଯିବ। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ସମ୍ୱଲପୁରର ବିକାଶ ନିମନ୍ତେ ୨୦ କୋଟି ଟଙ୍କା ପ୍ରଦାନ କରାଯିବ । ପିଏମ୍-ଉଷାର କାର୍ଯ୍ୟକାରିତା ପାଇଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ନିଜ ନିଜ ଶିକ୍ଷାନୁଷ୍ଠାନର ବିକାଶ ନିମନ୍ତେ ଏକ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (DPR) ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବେ ।
ଏହି ଅର୍ଥରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍, ଲାବୋରେଟୋରୀ, କମ୍ପୁଟର ଲାବ, ଏକାଡେମିକ ବିଲଡିଂ, ଲାଇବ୍ରେରୀ, ଇ- ଲାଇବ୍ରେରୀ ଆଦି ନିର୍ମାଣ କରାଯିବ । ଏହାସହ ବିଶ୍ବବିଦ୍ୟାଳୟମାନଙ୍କରେ ଉଚ୍ଚକୋଟୀର ଗବେଷଣା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କରାଯିବ ।