ବଡ଼ ଖବର: ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରୁ ଇସ୍ତଫା ଦେଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୯।୫: ବିଶ୍ୱର ଅଗ୍ରଣୀ ବ୍ୟବସାୟୀ ଏବଂ ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲନ ମସ୍କ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି। ସେ ଟ୍ରମ୍ପ ପ୍ରଶାସନରେ ସ୍ବତନ୍ତ୍ର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ ଏବଂ ସରକାରୀ ଖର୍ଚ୍ଚ ହ୍ରାସ କରିବା ପାଇଁ ଗଠିତ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି (DOGE)ର ନେତୃତ୍ୱ ନେଇଥିଲେ। ମସ୍କ ଟ୍ରମ୍ପଙ୍କ ଏକ ପ୍ରମୁଖ ଯୋଜନା, ଯାହାକୁ ଟ୍ରମ୍ପ ବିଗ ବ୍ୟୁଟିଫୁଲ ବିଲ ବୋଲି କହିଥିଲେ, ତାହାକୁ ଅତ୍ୟଧିକ ଖର୍ଚ୍ଚଯୁକ୍ତ ବୋଲି […] The post ବଡ଼ ଖବର: ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରୁ ଇସ୍ତଫା ଦେଲେ ଏଲନ ମସ୍କ appeared first on Dharitri Odia News.

ବଡ଼ ଖବର: ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରୁ ଇସ୍ତଫା ଦେଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୯।୫: ବିଶ୍ୱର ଅଗ୍ରଣୀ ବ୍ୟବସାୟୀ ଏବଂ ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲନ ମସ୍କ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି। ସେ ଟ୍ରମ୍ପ ପ୍ରଶାସନରେ ସ୍ବତନ୍ତ୍ର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ ଏବଂ ସରକାରୀ ଖର୍ଚ୍ଚ ହ୍ରାସ କରିବା ପାଇଁ ଗଠିତ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି (DOGE)ର ନେତୃତ୍ୱ ନେଇଥିଲେ। ମସ୍କ ଟ୍ରମ୍ପଙ୍କ ଏକ ପ୍ରମୁଖ ଯୋଜନା, ଯାହାକୁ ଟ୍ରମ୍ପ ବିଗ ବ୍ୟୁଟିଫୁଲ ବିଲ ବୋଲି କହିଥିଲେ, ତାହାକୁ ଅତ୍ୟଧିକ ଖର୍ଚ୍ଚଯୁକ୍ତ ବୋଲି ସମାଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।

ମସ୍କ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ମୋର ସ୍ବତନ୍ତ୍ର ସରକାରୀ କର୍ମଚାରୀ ଭାବେ ନିର୍ଦ୍ଧାାରିତ ସମୟ ଶେଷ ହେଉଛି। ଅଯଥା ଖର୍ଚ୍ଚ ହ୍ରାସ କରିବାରେ ମୋତେ ସୁଯୋଗ ଦେଇଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଉଛି। ସେ ଆହୁରି କହିଛନ୍ତି ଯେ DOGE ମିଶନ ଆଗାମୀ ଦିନରେ ଆହୁରି ଶକ୍ତିଶାଳୀ ହେବ।
ମସ୍କଙ୍କ ଏହି ଇସ୍ତଫା ତାଙ୍କ ରାଜନୈତିକ ସକ୍ରିୟତାରୁ ଦୂରେଇ ରହି ନିଜ ବ୍ୟବସାୟ, ବିଶେଷତଃ ଟେସଲା ଉପରେ ଅଧିକ ଧ୍ୟାନ ଦେବାର ନିଷ୍ପତ୍ତିକୁ ସୂଚାଉଛି। ଟେସଲା ନିକଟରେ ୭୧ ପ୍ରତିଶତ ଲାଭରେ ହ୍ରାସ ଦେଖିଛି, ଯାହା ମସ୍କଙ୍କ ଏହି ନିଷ୍ପତ୍ତିରେ ପ୍ରଭାବ ପକାଇଥାଇପାରେ।

The post ବଡ଼ ଖବର: ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରୁ ଇସ୍ତଫା ଦେଲେ ଏଲନ ମସ୍କ appeared first on Dharitri Odia News.