୬ ମାସ ଛୁଟିରେ ଗଲେ ସୁଜାତା କାର୍ତିକେୟନ

ଭୁବନେଶ୍ୱର,୭।୬: ଛଅ ମାସ ଛୁଟିରେ ଗଲେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ରାଉତ କାର୍ତିକେୟନ। ନଭେମ୍ବର ୨୬ ତରିଖ ଯାଏଁ ସୁଜାତା ଛୁଟିରେ ରହିବେ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି କାରଣ ଦର୍ଶାଇ ସେ ଛୁଟିରେ ରହିଥିବା ଜଣାପଡିଛି। ଗତ ସାଧାରଣ ନିର୍ବାଚନ ସମୟରେ ମିଶନ ଶକ୍ତି ବିଭାଗର ମୁଖ୍ୟ ଥିବା ସୁଜାତା ନିଜର କ୍ଷମତାର ଦୁରୁପଯୋଗ କରି ନିର୍ବାଚନୀ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ପରେ ତାଙ୍କୁ ଅର୍ଥ ବିଭାଗକୁ ବଦଳି କରିଥିଲେ ଆୟୋଗ। ସୂଚନାଯୋଗ୍ୟ […] The post ୬ ମାସ ଛୁଟିରେ ଗଲେ ସୁଜାତା କାର୍ତିକେୟନ appeared first on Dharitri Odia News.

୬ ମାସ ଛୁଟିରେ ଗଲେ ସୁଜାତା କାର୍ତିକେୟନ

ଭୁବନେଶ୍ୱର,୭।୬: ଛଅ ମାସ ଛୁଟିରେ ଗଲେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ରାଉତ କାର୍ତିକେୟନ। ନଭେମ୍ବର ୨୬ ତରିଖ ଯାଏଁ ସୁଜାତା ଛୁଟିରେ ରହିବେ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି କାରଣ ଦର୍ଶାଇ ସେ ଛୁଟିରେ ରହିଥିବା ଜଣାପଡିଛି।

ଗତ ସାଧାରଣ ନିର୍ବାଚନ ସମୟରେ ମିଶନ ଶକ୍ତି ବିଭାଗର ମୁଖ୍ୟ ଥିବା ସୁଜାତା ନିଜର କ୍ଷମତାର ଦୁରୁପଯୋଗ କରି ନିର୍ବାଚନୀ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ପରେ ତାଙ୍କୁ ଅର୍ଥ ବିଭାଗକୁ ବଦଳି କରିଥିଲେ ଆୟୋଗ।

ସୂଚନାଯୋଗ୍ୟ ସୁଜାତା ହେଉଛନ୍ତି ବିଜେଡି ନେତା ତଥା ପୂର୍ବତନ ଆଇଏଏସ ଅଧିକାରୀ କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା, ଫାଇଭ ଟି ଅଧ୍ୟକ୍ଷ ଏବଂ ନୂଆ ଓ ମୁଖ୍ୟ ଥିବା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଗତ କିଛି ମାସ ହେବ ଓଡ଼ିଶା ରାଜନୀତି ସରଗରମ ରହିଥିଲା। ରାଜ୍ୟରେ ବିଜେଡିର ବଡ଼ ପରାଜୟ ପାଇଁ ସେ ଏକମାତ୍ର କାରଣ ବୋଲି ଚର୍ଚ୍ଚା ହେଉଛି।

Image

The post ୬ ମାସ ଛୁଟିରେ ଗଲେ ସୁଜାତା କାର୍ତିକେୟନ appeared first on Dharitri Odia News.