ଭାରତୀୟ ଦିନିକିଆ ଦଳରେ ବରୁଣ ଚକ୍ରବର୍ତ୍ତୀ
ନାଗପୁର, ୫ା୨ : ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଫର୍ମରେ ଥିବା ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ଅନ୍ତର୍ଜାତୀୟ ଦିନିକିଆ ଦଳରେ ସାମିଲ କରାଯାଇଛି। କୋଲକାତା ନାଇଟ ରାଇଡର୍ସ (କେକେଆର)ର ଏହି ରହସ୍ୟମୟ ସ୍ପିନର ତାଙ୍କ ଫର୍ମକୁ ବଜାୟ ରଖନ୍ତୁ ବୋଲି ଟିମ୍ ମ୍ୟାନେଜମେଣ୍ଟ ଚାହେଁ। ଚାମ୍ପିୟନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା କୁହାଯାଉଛି। ଚାମ୍ପିୟନ୍ସ ଟ୍ରଫି ଲାଗି ଘୋଷଣା କରାଯାଇଥିବା ଖେଳାଳି […] The post ଭାରତୀୟ ଦିନିକିଆ ଦଳରେ ବରୁଣ ଚକ୍ରବର୍ତ୍ତୀ appeared first on Dharitri Odia News.
ନାଗପୁର, ୫ା୨ : ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଫର୍ମରେ ଥିବା ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ଅନ୍ତର୍ଜାତୀୟ ଦିନିକିଆ ଦଳରେ ସାମିଲ କରାଯାଇଛି। କୋଲକାତା ନାଇଟ ରାଇଡର୍ସ (କେକେଆର)ର ଏହି ରହସ୍ୟମୟ ସ୍ପିନର ତାଙ୍କ ଫର୍ମକୁ ବଜାୟ ରଖନ୍ତୁ ବୋଲି ଟିମ୍ ମ୍ୟାନେଜମେଣ୍ଟ ଚାହେଁ। ଚାମ୍ପିୟନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା କୁହାଯାଉଛି। ଚାମ୍ପିୟନ୍ସ ଟ୍ରଫି ଲାଗି ଘୋଷଣା କରାଯାଇଥିବା ଖେଳାଳି ତାଲିକାରେ ୪ ସ୍ପିନର ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦେଇ ଚକ୍ରବର୍ତ୍ତୀଙ୍କୁ ସାମିଲ କରାଯାଇପାରେ ବୋଲି ଶୁଣାଯାଉଛି। ସମ୍ଭବତଃ କୁଲ୍ଦୀପ ଯାଦବ ଓ ଓ୍ବାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣକୁ ବାଦ୍ ଦେଇ ତାଙ୍କ ସ୍ଥାନରେ ନିଆଯାଇ ପାରେ। ଚାମ୍ପିୟନ୍ସ ଟ୍ରଫି ପାଇଁ ଏପର୍ଯ୍ୟନ୍ତ ଭାରତର ଚୂଡ଼ାନ୍ତ ଦଳ ଘୋଷଣା କରାଯାଇ ନାହିଁ। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆରେ ଚକ୍ରବର୍ତ୍ତୀଙ୍କ ପ୍ରଦର୍ଶନ କିପରି ରହୁଛି ଚାମ୍ପିୟନ୍ସ ଟ୍ରଫିରେ ସ୍ଥାନ ମିଳିବା ତା’ ଉପରେ ସବୁ ନିର୍ଭର କରୁଛି। ଇଂଲଣ୍ଡ ବିପକ୍ଷ ୫ ଅନ୍ତର୍ଜାତୀୟ ଟି୨୦ରେ ଚକ୍ରବର୍ତ୍ତୀ ପ୍ଲେୟର ଅଫ୍ ଦି ସିରିଜ ବିବେଚିତ ହୋଇଥିଲେ।
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତର ଅପ୍ଡେଟେଡ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍ (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ଉଇକେଟକିପର), ରିଷଭ ପନ୍ତ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କୁଲ୍ଦୀପ ଯାଦବ, ହର୍ଷିତ ରାଣା, ହମ୍ମଦ ଶାମି, ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ।
The post ଭାରତୀୟ ଦିନିକିଆ ଦଳରେ ବରୁଣ ଚକ୍ରବର୍ତ୍ତୀ appeared first on Dharitri Odia News.