ତାମିଲନାଡୁରେ ଚାଲିଗଲା ଅରକ୍ଷିତଙ୍କ ଜୀବନ,ପରିବାର ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ଦିଗପହଣ୍ଡି,୨୧ା୫(ଅଶେଷ ନାଥ ମିଶ୍ର)-ତାମିଲନାଡୁ ରାଜ୍ୟର ଶିବଗଙ୍ଗା ଜିଲା ମାଲକୋଟାଇ ଗ୍ରାମରେ ଥିବା ଏକ ଘରୋଇ ମେଟାଲ କମ୍ପାନୀରେ କାମ କରୁଥିବା ବେଳେ ବଡ଼ ପଥର ଖସିଯିବାରୁ ଚାପି ହୋଇ ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ଦିଗପହଣ୍ଡି ବ୍ଲକ କୁଶପଡା ଗ୍ରାମ ଚମ୍ପାସାହିର ବି . ପଞ୍ଚା ଦୋରାଙ୍କ ପୁଅ ବି . ଅରକ୍ଷିତ ଦୋରା(୨୮)। ଅରକ୍ଷିତ ଦୀର୍ଘ ବର୍ଷ ଧରି ଉକ୍ତ କମ୍ପାନୀରେ ଜେସିବି ଚାଳକ ରୂପେ କାର୍ଯ୍ୟ କରି ଆସୁଥିଲେ। ଗତ […] The post ତାମିଲନାଡୁରେ ଚାଲିଗଲା ଅରକ୍ଷିତଙ୍କ ଜୀବନ,ପରିବାର ଉପରେ ଭାଙ୍ଗିଲା ଦୁଃଖର ପାହାଡ଼ appeared first on Dharitri Odia News.

ତାମିଲନାଡୁରେ ଚାଲିଗଲା ଅରକ୍ଷିତଙ୍କ ଜୀବନ,ପରିବାର ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ଦିଗପହଣ୍ଡି,୨୧ା୫(ଅଶେଷ ନାଥ ମିଶ୍ର)-ତାମିଲନାଡୁ ରାଜ୍ୟର ଶିବଗଙ୍ଗା ଜିଲା ମାଲକୋଟାଇ ଗ୍ରାମରେ ଥିବା ଏକ ଘରୋଇ ମେଟାଲ କମ୍ପାନୀରେ କାମ କରୁଥିବା ବେଳେ ବଡ଼ ପଥର ଖସିଯିବାରୁ ଚାପି ହୋଇ ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ଦିଗପହଣ୍ଡି ବ୍ଲକ କୁଶପଡା ଗ୍ରାମ ଚମ୍ପାସାହିର ବି . ପଞ୍ଚା ଦୋରାଙ୍କ ପୁଅ ବି . ଅରକ୍ଷିତ ଦୋରା(୨୮)। ଅରକ୍ଷିତ ଦୀର୍ଘ ବର୍ଷ ଧରି ଉକ୍ତ କମ୍ପାନୀରେ ଜେସିବି ଚାଳକ ରୂପେ କାର୍ଯ୍ୟ କରି ଆସୁଥିଲେ। ଗତ ପ୍ରାୟ ୨ବର୍ଷ ପୂର୍ବେ ସେ ବିବାହ କରିଥିଲେ। ତାଙ୍କର ଏକ ୬ ମାସର ଶିଶୁ ଅଛି। ପରିବାର ପୋଷଣ ନିମନ୍ତେ ସେ ସେଠାରେ କାମ କରୁଥିଲେ। ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟାରେ କମ୍ପାନୀର କ୍ରଶର ନିକଟରେ କାମ କରୁଥିବା ବେଳେ ହଠାତ ଏକ ବଡ଼ ପଥର ଖସି ପଡ଼ିଥିବାରୁ ସେହି ପଥର ତଳେ ୬ ଶ୍ରମିକ ଚାପି ହୋଇ ରହିଯାଇଥିଲେ। ଅନ୍ୟ କର୍ମଚାରୀ ଓ ଶ୍ରମିକମାନେ ଦୀର୍ଘ ସମୟ ପରିଶ୍ରମ କରିବା ପରେ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେଥିମଧ୍ୟରେ ଅରକ୍ଷିତ ଥିଲେ। ଅନ୍ୟ ୪ ଶ୍ରମିକ ସେଠାକାର ବୋଲି ଜଣାପଡିଛି। ବୁଧବାର ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। କମ୍ପାନୀ ପକ୍ଷରୁ ଏନେଇ ଅରକ୍ଷିତଙ୍କ ପରିବାରକୁ ସୂଚନା ଦିଆଯିବା ପରେ ପରିବାର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି। ମଙ୍ଗଳବାର ପରିବାର ଲୋକେ ସେଠାରେ ପହଞ୍ଚି ଥିବା ଖବର ମିଳଛି। ଅରକ୍ଷିତଙ୍କ ମୃତଦେହ ଗାଁକୁ ଆଣିବା ଏବଂ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

The post ତାମିଲନାଡୁରେ ଚାଲିଗଲା ଅରକ୍ଷିତଙ୍କ ଜୀବନ,ପରିବାର ଉପରେ ଭାଙ୍ଗିଲା ଦୁଃଖର ପାହାଡ଼ appeared first on Dharitri Odia News.