ପଦକ ଜିତିବା ପରେ ଖୁସିରେ ଡେଇଁପଡିଲେ କୋଚ, ଆସିଲା ହୃଦ୍‌ଘାତ:ଆଉ ତା’ପରେ

ପ୍ୟାରିସ୍‌,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ଉଜବେକିସ୍ତାନର ବକ୍ସିଂ ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଏହା ପରେ ଉଜବେକିସ୍ତାନ ଦଳର ମୁଖ୍ୟ କୋଚ ତୁଲକିନ କିଲିଚେଭ ଖୁସିରେ ଡେଇଁପଡିଥିଲେ। କିନ୍ତୁ ଏହି ଖୁସି ମଧ୍ୟରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ଏହା ପରେ ବ୍ରିଟେନର ଟ୍ରେନିଂ କର୍ମଚାରୀଙ୍କ ଦୁଇଜଣ ସଦସ୍ୟ ତାଙ୍କୁ ହୃଦଘାତରୁ ରକ୍ଷା କରିଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ୟାରିସ ଅଲିମ୍ପିକ୍ସରେ ଉଜବେକିସ୍ତାନ ଦଳ ୫ଟି ସ୍ବର୍ଣ୍ଣ ପଦକ ଜିତିଥିଲା। ଗତ ୨୦ ବର୍ଷ ମଧ୍ୟରେ […] The post ପଦକ ଜିତିବା ପରେ ଖୁସିରେ ଡେଇଁପଡିଲେ କୋଚ, ଆସିଲା ହୃଦ୍‌ଘାତ:ଆଉ ତା’ପରେ appeared first on Dharitri Odia News.

ପଦକ ଜିତିବା ପରେ ଖୁସିରେ ଡେଇଁପଡିଲେ କୋଚ, ଆସିଲା ହୃଦ୍‌ଘାତ:ଆଉ ତା’ପରେ

ପ୍ୟାରିସ୍‌,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ଉଜବେକିସ୍ତାନର ବକ୍ସିଂ ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଏହା ପରେ ଉଜବେକିସ୍ତାନ ଦଳର ମୁଖ୍ୟ କୋଚ ତୁଲକିନ କିଲିଚେଭ ଖୁସିରେ ଡେଇଁପଡିଥିଲେ। କିନ୍ତୁ ଏହି ଖୁସି ମଧ୍ୟରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ଏହା ପରେ ବ୍ରିଟେନର ଟ୍ରେନିଂ କର୍ମଚାରୀଙ୍କ ଦୁଇଜଣ ସଦସ୍ୟ ତାଙ୍କୁ ହୃଦଘାତରୁ ରକ୍ଷା କରିଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ୟାରିସ ଅଲିମ୍ପିକ୍ସରେ ଉଜବେକିସ୍ତାନ ଦଳ ୫ଟି ସ୍ବର୍ଣ୍ଣ ପଦକ ଜିତିଥିଲା। ଗତ ୨୦ ବର୍ଷ ମଧ୍ୟରେ ଅଲିମ୍ପିକ୍ସରେ ଉଜବେକିସ୍ତାନର ଏହା ହେଉଛି ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏଥି ସହିତ ଏହି ବିଜୟ ପରେ କୋଚ ତୁଲକିନ କିଲିଚେଭ ଜୋରଦାର ଉତ୍ସବ ପାଳନ କରିଥିଲେ,
ଉଜବେକିସ୍ତାନ ସ୍ବର୍ଣ୍ଣ ପଦକ ଜିତିବା ପରେ ତୁଲକିନ କିଲିଚେଭ ଅସୁସ୍ଥ ହୋଇପଡିଥିଲେ। ଏହା ପରେ ଭାରତୀୟ ମୂଳ ଡାକ୍ତର ହରଜ ସିଂ ଏବଂ ଫିଜିଓଥେରାପିଷ୍ଟ ରବି ଲିଲିସ ତୁଲକିନ କିଲିଚେଭଙ୍କ ଜୀବନ ରକ୍ଷା କରିଥିଲେ। ଉଭୟ ଡାକ୍ତର ତାଙ୍କୁ ସି.ଆର.ପି ଦେଇଥିଲେ ଏବଂ ଲିଲିସ ଏକ ଡିଫିବ୍ରିଲେଟର ବ୍ୟବହାର କରିଥିଲେ (ହୃଦସ୍ପନ୍ଦନକୁ ସ୍ବାଭାବିକ କରିବା ପାଇଁ ବ୍ୟବହୃତ ଯନ୍ତ୍ର)।

The post ପଦକ ଜିତିବା ପରେ ଖୁସିରେ ଡେଇଁପଡିଲେ କୋଚ, ଆସିଲା ହୃଦ୍‌ଘାତ:ଆଉ ତା’ପରେ appeared first on Dharitri Odia News.