ବିମାନ ଦୁର୍ଘଟଣା ପୂର୍ବରୁ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ
ବାକୁ,୨୮ା୧୨: ଅଜେରବୈଜାନର ଏମ୍ବ୍ରାଏର ୧୯୦ ଏୟାରକ୍ରାଫ୍ଟ ବୁଧବାର ଦୁର୍ଘଟଣାଗ୍ରସ୍ତ ହେବାରୁ ୩୮ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏନେଇ ଭିନ୍ନ ଭିନ୍ନ ରିପୋର୍ଟ ଆସିବାରେ ଲାଗିଛି। ଉକ୍ତ ପାସେଞ୍ଜର ଜେଟ୍ କାଜାଖସ୍ତାନରେ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା ବୋଲି ଅଜେରବୈଜାନ ଏୟାରଲାଇନ୍ସ ପକ୍ଷରୁ ଶୁକ୍ରବାର କୁହାଯାଇଛି। ବିମାନ ଉପରେ ବାହ୍ୟ ହସ୍ତକ୍ଷେପ କରାଯାଇଥିଲା। ରୁଷିଆର ୧୦ଟି ବିମାନବନ୍ଦର ସହ ବିମାନ ଚଳାଚଳ ବନ୍ଦ […] The post ବିମାନ ଦୁର୍ଘଟଣା ପୂର୍ବରୁ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ appeared first on Dharitri Odia News.
ବାକୁ,୨୮ା୧୨: ଅଜେରବୈଜାନର ଏମ୍ବ୍ରାଏର ୧୯୦ ଏୟାରକ୍ରାଫ୍ଟ ବୁଧବାର ଦୁର୍ଘଟଣାଗ୍ରସ୍ତ ହେବାରୁ ୩୮ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏନେଇ ଭିନ୍ନ ଭିନ୍ନ ରିପୋର୍ଟ ଆସିବାରେ ଲାଗିଛି। ଉକ୍ତ ପାସେଞ୍ଜର ଜେଟ୍ କାଜାଖସ୍ତାନରେ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା ବୋଲି ଅଜେରବୈଜାନ ଏୟାରଲାଇନ୍ସ ପକ୍ଷରୁ ଶୁକ୍ରବାର କୁହାଯାଇଛି। ବିମାନ ଉପରେ ବାହ୍ୟ ହସ୍ତକ୍ଷେପ କରାଯାଇଥିଲା। ରୁଷିଆର ୧୦ଟି ବିମାନବନ୍ଦର ସହ ବିମାନ ଚଳାଚଳ ବନ୍ଦ ନେଇ ଘୋଷଣା କରିବା ଅବସରରେ ଏୟାରଲାଇନ୍ସ ଆହୁରି କହିଛି ଯେ, ବାକୁରୁ ଗ୍ରୋନି ଉଡ଼ାଣ କରୁଥିବା ଫ୍ଳାଇଟ୍ ଜେ୨-୮୨୪୩ ଉପରେ ଫିଜିକାଲ୍ ଏବଂ ଟେକ୍ନିକାଲ ଏକ୍ସଟର୍ନାଲ ଇଣ୍ଟରଫିଅରସେନ୍ସ କରାଯାଇଥିଲା। ଦୁର୍ଘଟଣା ପୂର୍ବରୁ ସେଥିରୁ ପ୍ରଚଣ୍ଡ ଶବ୍ଦ ଶୁଭିଥିବା ବିଷୟ ୨ ଜଣ ଯାତ୍ରୀ କହିଛନ୍ତି। ଏଭଳି ସ୍ଥିତିରେ ବିମାନ ସ୍ବତଃ ଦୁର୍ଘଟଣାଗ୍ରସ୍ତ ନ ହୋଇ ଏଡାକୁ ଖସିଇ ଦିଆଯାଇଥିବା ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି। ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି। ଦୁର୍ଘଟଣା ଘଟିଥିବା ଅଞ୍ଚଳ ୟୁକ୍ରେନୀୟ ସୈନ୍ୟଙ୍କ ଡ୍ରୋନ୍ ଜୋନ୍ କୁହାଯାଉଥିବା ଅଞ୍ଚଳରେ ବିମାନ ଦୁର୍ଘଟଣା ଘଟିଥିବାରୁ ରୁଷିଆ ଏହାକୁ ଖସାଇ ଦେଇଥିବା କେତେକେ ସନ୍ଦେହ କରୁଛନ୍ତି। ତେଣୁ ଏହାର ସମ୍ପୂର୍ଣ୍ଣ ତଦନ୍ତ କରାଯାଉ ବୋଲି ବୁଧବାର ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅଗାନାଜେଶନ୍ (ନାଟୋ) ପକ୍ଷରୁ ଦିନକ ପୂର୍ବରୁ ଦାବି କରାଯାଇଥିଲା।
The post ବିମାନ ଦୁର୍ଘଟଣା ପୂର୍ବରୁ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ appeared first on Dharitri Odia News.