‘ମୋ ସ୍ବାମୀ ଦୁର୍ବଳ ନୁହେଁ, ତାଙ୍କ କାର୍ଯ୍ୟକୁ ମୁଁ କରୁଛି ସମ୍ପାଦିତ,’… ସଞ୍ଜୟଙ୍କ ପତ୍ନୀ
ନୂଆଦିଲ୍ଲୀ,୩୧।୩: ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି)ଏମପି ସଞ୍ଜୟ ସିଂଙ୍କ ପତ୍ନୀ ଅନିତା ସିଂ ଇଣ୍ଡିଆ ମେଣ୍ଟର ରବିବାର ହୋଇଥିବା ରାଲିରେ ଯୋଗ ଦେଇଥିଲେ। ସେଠାରେ ସେ କହିଥିଲେ କି ଏଠି ଆମକୁ ସମସ୍ତଙ୍କ ସମର୍ଥନ ମିଳୁଛି ଆଉ ଆମେ ଆଗକୁ ବଢିବୁ। ଆମେ ସବୁ ମଶି ଆଗକୁ ବଢିବୁ। ସମାଚାର ଏଜେନ୍ସି ପିଟିଆଇ ସହ କଥା ହୋଇ ସେ କହିଛନ୍ତି, ଇଣ୍ଡିଆ ମେଣ୍ଟରେ ସମସ୍ତଙ୍କ ସହଯୋଗ ମିଳୁଛି। ପୂର୍ବରୁ ଯେମିତି ଆମେ […] The post ‘ମୋ ସ୍ବାମୀ ଦୁର୍ବଳ ନୁହେଁ, ତାଙ୍କ କାର୍ଯ୍ୟକୁ ମୁଁ କରୁଛି ସମ୍ପାଦିତ,’… ସଞ୍ଜୟଙ୍କ ପତ୍ନୀ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୩: ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି)ଏମପି ସଞ୍ଜୟ ସିଂଙ୍କ ପତ୍ନୀ ଅନିତା ସିଂ ଇଣ୍ଡିଆ ମେଣ୍ଟର ରବିବାର ହୋଇଥିବା ରାଲିରେ ଯୋଗ ଦେଇଥିଲେ। ସେଠାରେ ସେ କହିଥିଲେ କି ଏଠି ଆମକୁ ସମସ୍ତଙ୍କ ସମର୍ଥନ ମିଳୁଛି ଆଉ ଆମେ ଆଗକୁ ବଢିବୁ। ଆମେ ସବୁ ମଶି ଆଗକୁ ବଢିବୁ।
ସମାଚାର ଏଜେନ୍ସି ପିଟିଆଇ ସହ କଥା ହୋଇ ସେ କହିଛନ୍ତି, ଇଣ୍ଡିଆ ମେଣ୍ଟରେ ସମସ୍ତଙ୍କ ସହଯୋଗ ମିଳୁଛି। ପୂର୍ବରୁ ଯେମିତି ଆମେ କାନ୍ଧରେ କାନ୍ଧ ମିଶାଇ ଚାଲୁଥିଲୁ ଆଜିବି ଆମେ ଆମ ସ୍ବାମୀଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲୁଛୁ। ସେ ଜେଲରେ ଅଛନ୍ତି ଏହାର ଅର୍ଥ ନୁହେଁ ଯେ ସେ ଦୁର୍ବଳ ହୋଇଯାଇଛନ୍ତି।
ସଞ୍ଜୟ ସିଂଙ୍କ ପତ୍ନୀ ଅନୀତା କହିଛନ୍ତି ଯେ ତାଙ୍କ ସ୍ବାମୀ ଜେଲ ଯିବା ପରେ ସେ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ଶ୍ରୀମତି ସିଂ କହିଛନ୍ତି, ତାଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ଆମକୁ ଏବଂ ଆମ ଲୋକଙ୍କୁ ଦିଆଯାଇଛି। ଆମେ ଏହାକୁ ଭଲ ଭାବେ ପରିଚାଳନା କରୁଛୁ। ଅନୀତା ମଧ୍ୟ ଏହି ମହାମେଣ୍ଟ ରାଲିରେ ଅଂଶଗ୍ରହଣ କରିଥିଲେ।
୧୦ଘଣ୍ଟା ପଚରାଉଚରା ପରେ ଗତ ବର୍ଷ ଅକ୍ଟୋବରରେ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଥିଲା। ତାଙ୍କ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସଞ୍ଜୟ ସିଂଙ୍କ ପୂର୍ବରୁ ମନୀଷ ସିସୋଡିଆଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଚଳିତ ବର୍ଷ ମାର୍ଚ୍ଚରେ ଗିରଫ କରାଯାଇଥିଲା।
The post ‘ମୋ ସ୍ବାମୀ ଦୁର୍ବଳ ନୁହେଁ, ତାଙ୍କ କାର୍ଯ୍ୟକୁ ମୁଁ କରୁଛି ସମ୍ପାଦିତ,’… ସଞ୍ଜୟଙ୍କ ପତ୍ନୀ appeared first on Dharitri Odia News.