ବସିଲା ବଡ଼ ବୈଠକ: ସୁରକ୍ଷାକୁ ନେଇ…
ବାଲେଶ୍ୱର,୯।୫: ବାଲେଶ୍ୱର ଚାନ୍ଦିପୁରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ପୂର୍ବାଞ୍ଚଳ ଡିଆଇଜିଙ୍କ ସମେତ ଏସ୍ପି ଓ ଥାନାଧିକାରୀ ଉପସ୍ଥିତ ଅଛନ୍ତି। ବତ୍ତର୍ମାନ ସାରା ଦେଶ ପାଇଁ ଏକ ସମ୍ବେଦନଶୀଳ ସମୟ ଚାଲି ଥିବା ବେଳେ ଶତ୍ରୁଙ୍କ ଟାର୍ଗେଟ ମଧ୍ୟରେ ଓଡିଶାର ଚାନ୍ଦିପୁର ମଧ୍ୟ ଥାଇପାରେ । ଏଠାରେ ପ୍ରତିରକ୍ଷାର ବଡ ବଡ ପ୍ରତିଷ୍ଠାନ ସବୁ ରହିଛି। ତେଣୁ ଏସବୁର ସୁରକ୍ଷା ପାଇଁ ସୁରକ୍ଷାକୁ କଡାକଡି କରାଯାଇଛି । କେଉଁଭଳି ରଣନୀତି ପ୍ରସ୍ତୁତ କରିବା କଥା […] The post ବସିଲା ବଡ଼ ବୈଠକ: ସୁରକ୍ଷାକୁ ନେଇ… appeared first on Dharitri Odia News.
ବାଲେଶ୍ୱର,୯।୫: ବାଲେଶ୍ୱର ଚାନ୍ଦିପୁରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ପୂର୍ବାଞ୍ଚଳ ଡିଆଇଜିଙ୍କ ସମେତ ଏସ୍ପି ଓ ଥାନାଧିକାରୀ ଉପସ୍ଥିତ ଅଛନ୍ତି। ବତ୍ତର୍ମାନ ସାରା ଦେଶ ପାଇଁ ଏକ ସମ୍ବେଦନଶୀଳ ସମୟ ଚାଲି ଥିବା ବେଳେ ଶତ୍ରୁଙ୍କ ଟାର୍ଗେଟ ମଧ୍ୟରେ ଓଡିଶାର ଚାନ୍ଦିପୁର ମଧ୍ୟ ଥାଇପାରେ । ଏଠାରେ ପ୍ରତିରକ୍ଷାର ବଡ ବଡ ପ୍ରତିଷ୍ଠାନ ସବୁ ରହିଛି। ତେଣୁ ଏସବୁର ସୁରକ୍ଷା ପାଇଁ ସୁରକ୍ଷାକୁ କଡାକଡି କରାଯାଇଛି । କେଉଁଭଳି ରଣନୀତି ପ୍ରସ୍ତୁତ କରିବା କଥା ତାହା ନେଇ ଆଲୋଚନା ହେଉଛି।
ତେବେ କେବଳ ଚାନ୍ଦିପୁର ନୁହେଁ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ଏବେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ହୀରାକୁଦ ଡ୍ୟାମ, ପୁରୀକୁ ମଧ୍ୟ ସୂରକ୍ଷାରେ ରଖାଯାଇଛି । ଶ୍ରତୁ ପକ୍ଷରୁ ପ୍ରତିଟି ଆକ୍ରମଣାତ୍ମକ ପଦକ୍ଷେପକୁ ଯେପରି ପ୍ରତିହତ କରିହେବ ସେଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ସତର୍କ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ରାଜ୍ୟବାସୀଙ୍କୁ ଏନେଇ କହିଛନ୍ତି । ମୁଖ୍ୟତଃତ ଓଡିଶାରେ ଯଦିଓ ଆତଙ୍କବାଦ ଆଶଙ୍କା ନାହିଁ କିନ୍ତୁ ଯେହେତୁ ଏଠାରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡିକ ଅଛି ଏହାକୁ ଆକ୍ରମଣର ଟାର୍ଗେଟରେ ଶତ୍ରୁ ରଖିଥାଇପାରେ ତେଣୁ ଏବେ ଏସବୁ ସ୍ଥାନ ପାଇଁ ସୁରକ୍ଷା ସ୍ତର ସୃଷ୍ଟି କରିବାକୁ ବିଚାର ବିମର୍ଷ ହେଉଛି ।
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଇଲାକାକୁ ହାଇ ଆଲର୍ଟରେ ରଖାଯାଇଛି।
ଜମ୍ମୁ-କଶ୍ମୀର ପହଲଗାମଠାରେ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛି। ସମ୍ଭାବ୍ୟ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଅପରେଶନ ସିନ୍ଦୂର ମାଧ୍ୟମରେ ଭାରତ ପ୍ରତିଶୋଧ ନେଇଛି। ଯୁଦ୍ଧ ଭଳି ସ୍ଥିତିରେ ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଡିଆରଡିଓ, ଆଇଟିଆର ଆଦି ପ୍ରତିଷ୍ଠାନ ଥିବାରୁ ଏହା ବେଶ ସମ୍ବେଦନଶୀଳ ଅଞ୍ଚଳ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୂରା ଚାନ୍ଦିପୁରକୁ ନଜରରେ ରଖିଛନ୍ତି। ଚାନ୍ଦିପୁରରେ କ୍ଷେପଣାସ୍ତ୍ର ଘାଟି ଥିବାରୁ ଏଠାରେ ସର୍ବଦା ଶତ୍ରୁପକ୍ଷର ଭୟ ରହିଥାଏ। ଆଉ ଏଠାକୁ ଟାର୍ଗେଟ ବି କରିଥାନ୍ତି ଶତ୍ରୁପକ୍ଷ। ପରିସ୍ଥିତିର କଡ଼ା ମୁକାବିଲା ପାଇଁ ଶୁକ୍ରବାର ଅପରାହ୍ନରେ ଚାନ୍ଦିପୁର ପିଏକ୍ସଇ କ୍ୟାମ୍ପସ ପରିସରରେ ଏକ ଜରୁରୀକାଳୀନ ବୈଠକ ବସିଛି । ପୂର୍ବାଞ୍ଚଳ ଡିଆଇଜି ବୈଠକ ସମ୍ପର୍କରେ ଡିଆଇଜି ଗୁରୁବାର ରାତିରେ ଆଇଟିଆରର ଡାଇରେକ୍ଟର, ପିଏକ୍ସଇର ଡାଇରେକ୍ଟର, ବାଲେଶ୍ୱର ଜିଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଥିଲେ। ବୈଠକରେ ସିକ୍ୟୁରିଟି ଅଫ ଡିଫେନ୍ସ ସମ୍ପର୍କରେ ସବିଶେଷ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିବ।
The post ବସିଲା ବଡ଼ ବୈଠକ: ସୁରକ୍ଷାକୁ ନେଇ… appeared first on Dharitri Odia News.