ଭୋଟ ଦେଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଅଖିଳ
ପାଟଣା,୨୫।୫(ବୀର କିଶୋର ଦାଶ): ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ୨୭୩ଟି ବୁଥରେ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୯ଟା ସୁଦ୍ଧା ପାଟଣା ନିର୍ବାଚନ ମଣ୍ଡଳୀରେ ୧୨.୫୦ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଥିବା ୧୦ବିଧାୟକ ପ୍ରାର୍ଥୀ ଏବଂ କେନ୍ଦୁଝର ଲୋକସଭା ପାଇଁ ୧୧ଜଣ ଏମ୍ପି ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ମହିଳାମାନଙ୍କ ପାଇଁ ପାଟଣା ନିର୍ବାଚନ […] The post ଭୋଟ ଦେଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଅଖିଳ appeared first on Dharitri Odia News.
ପାଟଣା,୨୫।୫(ବୀର କିଶୋର ଦାଶ): ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ୨୭୩ଟି ବୁଥରେ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୯ଟା ସୁଦ୍ଧା ପାଟଣା ନିର୍ବାଚନ ମଣ୍ଡଳୀରେ ୧୨.୫୦ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଥିବା ୧୦ବିଧାୟକ ପ୍ରାର୍ଥୀ ଏବଂ କେନ୍ଦୁଝର ଲୋକସଭା ପାଇଁ ୧୧ଜଣ ଏମ୍ପି ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ମହିଳାମାନଙ୍କ ପାଇଁ ପାଟଣା ନିର୍ବାଚନ ମଣ୍ଡଳୀରେ ପାଟଣା ଓ ସାହାରପଡା ବ୍ଲକରେ ୧୦ ଟି ସଖି ବୁଥ କେନ୍ଦ୍ର ରହିଛି।
ଇଭିଏମ୍ ତ୍ରୁଟି ଯୋଗୁ କେତେକ ବୁଥରେ ଅଧଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। କେନ୍ଦୁଝର ଜିଲା ପାଟଣା ର୍ନିବାଚନ ମଣ୍ଡଳୀ କଣ୍ଟିଆପଡ଼ା ପଞ୍ଚାୟତ ମାନପୁର ପ୍ରାଥମିକ ବିଦ୍ୟାଳୟ ୧୧୭ ନମ୍ବର ବୁଥରେ ପାଟଣା ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ମତଦାନ କରି ଥିବା ବେଳେ ଭାଜପା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ତୁରୁମୁଙ୍ଗା ଦଧିବାମନ ଉଚ୍ଚ ବିଦ୍ୟାଳୟର ୯୮ ନମ୍ବର ବୁଥରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ଉଭୟ ଜଗନ୍ନାଥ ଓ ଅଖିଳ ଜନସାଧାରଣଙ୍କୁ ଗଣତନ୍ତ୍ରର ମହାନପର୍ବରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି।
The post ଭୋଟ ଦେଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଅଖିଳ appeared first on Dharitri Odia News.