ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ହାବିଲଦାର ମୃତ

କଟକ/ଫୁଲନଖରା,୧୪ା୬(କାର୍ତ୍ତିକ ସାହୁ/ସତ୍ୟ ରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବ୍ରିଜ ନିକଟରେ ବୋମା ନିଷ୍କ୍ରିୟ ଦଳ ବୋମା ନିଷ୍କ୍ରିୟ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ କଟକ ରିଜର୍ଭ ପୋଲିସର ବାଣ ନିଷ୍କ୍ରିୟ ଟିମ୍‌ର ହାବିଲଦାର ପ୍ରଦୀପ ମଲ୍ଲିକ। ମିଳିଥିବା ସୂଚନାନୁଯାୟୀ, କଟକ ସଦର ଥାନାରେ ଗତ ଦୀପାବଳି ଓ ବିଭିନ୍ନ ସମୟରେ ଜବତ ହୋଇଥିବା ବାଣକୁ ଶନିବାର କଟକ ରିଜର୍ଭ ପୋଲିସର ଏକ ତିନି ଜଣିଆ ଟିମ୍‌ ନିଷ୍କ୍ରିୟ କରିବା […] The post ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ହାବିଲଦାର ମୃତ appeared first on Dharitri Odia News.

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ହାବିଲଦାର ମୃତ

କଟକ/ଫୁଲନଖରା,୧୪ା୬(କାର୍ତ୍ତିକ ସାହୁ/ସତ୍ୟ ରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବ୍ରିଜ ନିକଟରେ ବୋମା ନିଷ୍କ୍ରିୟ ଦଳ ବୋମା ନିଷ୍କ୍ରିୟ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ କଟକ ରିଜର୍ଭ ପୋଲିସର ବାଣ ନିଷ୍କ୍ରିୟ ଟିମ୍‌ର ହାବିଲଦାର ପ୍ରଦୀପ ମଲ୍ଲିକ।
ମିଳିଥିବା ସୂଚନାନୁଯାୟୀ, କଟକ ସଦର ଥାନାରେ ଗତ ଦୀପାବଳି ଓ ବିଭିନ୍ନ ସମୟରେ ଜବତ ହୋଇଥିବା ବାଣକୁ ଶନିବାର କଟକ ରିଜର୍ଭ ପୋଲିସର ଏକ ତିନି ଜଣିଆ ଟିମ୍‌ ନିଷ୍କ୍ରିୟ କରିବା ପାଇଁ ଆସିଥିଲେ। ସେମାନେ ବାଣଗୁଡିକ କାଠଯୋଡ଼ି ନଦୀକୂଳକୁ ଆଣି ଦୁଇଟି ଅଲଗା ଅଲଗା ସ୍ଥାନରେ ଖାଲ କରି ନିଆଁ ଲଗାଉଥିବା ବେଳେ ବାଣଗୁଡ଼ିକ ବିସ୍ଫୋରଣ ହୋଇଥିଲା। ଫଳରେ ଉପସ୍ଥିତ ଥିବା ହାବିଲଦାର ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା। ବିସ୍ଫୋରଣର ପ୍ରଭାବରେ ମଲ୍ଲିକଙ୍କ ଶରୀରର ଖଣ୍ଡବିଖଣ୍ଡିତ ମାଂସଗୁଡିକ ଏତେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ଘଟଣାସ୍ଥଳରେ କଟକ ସଦର ଥାନା ପୋଲିସ ପହଞ୍ଚି ମଲ୍ଲିକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ଏସ୍‌ସିବି ମେଡିକାଲକୁ ପଠାଇଥିଲେ। ପରେ ଘଟଣାସ୍ଥଳରେ ଅତିରିକ୍ତ ଡିଏସ୍‌ପି ଅନିଲ ମିଶ୍ର, ପ୍ରକାଶ ପାଲ, ଦେବଦତ୍ତ କର, ଏସିପି କୃଷ୍ଣଚନ୍ଦ୍ର ସେଠୀ, ଅରୁଣ କୁମାର ସ୍ବାଇଁ,ଉମାକାନ୍ତ ପ୍ରଧାନ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଜାରିରଖିଛନ୍ତି।

The post ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ହାବିଲଦାର ମୃତ appeared first on Dharitri Odia News.