କାମ କରୁଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ଗଲା ହାଇଓ୍ବା

ବଣାଇଁ,୧୮।୭:(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ୫୨୦ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସ୍‌ ନିକଟରେ ଗୁରୁବାର ରାତିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ହାଇଓ୍ବା ଭାରସାମ୍ୟ ହରାଇ ରାସ୍ତା କାମରେ ନିୟୋଜିତ ଥିବ ଶ୍ରମିକଙ୍କ ଉପରେ ମାଡି ଯାଇଥିଲା। ଫଳରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ମୃତକ […] The post କାମ କରୁଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ଗଲା ହାଇଓ୍ବା appeared first on Dharitri Odia News.

କାମ କରୁଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ଗଲା ହାଇଓ୍ବା

ବଣାଇଁ,୧୮।୭:(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ୫୨୦ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସ୍‌ ନିକଟରେ ଗୁରୁବାର ରାତିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ହାଇଓ୍ବା ଭାରସାମ୍ୟ ହରାଇ ରାସ୍ତା କାମରେ ନିୟୋଜିତ ଥିବ ଶ୍ରମିକଙ୍କ ଉପରେ ମାଡି ଯାଇଥିଲା। ଫଳରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l

ମୃତକ ହେଲେ କେ.ବଲାଙ୍ଗ ଅଞ୍ଚଳର ଦିଲୁ ପାତ୍ର, ଖରିଆବାହାଳ ଅଞ୍ଚଳର ଶୁକ୍ରା ମୁଣ୍ଡାରି ଏବଂ ଅନ୍ୟଜଣଙ୍କର ପରିଚୟ ମିଳିପାରି ନାହିଁ। ଲହୁଣିପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାର୍ଯ୍ୟରତ ଶ୍ରମିକ ଆର୍‌କେଡି ଠିକା ସଂସ୍ଥା ପକ୍ଷରୁ କାମ କରୁଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି କାମରେ ନିୟୋଜିତ ଠିକା ସଂସ୍ଥା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଥିବା ବେଳେ ଏକ ମାମଲା ରୁଜୁ କରିଛି।

The post କାମ କରୁଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ଗଲା ହାଇଓ୍ବା appeared first on Dharitri Odia News.