ଭିଜିଲାନ୍ସ ଚଢ଼ାଉ, ଜଣାପଡିଲା ମନରେଗା ଯୋଜନାର ସତ!

କେସିଙ୍ଗା,୨୮।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ମନେରେଗା ଯୋଜନାରେ ହୋଇଥିବା କାମର କେସ ରେକର୍ଡ ଭିଜିଲାନ୍ସ ଶନିବାର ଜବତ କରି ନେଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ, ୨୦୨୩- ୨୪ ଆର୍ଥକ ବର୍ଷରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଘଣ୍ଟଶଳା ଗ୍ରାମର ଦେବେନ୍ଦ୍ର ସେନାପତି ଓଗେର ୧୯ ଜଣଙ୍କର ଲ୍ୟାଣ୍ଡ ଡେଭଲପମେଣ୍ଟ କାର୍ଯ୍ୟ ହୋଇଥିଲା । ଏଥିପାଇଁ ୧୯/୮/୨୦୨୩ ତାରିଖରେ ଏକ ଜରୁରୀ ମିଟିଂ କରାଯାଇ ସେହିଦିନ […] The post ଭିଜିଲାନ୍ସ ଚଢ଼ାଉ, ଜଣାପଡିଲା ମନରେଗା ଯୋଜନାର ସତ! appeared first on Dharitri Odia News.

ଭିଜିଲାନ୍ସ ଚଢ଼ାଉ, ଜଣାପଡିଲା ମନରେଗା ଯୋଜନାର ସତ!

କେସିଙ୍ଗା,୨୮।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ମନେରେଗା ଯୋଜନାରେ ହୋଇଥିବା କାମର କେସ ରେକର୍ଡ ଭିଜିଲାନ୍ସ ଶନିବାର ଜବତ କରି ନେଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ, ୨୦୨୩- ୨୪ ଆର୍ଥକ ବର୍ଷରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଘଣ୍ଟଶଳା ଗ୍ରାମର ଦେବେନ୍ଦ୍ର ସେନାପତି ଓଗେର ୧୯ ଜଣଙ୍କର ଲ୍ୟାଣ୍ଡ ଡେଭଲପମେଣ୍ଟ କାର୍ଯ୍ୟ ହୋଇଥିଲା । ଏଥିପାଇଁ ୧୯/୮/୨୦୨୩ ତାରିଖରେ ଏକ ଜରୁରୀ ମିଟିଂ କରାଯାଇ ସେହିଦିନ ହିଁ କାମ ଆରମ୍ଭ ହୋଇଥିଲା। କିନ୍ତୁ କାର୍ଯ୍ୟ ଶେଷ ଦିବସ ଉଲ୍ଲେଖ ନାହିଁ । ଏହି କାର୍ଯ୍ୟ ପାଇଁ ୩୯୫୩ ମୁଖ୍ୟ ଦିବସ ଥିଲାବେଳେ ଜେଇ, ଜିପିଟିଏଙ୍କ ତଦାରଖରେ ହୋଇଥିଲା।

ଏହି ଯୋଜନାର କାମ ସୁପରଭାଇଜ ପାଇଁ ଏମ ଜି ଏନ ଆର୍‌ ଇ ଜି ଏ ପ୍ରୋଗ୍ରାମ ଅଫିସର ଭାବେ ତତ୍କାଳୀନ ଆସିଷ୍ଟାଣ୍ଡ ଇଞ୍ଜିନିୟର ଏ. ସି ମାହାଳିକ, ନିର୍ବାହୀ ଅଧୂକାରୀ ଜେ. କେ. ଭୋଇ, ଜିଆରଏସ ସୁରେଶ ସାହୁ ଓ ବର୍ତ୍ତମାନର ସରପଞ୍ଚ ମାଳତୀ ଭୋଇ ଅଛନ୍ତି। ଭିଜିଲାନ୍ସ ବିଭାଗ ଏହାର ଯାଞ୍ଚ କରିବା ପରେ ଯଦି କିଛି ଅନିୟମିତତା ଥାଏ, ତେବେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପର୍ଯ୍ୟାୟକ୍ରମେ ଆହୁରି ଅନେକ ପଞ୍ଚାୟତରେ ଏମ ଜି ଏନ ଆର୍‌ ଇ ଜି ଏ କାର୍ଯ୍ୟର ଯାଞ୍ଚ କରାଯିବ ବୋଲି ଜଣାପଡିଛି। ଉକ୍ତ ଗ୍ରାମ ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଗ୍ରାମବାସୀ ଭିଜିଲାନ୍ସଙ୍କୁ ଲିଖିତ ଅଭିଯୋଗ କରିଥିଲେ।

The post ଭିଜିଲାନ୍ସ ଚଢ଼ାଉ, ଜଣାପଡିଲା ମନରେଗା ଯୋଜନାର ସତ! appeared first on Dharitri Odia News.