ଆବୁ ଧାବିର ହିନ୍ଦୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ, ପ୍ରଥମ ଦିନ ଦର୍ଶନ କଲେ ୬୫ ହଜାର ଲୋକ

ଆବୁଧାବି,୪।୩: ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିର ହିନ୍ଦୁ ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଖୋଲିଛି। ପ୍ରଥମ ଥର ପାଇଁ ଏକ ମୁସଲମାନ ଦେଶରେ ହିନ୍ଦୁ ଭକ୍ତଙ୍କ ଭିଡ ଜମା ହୋଇଛି। ବିଏପିଏସର ଅଫିସିଆଲ ୱେବସାଇଟ ଅନୁଯାୟୀ, ପ୍ରଥମ ଦିନରେ ୬୫,୦୦୦ରୁ ଅଧିକ ତୀର୍ଥଯାତ୍ରୀ ବିଏପିଏସ୍‌ ହିନ୍ଦୁ ମନ୍ଦିରରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ଏହି ମନ୍ଦିର ସାଧାରଣ ଜନତାଙ୍କ ପାଇଁ ରବିବାର ଖୋଲା ଯାଇଥିଲା। ସାରେ ମନ୍ଦିର ଖୋଲିବା ମାତ୍ରେ ଏଠାରେ ୨୫ ହଜାରରୁ ଅଧିକ ଲୋକ ପୂଜା କରିଥିଲେ। […] The post ଆବୁ ଧାବିର ହିନ୍ଦୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ, ପ୍ରଥମ ଦିନ ଦର୍ଶନ କଲେ ୬୫ ହଜାର ଲୋକ appeared first on Dharitri Odia News.

ଆବୁ ଧାବିର ହିନ୍ଦୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ, ପ୍ରଥମ ଦିନ ଦର୍ଶନ କଲେ ୬୫ ହଜାର ଲୋକ

ଆବୁଧାବି,୪।୩: ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିର ହିନ୍ଦୁ ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଖୋଲିଛି। ପ୍ରଥମ ଥର ପାଇଁ ଏକ ମୁସଲମାନ ଦେଶରେ ହିନ୍ଦୁ ଭକ୍ତଙ୍କ ଭିଡ ଜମା ହୋଇଛି। ବିଏପିଏସର ଅଫିସିଆଲ ୱେବସାଇଟ ଅନୁଯାୟୀ, ପ୍ରଥମ ଦିନରେ ୬୫,୦୦୦ରୁ ଅଧିକ ତୀର୍ଥଯାତ୍ରୀ ବିଏପିଏସ୍‌ ହିନ୍ଦୁ ମନ୍ଦିରରେ ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ଏହି ମନ୍ଦିର ସାଧାରଣ ଜନତାଙ୍କ ପାଇଁ ରବିବାର ଖୋଲା ଯାଇଥିଲା। ସାରେ ମନ୍ଦିର ଖୋଲିବା ମାତ୍ରେ ଏଠାରେ ୨୫ ହଜାରରୁ ଅଧିକ ଲୋକ ପୂଜା କରିଥିଲେ। କହିବାକୁ ଗଲେ ଫେବୃଆରୀ ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିରର ଉଦଘାଟନ କରିଥିଲେ।
ସୂଚନାନୁସାରେ, ୪୦,୦୦୦ ଲୋକ ସକାଳେ ମନ୍ଦିରରେ ପହଞ୍ଚିଥିଲେ ଏବଂ ସାରେ ୨୫,୦୦୦ଲୋକ ବସ ଏବଂ ଗାଡି ଯୋଗେ ପ୍ରଥମ ଦିନରେ ମନ୍ଦିର ପହଞ୍ଚିଥିଲେ। ଫଟୋଗୁଡ଼ିକରେ ଏହା ଦେଖିବାକୁ ମିଳେ ଯେ ପ୍ରବଳ ଜନସମାଗମ ସତ୍ତ୍ୱେ ଲୋକମାନେ କୌଣସି ଅସୁବିଧା ନକରି ଧୈର୍ଯ୍ୟର ସହିତ ଧାଡିରେ ଠିଆ ହୋଇଥିଲେ। ଦିନ ଶେଷ ସୁଦ୍ଧା, ୬୫ ହଜାରରୁ ଅଧିକ ଲୋକ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇଥିଲେ।
ଆବୁଧାବିରୁ ଭକ୍ତ ସୁମନ୍ତ ରାୟ ମନ୍ଦିର ପରିଦର୍ଶନ କରି ନିଜର ଅନୁଭୂତି ବାଣ୍ଟିଥିଲେ। ସେ କହିଛନ୍ତି ଯେ ହଜାର ହଜାର ଲୋକଙ୍କ ମଧ୍ୟରେ ସେ ଏପରି ଅଦ୍ଭୁତ ଜିନିଷ କେବେ ଦେଖି ନଥିଲେ। ମୁଁ ଚିନ୍ତିତ ଥିଲି ଯେ ମୋତେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବ ଏବଂ ଶାନ୍ତିରେ ଦର୍ଶନ ମିଳିବ ନାହିଁ, କିନ୍ତୁ ଆମର ଚମତ୍କାର ଦର୍ଶନ ଥିଲା ଏବଂ ଆମେ ଅତ୍ୟଧିକ ସନ୍ତୁଷ୍ଟ ଥିଲୁ । ସମସ୍ତ ବିଏପିଏସ୍‌ ସେୱଚ୍ଛାସେବୀ ଏବଂ ମନ୍ଦିର କର୍ମଚାରୀଙ୍କୁ ନମସ୍କାର।

The post ଆବୁ ଧାବିର ହିନ୍ଦୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ, ପ୍ରଥମ ଦିନ ଦର୍ଶନ କଲେ ୬୫ ହଜାର ଲୋକ appeared first on Dharitri Odia News.