‘ଅତୁଲଙ୍କ ଭଳି ମୁଁ ବି କରିବି ଆତ୍ମହତ୍ୟା’, ନିକିତାଙ୍କ ଜାମିନ ଶୁଣାଣି ପୂର୍ବରୁ କାହିଁକି ଏମିତି କହିଲେ ଚାଚା

ବେଙ୍ଗାଲୁରୁ,୩।୧: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ଦେଶର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ନିକିତା ସିଙ୍ଗାନିଆ, ନିଶା ସିଙ୍ଗାନିଆ ଏବଂ ଅନୁରାଗଙ୍କ ଜାମିନ ଶୁଣାଣି ଜାନୁୟାରୀ ୪, ୨୦୨୫ରେ ବେଙ୍ଗାଲୁରୁର ଲୋୟର କୋର୍ଟରେ ଅନୁଷ୍ଠିତ ହେବ। ଜାମିନ ଆବେଦନକୁ ଯଥାଶୀଘ୍ର ଶୁଣାଣି କରିବାକୁ ହାଇକୋର୍ଟ କହିଛନ୍ତି। ବର୍ତ୍ତମାନ ନିକିତାଙ୍କ ଚାଚା ଏଭଳି ବିବୃତ୍ତି ଦେଇଛନ୍ତି ଯାହାକୁ କେହି ଆଶା କରି ନ ଥିଲେ। ଅତୁଲଙ୍କ ଭାଇ ବିକାଶ ନିକିତା, ନିଶା, ଅନୁରାଗ ଏବଂ ସୁଶୀଲ […] The post ‘ଅତୁଲଙ୍କ ଭଳି ମୁଁ ବି କରିବି ଆତ୍ମହତ୍ୟା’, ନିକିତାଙ୍କ ଜାମିନ ଶୁଣାଣି ପୂର୍ବରୁ କାହିଁକି ଏମିତି କହିଲେ ଚାଚା appeared first on Dharitri Odia News.

‘ଅତୁଲଙ୍କ ଭଳି ମୁଁ ବି କରିବି ଆତ୍ମହତ୍ୟା’, ନିକିତାଙ୍କ ଜାମିନ ଶୁଣାଣି ପୂର୍ବରୁ କାହିଁକି ଏମିତି କହିଲେ ଚାଚା

ବେଙ୍ଗାଲୁରୁ,୩।୧: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ଦେଶର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ନିକିତା ସିଙ୍ଗାନିଆ, ନିଶା ସିଙ୍ଗାନିଆ ଏବଂ ଅନୁରାଗଙ୍କ ଜାମିନ ଶୁଣାଣି ଜାନୁୟାରୀ ୪, ୨୦୨୫ରେ ବେଙ୍ଗାଲୁରୁର ଲୋୟର କୋର୍ଟରେ ଅନୁଷ୍ଠିତ ହେବ। ଜାମିନ ଆବେଦନକୁ ଯଥାଶୀଘ୍ର ଶୁଣାଣି କରିବାକୁ ହାଇକୋର୍ଟ କହିଛନ୍ତି। ବର୍ତ୍ତମାନ ନିକିତାଙ୍କ ଚାଚା ଏଭଳି ବିବୃତ୍ତି ଦେଇଛନ୍ତି ଯାହାକୁ କେହି ଆଶା କରି ନ ଥିଲେ।
ଅତୁଲଙ୍କ ଭାଇ ବିକାଶ ନିକିତା, ନିଶା, ଅନୁରାଗ ଏବଂ ସୁଶୀଲ ସିଙ୍ଗାନିଆଙ୍କ ବିରୋଧରେ ମାମଲା ରୁଜୁ କରି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ। ଯେତେବେଳେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବେଙ୍ଗାଲୁରୁ ପୋଲିସ ଉତ୍ତରପ୍ରଦେଶରେ ପହଞ୍ଚିଥିଲା ସେତେବେଳେ ସମସ୍ତେ ଫେରାର ହୋଇ ଯାଇଥିଲେ। ଏହି ସମୟ ମଧ୍ୟରେ ନିକିତାଙ୍କ ପରିବାର ଆହ୍ଲାବାଦ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ ଶୁଣାଣିର ପ୍ରଥମ ଦିନରେ ନିକିତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିବାବେଳେ ନିଶା ଏବଂ ଅନୁରାଗଙ୍କୁ ପ୍ରୟାଗରାଜରୁ ଗିରଫ କରାଯାଇଥିଲା। ସେତେବେଳେ ନିକିତାଙ୍କ ଚାଚା ଗିରଫ ହୋଇପାରିନଥିଲେ ଏବଂ ପରେ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।
ଆତ୍ମହତ୍ୟା କରିବା ପୂର୍ବରୁ ଅତୁଲ ସୁଭାଷ ମଧ୍ୟ ସୁଶୀଲ ସିଙ୍ଗାନିଆଙ୍କ ନାମ ନେଇଥିଲେ। ନିକିତାଙ୍କ ଚାଚା ଏ ବାବଦରେ ବହୁତ କିଛି କହିବାକୁ ରାଜି ହେଉ ନାହାଁନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଯଦି ତାଙ୍କୁ ହଇରାଣ କରାଯାଏ ତେବେ ସେ ଅତୁଲଙ୍କ ଭଳି ଆତ୍ମହତ୍ୟା ମଧ୍ୟ କରିବେ। ସେ କହିଛନ୍ତି ଯେ ସେ ଜଣେ ବିପି ରୋଗୀ ଏବଂ ତାଙ୍କ ସ୍ବାସ୍ଥ୍ୟ ଅନେକ ସମୟରେ ଖରାପ ରହିଥାଏ। ସେ କହିଛନ୍ତି, ଅତୁଲ ସୁଭାଷ ମାମଲାରେ ମୋତେ ହଇରାଣ କରାଯାଉଛି। ଯଦି ମୋତେ ଏହିପରି ହଇରାଣ କରାଯାଏ, ତେବେ ମୁଁ ମଧ୍ୟ ଅତୁଲଙ୍କ ପରି ଆତ୍ମହତ୍ୟା କରିବି।

The post ‘ଅତୁଲଙ୍କ ଭଳି ମୁଁ ବି କରିବି ଆତ୍ମହତ୍ୟା’, ନିକିତାଙ୍କ ଜାମିନ ଶୁଣାଣି ପୂର୍ବରୁ କାହିଁକି ଏମିତି କହିଲେ ଚାଚା appeared first on Dharitri Odia News.