ଦଶହରାରେ କ’ଣ କଲେ ହୁଏ ଶୁଭ, ଜାଣନ୍ତୁ ….

ଦଶହରାରେ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ମା’ଙ୍କ କୃପା ଲଭିବାକୁ ଘରେ ଘରେ ସ୍ବତନ୍ତ୍ର ପୂଜାବିଧିର ଆୟୋଜନ କରାଯାଇଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି ବି କିଛି ଖାସ୍‌ କଥା ରହିଛି; ଯାହାକୁ ଦଶହରା ଅବସରରେ କଲେ ଘର ପାଇଁ ମଙ୍ଗଳ ହୋଇଥାଏ। ଯେମିତିକି: * ଦଶହରା ଦିନ ପାଣିରେ କିଛି ସୈନ୍ଧବ ଲବଣ ମିଶାଇ ସେଥିରେ ଘର ପୋଛିଲେ; ଘରେ ଥିବା ନକାରାତ୍ମକ ଊର୍ଜା ନଷ୍ଟ ହୋଇଥାଏ। * ଏହି ପବିତ୍ର ଦିନରେ ମାତା […] The post ଦଶହରାରେ କ’ଣ କଲେ ହୁଏ ଶୁଭ, ଜାଣନ୍ତୁ …. appeared first on Dharitri Odia News.

ଦଶହରାରେ କ’ଣ କଲେ ହୁଏ ଶୁଭ, ଜାଣନ୍ତୁ ….

ଦଶହରାରେ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ମା’ଙ୍କ କୃପା ଲଭିବାକୁ ଘରେ ଘରେ ସ୍ବତନ୍ତ୍ର ପୂଜାବିଧିର ଆୟୋଜନ କରାଯାଇଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି ବି କିଛି ଖାସ୍‌ କଥା ରହିଛି; ଯାହାକୁ ଦଶହରା ଅବସରରେ କଲେ ଘର ପାଇଁ ମଙ୍ଗଳ ହୋଇଥାଏ। ଯେମିତିକି:
* ଦଶହରା ଦିନ ପାଣିରେ କିଛି ସୈନ୍ଧବ ଲବଣ ମିଶାଇ ସେଥିରେ ଘର ପୋଛିଲେ; ଘରେ ଥିବା ନକାରାତ୍ମକ ଊର୍ଜା ନଷ୍ଟ ହୋଇଥାଏ।
* ଏହି ପବିତ୍ର ଦିନରେ ମାତା ଲକ୍ଷ୍ମୀଙ୍କୁ ଆବାହନ କରି ଘରେ ଲକ୍ଷ୍ମୀ ସୁକ୍ତମ ପାଠ କଲେ ସକାରାତ୍ମକ ଊର୍ଜା ବଢ଼ିବା ସହ ମା’ଙ୍କ କରୁଣା ପ୍ରାପ୍ତି ହୋଇଥାଏ।
* ବାସ୍ତୁଶାସ୍ତ୍ର ଅନୁସାରେ, ଦଶହରା ଦିନ କିଛି ଅରୁଆ ଚାଉଳ ଓ କଉଡ଼ିକୁ ନାଲି କପଡ଼ାରେ ବାନ୍ଧି ଟ୍ରେଜେରି ହେଉ କି ଆଲମିରାରେ ରଖିଦେଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ଦଶହରା ଦିନ ସନ୍ଧ୍ୟାବେଳେ ଘରର ଦକ୍ଷିଣ ଦିଗରେ ଚୌମୁଖୀ ଦୀପ ଲଗାଇବା ଶୁଭ ହୋଇଥାଏ। ଏପରି କଲେ ଘରର ବାସ୍ତୁ ସମସ୍ୟା ଦୂର ହେବା ସହ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ।
* ଅନ୍ୟପକ୍ଷେ କୁହାଯାଏ, ଦଶହରା ଦିନ ଘରେ ଗଙ୍ଗା ଜଳ ଛିଞ୍ଚତ୍ ମୁଖ୍ୟ ଦ୍ୱାର ନିକଟରେ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କଲେ ଘରର କୁଆଡ଼େ ଉନ୍ନତି ହୋଇଥାଏ।

The post ଦଶହରାରେ କ’ଣ କଲେ ହୁଏ ଶୁଭ, ଜାଣନ୍ତୁ …. appeared first on Dharitri Odia News.