ହୋଣ୍ଡାର ୩ୟ ଆସେମ୍ବ୍ଲି ଲାଇନ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୮।୧: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଗୁଜରାଟସ୍ଥିତ ବିଠଲପୁରଠାରେ ଥିବା କମ୍ପାନୀର ୪ର୍ଥ ଦୁଇଚକିଆ କାରଖାନାଠାରେ ତୃତୀୟ ଆସେମ୍ବ୍ଲି ଲାଇନ୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ଉକ୍ତ କାରଖାନାର କ୍ଷମତା ୬.୫ ଲକ୍ଷ ୟୁନିଟ୍‌କୁ ବୃଦ୍ଧି ପାଇଛି। ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ସଭାପତି, ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସୁସୁମୁ ଓଟାନି କହିଛନ୍ତି, ଗୁଜରାଟର ବିଠଲପୁରଠାରେ ଥିବା ଆମର କାରଖାନାରେ ନୂଆ ତୃତୀୟ ଆସେମ୍ବ୍ଲି ଲାଇନ୍‌କୁ ଉଦ୍‌ଘାଟନ […] The post ହୋଣ୍ଡାର ୩ୟ ଆସେମ୍ବ୍ଲି ଲାଇନ୍‌ ଉଦ୍‌ଘାଟିତ appeared first on Dharitri Odia News.

ହୋଣ୍ଡାର ୩ୟ ଆସେମ୍ବ୍ଲି ଲାଇନ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୮।୧: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଗୁଜରାଟସ୍ଥିତ ବିଠଲପୁରଠାରେ ଥିବା କମ୍ପାନୀର ୪ର୍ଥ ଦୁଇଚକିଆ କାରଖାନାଠାରେ ତୃତୀୟ ଆସେମ୍ବ୍ଲି ଲାଇନ୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ଉକ୍ତ କାରଖାନାର କ୍ଷମତା ୬.୫ ଲକ୍ଷ ୟୁନିଟ୍‌କୁ ବୃଦ୍ଧି ପାଇଛି। ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ସଭାପତି, ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସୁସୁମୁ ଓଟାନି କହିଛନ୍ତି, ଗୁଜରାଟର ବିଠଲପୁରଠାରେ ଥିବା ଆମର କାରଖାନାରେ ନୂଆ ତୃତୀୟ ଆସେମ୍ବ୍ଲି ଲାଇନ୍‌କୁ ଉଦ୍‌ଘାଟନ କରିବା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

ଏପରିକି ଗ୍ରାହକମାନଙ୍କୁ ଶୀଘ୍ର ସେବା ଯୋଗାଇ ଦେବା ଲାଗି ଉକ୍ତ କ୍ଷମତା ସମ୍ପ୍ରସାରଣ କରାଯାଇଛି,ଏହା ହୋଣ୍ଡାର ମୋଟ ବାର୍ଷିକ ଉପତ୍ାଦନ କ୍ଷମତାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଣିବ। ହୋଣ୍ଡାର ଗୁଜରାଟ କାରଖାନା ଦେଶ ଓ ରପ୍ତାନି ବଜାର ଲାଗି ସ୍କୁଟର ଉପତ୍ାଦନ କରୁଛି, ଯାହା କେବଳ ଭାରତ ନୁହେଁ ସାରା ବିଶ୍ୱର ସ୍କୁଟରୀକରଣ ଧାରାରେ ଅଗ୍ରଣୀ ଭୂମିକା ବଜାୟ ରଖିବାରେ ସହାୟକ ହୋଇଛି। ବିଠଲପୁର କାରଖାନାରେ ହୋଣ୍ଡାର ଆକ୍ଟିଭା, ଡିଓ, ଆକ୍ଟିଭା ୧୨୫ ଓ ଡିଓ ୧୨୫ ସ୍କୁଟର ନିର୍ମାଣ କରାଯାଉଛି। ଉକ୍ତ କାରଖାନାରେ ଏକ ଉତ୍ସର୍ଗୀକୃତ ଇଞ୍ଜିନ ଲାଇନ୍‌ ରହିଛି, ଯେଉଁଠାରେ ୨୫୦ସିସିରୁ ଅଧିକ କ୍ଷମତା ଇଞ୍ଜିନ ବିଶ୍ୱ ବଜାର ଲାଗି ପ୍ରସ୍ତୁତ କରାଯାଉଛି।

The post ହୋଣ୍ଡାର ୩ୟ ଆସେମ୍ବ୍ଲି ଲାଇନ୍‌ ଉଦ୍‌ଘାଟିତ appeared first on Dharitri Odia News.