ବିଏସଏଫ ଯବାନକୁ ସଫଳତା, ସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀକୁ କଲେ ନିପାତ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ କରୁଥିବା ଜଣେ ପାକିସ୍ତାନୀକୁ ବିଏସଏଫ୍ ଯବାନ ନିପାତ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତି ସାଢ଼େ ୧୨ଟା ସମୟରେ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଭାରତ-ପାକିସ୍ତାନ ବର୍ଡର ଠାରେ ଜଣେ ପାକିସ୍ତାନୀ ଭାରତୀୟ ସୀମାକୁ ପଶିବାକୁ ଉଦ୍ୟମ କରୁଥିବା ସମୟରେ ବିଏସଏଫ ଯବାନଙ୍କ ଗୁଳିର ଶିକାର ହୋଇଛି। ସୂଚନା ଅନୁଯାୟୀ, କେସରୀସିଂହପୁର ଅଞ୍ଚଳର ଗାଁ ୧ଏକ୍ସରେ ମଙ୍ଗଳବାର ରାତିରେ ବିଏସଏଫ ଯବାନ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ମାରିଛନ୍ତି। ଏହି ଅନୁପ୍ରବେଶକାରୀ ଜିରୋ ଲାଇନ ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା। ସିଓ ସଞ୍ଜୀବ ଚୌହାନ କହିଛନ୍ତି ଅନୁପ୍ରବେଶକାରୀ ଜିରୋ ଲାଇନ ପାର କରି ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। ଯବାନ ତାଙ୍କୁ ପ୍ରଥମେ ଚେତାବନୀ ଦେଇଥିଲେ। ହେଲେ ଏହା ପରେବି ସେ ଅନୁପ୍ରବେଶ କରିଥିଲା ଆଉ ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲା। ଫଳରେ ବିଏସଏଫ ଯବାନ ଫାୟାରିଂ କରିଥିଲେ । ଏଥିରେ ଅନୁପ୍ରବେଶକାରୀର ମୃତ୍ୟୁ ହୋଇଥିଲା। ତେବେ ସିଓ କହିଛନ୍ତି ଘଟଣାସ୍ଥଳରେ ଅନୁପ୍ରବେଶକାରୀଙ୍କ ନିକଟରୁ ପାକିସ୍ତାନୀ ମୁଦ୍ରା, ତମାଖୁ ଏବଂ ବିଡ଼ି ଜବତ ହୋଇଛି। ଏହି ସାମଗ୍ରୀ ଅନୁପ୍ରବେଶକାରୀର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛି। ସିଓ ଚୌହାନଙ୍କ ଅନୁଯାୟୀ ଏହି ମାମଲାକୁ ନେଇ କେସରୀସିଂହପୁର ପୋଲିସ ଥାନାରେ ପ୍ରାଥମ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ କରୁଥିବା ଜଣେ ପାକିସ୍ତାନୀକୁ ବିଏସଏଫ୍ ଯବାନ ନିପାତ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତି ସାଢ଼େ ୧୨ଟା ସମୟରେ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଭାରତ-ପାକିସ୍ତାନ ବର୍ଡର ଠାରେ ଜଣେ ପାକିସ୍ତାନୀ ଭାରତୀୟ ସୀମାକୁ ପଶିବାକୁ ଉଦ୍ୟମ କରୁଥିବା ସମୟରେ ବିଏସଏଫ ଯବାନଙ୍କ ଗୁଳିର ଶିକାର ହୋଇଛି।
ସୂଚନା ଅନୁଯାୟୀ, କେସରୀସିଂହପୁର ଅଞ୍ଚଳର ଗାଁ ୧ଏକ୍ସରେ ମଙ୍ଗଳବାର ରାତିରେ ବିଏସଏଫ ଯବାନ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ମାରିଛନ୍ତି। ଏହି ଅନୁପ୍ରବେଶକାରୀ ଜିରୋ ଲାଇନ ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା।
ସିଓ ସଞ୍ଜୀବ ଚୌହାନ କହିଛନ୍ତି ଅନୁପ୍ରବେଶକାରୀ ଜିରୋ ଲାଇନ ପାର କରି ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। ଯବାନ ତାଙ୍କୁ ପ୍ରଥମେ ଚେତାବନୀ ଦେଇଥିଲେ। ହେଲେ ଏହା ପରେବି ସେ ଅନୁପ୍ରବେଶ କରିଥିଲା ଆଉ ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲା। ଫଳରେ ବିଏସଏଫ ଯବାନ ଫାୟାରିଂ କରିଥିଲେ । ଏଥିରେ ଅନୁପ୍ରବେଶକାରୀର ମୃତ୍ୟୁ ହୋଇଥିଲା।
ତେବେ ସିଓ କହିଛନ୍ତି ଘଟଣାସ୍ଥଳରେ ଅନୁପ୍ରବେଶକାରୀଙ୍କ ନିକଟରୁ ପାକିସ୍ତାନୀ ମୁଦ୍ରା, ତମାଖୁ ଏବଂ ବିଡ଼ି ଜବତ ହୋଇଛି। ଏହି ସାମଗ୍ରୀ ଅନୁପ୍ରବେଶକାରୀର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛି। ସିଓ ଚୌହାନଙ୍କ ଅନୁଯାୟୀ ଏହି ମାମଲାକୁ ନେଇ କେସରୀସିଂହପୁର ପୋଲିସ ଥାନାରେ ପ୍ରାଥମିକ ମାମଲା ରୁଜୁ କରାଯାଇଛି। ଏପର୍ଯ୍ୟନ୍ତ ଅନୁପ୍ରବେଶକାରୀର ପରିଚୟ କିମ୍ବା ଅନ୍ୟ କୌଣସି ସୂଚନା ମିଳିନାହିଁ।
ସିଓ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ବିଏସଏଫ୍ ଏବେ ପାକିସ୍ତାନୀ ରେଞ୍ଜରଙ୍କ ସହ ଫ୍ଲାଗ ମିଟିଂ କରିବ। ଏହି ମିଟିଂର ଉଦ୍ଦେଶ୍ୟ ଘଟଣାର ସୂଚନା ସେୟାର କରିବା ଏବଂ ସୀମାରେ ଶାନ୍ତି ବଜାୟ ରଖିବା। ଏହି ମିଟିଂ ମାଧ୍ୟମରେ ଏହି ଅନୁପ୍ରବେଶକାରୀ ବିଷୟରେ ସୂଚନା ମିଳିପାରିବ।