୧ କୋଟି ୭୦ଲକ୍ଷ ଟଙ୍କା ଠକେଇ : ୭ ଆନ୍ତରାଜ୍ୟ ସାଇକର ଠକ ଗିରଫ, ୧୯ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କଠାରୁ ସାଇବର ଠେଇକ ଅଭିଯୋଗ ହୋଇଥିଲା। ଗତ ଜାନୁଆରୀ ୧୩ ତାରିଖରେ ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କଠାରୁ ୧କୋଟି ୭୦ଲକ୍ଷ ଟଙ୍କା ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ସାଇବର ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ ଛାନଭିନ୍ ସହ ତଦନ୍ତ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସାଇବର ପୁଲିସ ୭ଜଣ ଆନ୍ତରାଜ୍ୟ ସାଇବର ଠକକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ୭ଜଣ ସାଇବର ଠକମାନଙ୍କୁ କର୍ଣ୍ଣାଟକ […]

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କଠାରୁ ସାଇବର ଠେଇକ ଅଭିଯୋଗ ହୋଇଥିଲା। ଗତ ଜାନୁଆରୀ ୧୩ ତାରିଖରେ ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କଠାରୁ ୧କୋଟି ୭୦ଲକ୍ଷ ଟଙ୍କା ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ସାଇବର ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ ଛାନଭିନ୍ ସହ ତଦନ୍ତ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସାଇବର ପୁଲିସ ୭ଜଣ ଆନ୍ତରାଜ୍ୟ ସାଇବର ଠକକୁ ଗିରଫ କରିବାରେ ସଫଳ ହୋଇଛି।
ଗିରଫ ହୋଇଥିବା ୭ଜଣ ସାଇବର ଠକମାନଙ୍କୁ କର୍ଣ୍ଣାଟକ ଓ ତାମିଲନାଡୁରୁ ଗିରଫ କରାଯାଇଛି। ସାଇବର ଠକଙ୍କଠାରୁ ପୁଲିସ ୧୯ଲକ୍ଷ ଟଙ୍କା ଜବତ କରିଛି। ଓଡ଼ିଶା ପୁଲିସ ପକ୍ଷରୁ ଗିରଫମାନଙ୍କୁ ଟ୍ରାନ୍ଜିଟ ରିମାଣ୍ଡରେ ଆଣିଛି। ସେମାନଙ୍କୁ ପଚରାଉଚୁରା ଜାରି ରହିଛି ଏବଂ ତଦନ୍ତ ପରେ ଅଧିକ ସାଇବର ଠକେଇ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ସାଇବର ପୁଲିସ ସୂଚନା ଦେଇଛି।