Pahalgam Terror Attack Update: ଘାଟିରୁ ଅଟକ ହେଲେଣି ୧୫ଶହରୁ ଅଧିକ
ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷା ବାହିନୀ ଘାଟିରୁ ୧୫୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି। ଏଥିରେ ଏପରି ଲୋକମାନେ ଅନ୍ତର୍ଭୁକ୍ତ ଯେଉଁମାନେ ଓଭର ଗ୍ରାଉଣ୍ଡ ୱାର୍କର (OGW) କିମ୍ବା Terror କାର୍ଯ୍ୟକଳାପରେ ସାମିଲ ଅଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ Terror Attack ପରେ, ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଆକ୍ରମଣ ପରେ, ସୀମାନ୍ତ ରାଜ୍ୟ ପଞ୍ଜାବ ମଧ୍ୟ ଏହାର ସୁରକ୍ଷା ବୃଦ୍ଧି କରିଛି। ଏହି ଆତଙ୍କବାଦୀ […] The post Pahalgam Terror Attack Update: ଘାଟିରୁ ଅଟକ ହେଲେଣି ୧୫ଶହରୁ ଅଧିକ appeared first on Dharitri Odia News.
ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷା ବାହିନୀ ଘାଟିରୁ ୧୫୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି। ଏଥିରେ ଏପରି ଲୋକମାନେ ଅନ୍ତର୍ଭୁକ୍ତ ଯେଉଁମାନେ ଓଭର ଗ୍ରାଉଣ୍ଡ ୱାର୍କର (OGW) କିମ୍ବା Terror କାର୍ଯ୍ୟକଳାପରେ ସାମିଲ ଅଛନ୍ତି।
ଜମ୍ମୁ-କଶ୍ମୀରର ପହଲଗାମରେ Terror Attack ପରେ, ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଆକ୍ରମଣ ପରେ, ସୀମାନ୍ତ ରାଜ୍ୟ ପଞ୍ଜାବ ମଧ୍ୟ ଏହାର ସୁରକ୍ଷା ବୃଦ୍ଧି କରିଛି। ଏହି ଆତଙ୍କବାଦୀ ଆକ୍ରମଣ ପରେ, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୁଧବାର ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଘନ ପାଇନ ଜଙ୍ଗଲ ଘେରା ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଆତଙ୍କବାଦୀମାନେ କେଉଁ କେଉଁ ରାସ୍ତା ଦେଇ ପହଞ୍ଚିଥାଇପାରନ୍ତି ସେ ବିଷୟରେ ମଧ୍ୟ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ଏହି ସ୍ଥାନ ଶ୍ରୀନଗରରୁ ପ୍ରାୟ ୧୧୦ କିଲୋମିଟର ଦୂରରେ ଅବସ୍ଥିତ।
ଏହି Terror Attackକୁ ନେଇ ମୋଦି ସରକାର ଏବେ ଆକ୍ସନରେ ଥିବା ବେଳେ ଖୁବ ଶୀଘ୍ର ଏହାର ଜବାବ ଦିଆଯିବ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।
The post Pahalgam Terror Attack Update: ଘାଟିରୁ ଅଟକ ହେଲେଣି ୧୫ଶହରୁ ଅଧିକ appeared first on Dharitri Odia News.