କାମରେ ଲାଗୁନି ସରକାରୀ ପ୍ରକଳ୍ପ; ଭୂତକୋଠି ପାଲଟିଛି ଲକ୍ଷାଧିକ ଟଙ୍କାର କୋଠା
କନକ ବ୍ୟୁରୋ : ନିର୍ମାଣର କିଛି ଦିନରେ ବନ୍ଦ ପଡ଼ିଛି ଗଞ୍ଜାମ ଖଲ୍ଲିକୋଟର ୭ଟି ପଞ୍ଚାୟତରର ଅଣୁ ଜୈବ ପ୍ରସ୍ତୁତି କେନ୍ଦ୍ର । ଖତ ଖାଉଛି ଲକ୍ଷଲକ୍ଷ ଟଙ୍କାର କୋଠା ଓ ଅଳିଆ ବୁହା ଗାଡ଼ି । କାମରେ ଲାଗୁନି ଗଞ୍ଜାମ ଖଲ୍ଲିକୋଟ ବ୍ଲକର ଅଣୁ ଜୈବ ପ୍ରସ୍ତୁତି କେନ୍ଦ୍ର । ତେବେ ଜନକଲ୍ୟାଣରେ ନିର୍ମିତ ଏହି ଯୋଜନା ପ୍ରତି ସରକାରଙ୍କ ଏତେ ଅବହେଳା କ’ଣ ପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକ । ଜୈବିକ ଖତ ପ୍ରସ୍ତୁତି ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ନିର୍ମାଣ କରାଗଲା ବିଭବ କେନ୍ଦ୍ର । ଅଳିଆ ବୁହା ଗାଡ଼ି କିଣା ହେଲା । ଲକ୍ଷ୍ୟ ଥିଲା ଅଳିଆ ଆବର୍ଜନାକୁ ପୃଥକ କରି ସେଥିରୁ ଜୈବ ଖତ ପ୍ରସ୍ତୁତ ହେବ । ଏଥିରେ କାମ କରି ମହିଳାମାନେ ସ୍ୱାବଲମ୍ବୀ ହେବେ । ହେଲେ ସେମିତି କିଛି ହେଲା ନାହିଁ । ଗଞ୍ଜାମ ଖଲ୍ଲିକୋଟରେ ଲକ୍ଷ୍ୟ ଠାରୁ ବହୁ ଦୂରରେ ସରକାରୀ ଯୋଜନା । ୭ଟି ପଞ୍ଚାୟତରେ ଭୂତକୋଠି ପାଲଟିଛି ଅଣୁଜୈବ ପ୍ରସ୍ତୁତି କେନ୍ଦ୍ର । କେଉଁଠି କୋଠାର ଛପର ଉଡ଼ିଗଲାଣି ତ ଆଉ କେଉଁଠି ଶିଉଳି ଲାଗିଲାଣି । ଆବର୍ଜନା ଆଣୁଥିବା ଗାଡ଼ି ମଧ୍ୟ ପଞ୍ଚାୟତ ଅଫିସରେ ପଡ଼ି ନଷ୍ଟ ହେଉଛି । ୨୦୨୦-୨୧ ଓ ୨୧-୨୨ ଆର୍ଥିକ ବର୍ଷରେ ନିର୍ମାଣ ହୋଇଛି ବିଭବ କେନ୍ଦ୍ର । ଏଥିପାଇଁ ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ବି ହୋଇଛି । କେନ୍ଦ୍ର ସରକାର ୭୦% ଓ ରାଜ୍ୟ ସରକାର ୩୦% ଖର୍ଚ୍ଚ ବହନ କରିଛନ୍ତି । କିନ୍ତୁ କୋଠାର ଅବସ୍ଥା ଦେଖିଲେ ଲାଗୁଛି, ସତେ

କନକ ବ୍ୟୁରୋ : ନିର୍ମାଣର କିଛି ଦିନରେ ବନ୍ଦ ପଡ଼ିଛି ଗଞ୍ଜାମ ଖଲ୍ଲିକୋଟର ୭ଟି ପଞ୍ଚାୟତରର ଅଣୁ ଜୈବ ପ୍ରସ୍ତୁତି କେନ୍ଦ୍ର । ଖତ ଖାଉଛି ଲକ୍ଷଲକ୍ଷ ଟଙ୍କାର କୋଠା ଓ ଅଳିଆ ବୁହା ଗାଡ଼ି । କାମରେ ଲାଗୁନି ଗଞ୍ଜାମ ଖଲ୍ଲିକୋଟ ବ୍ଲକର ଅଣୁ ଜୈବ ପ୍ରସ୍ତୁତି କେନ୍ଦ୍ର । ତେବେ ଜନକଲ୍ୟାଣରେ ନିର୍ମିତ ଏହି ଯୋଜନା ପ୍ରତି ସରକାରଙ୍କ ଏତେ ଅବହେଳା କ’ଣ ପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକ ।
ଜୈବିକ ଖତ ପ୍ରସ୍ତୁତି ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ନିର୍ମାଣ କରାଗଲା ବିଭବ କେନ୍ଦ୍ର । ଅଳିଆ ବୁହା ଗାଡ଼ି କିଣା ହେଲା । ଲକ୍ଷ୍ୟ ଥିଲା ଅଳିଆ ଆବର୍ଜନାକୁ ପୃଥକ କରି ସେଥିରୁ ଜୈବ ଖତ ପ୍ରସ୍ତୁତ ହେବ । ଏଥିରେ କାମ କରି ମହିଳାମାନେ ସ୍ୱାବଲମ୍ବୀ ହେବେ । ହେଲେ ସେମିତି କିଛି ହେଲା ନାହିଁ । ଗଞ୍ଜାମ ଖଲ୍ଲିକୋଟରେ ଲକ୍ଷ୍ୟ ଠାରୁ ବହୁ ଦୂରରେ ସରକାରୀ ଯୋଜନା । ୭ଟି ପଞ୍ଚାୟତରେ ଭୂତକୋଠି ପାଲଟିଛି ଅଣୁଜୈବ ପ୍ରସ୍ତୁତି କେନ୍ଦ୍ର । କେଉଁଠି କୋଠାର ଛପର ଉଡ଼ିଗଲାଣି ତ ଆଉ କେଉଁଠି ଶିଉଳି ଲାଗିଲାଣି । ଆବର୍ଜନା ଆଣୁଥିବା ଗାଡ଼ି ମଧ୍ୟ ପଞ୍ଚାୟତ ଅଫିସରେ ପଡ଼ି ନଷ୍ଟ ହେଉଛି ।
୨୦୨୦-୨୧ ଓ ୨୧-୨୨ ଆର୍ଥିକ ବର୍ଷରେ ନିର୍ମାଣ ହୋଇଛି ବିଭବ କେନ୍ଦ୍ର । ଏଥିପାଇଁ ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ବି ହୋଇଛି । କେନ୍ଦ୍ର ସରକାର ୭୦% ଓ ରାଜ୍ୟ ସରକାର ୩୦% ଖର୍ଚ୍ଚ ବହନ କରିଛନ୍ତି । କିନ୍ତୁ କୋଠାର ଅବସ୍ଥା ଦେଖିଲେ ଲାଗୁଛି, ସତେ ଯେମିତି ନିର୍ମାଣ ପରେ ପ୍ରକଳ୍ପକୁ ଭୁଲି ଯାଇଛି ବ୍ଲକ ପ୍ରଶାସନ ।
ପୂର୍ବରୁ ନିର୍ମିତ ବିଭବ କେନ୍ଦ୍ର କାମରେ ଆସୁନି । ଏଣେ ଖଲ୍ଲିକୋଟ ବ୍ଲକର ୨୨ଟି ପଞ୍ଚାୟତରେ ନୂତନ ବିଭବ କେନ୍ଦ୍ର ଖୋଲିବା ପାଇଁ ପ୍ରଶାସନ ପ୍ରସ୍ତୁତି କରୁଥିବାର ଜଣାପଡ଼ିଛି ।